Advertisment

ଲୁଟ୍‌ କରି ପଳାଉଥିଲେ, ଅଧା ରାସ୍ତାରେ ମାଡ଼ି ବସି କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ଉଦ୍ଧାର କଲା ପୋଲିସ

ATM ଭ୍ୟାନ୍ ଲୁଟ୍ ଉଦ୍ୟମ ବେଳେ ୩ ଦୁର୍ବୃତ୍ତ କାବୁ ହୋଇଛନ୍ତି। ATM ଭ୍ୟାନରୁ ଟଙ୍କା ଲୁଟି ଫେରାର ବେଳେ ଧରାପଡ଼ିଗଲେ ୩ ଜଣ ଦୁର୍ବୃତ୍ତ। ଢେଙ୍କାନାଳ ସଦାଶିବପୁର ଭୋଜଦେଇପୁରରୁ ଅପରାଧୀମାନଙ୍କୁ ପୋଲିସ ଧରିଛି। ଆଠଗଡ଼ ଖୁଣ୍ଟକଟା ନିକଟରେ ଟଙ୍କା ଲୁଟ୍‌ କରି ଚମ୍ପଟ ମାରିଥିଲେ ଦୁର୍ବୃତ୍ତ। ସୂଚନା ଅନୁସାରେ, ଭ୍ୟାନ୍ ଡ୍ରାଇଭର ଓ ଗାର୍ଡଙ୍କୁ ଆକ୍ରମଣ କରି ଚମ୍ପଟ ମାରିଥିଲେ ଅପରାଧୀ।

author-image
Sarbeswar
ଅଦ୍ୟତନ ହୋଇଛି
ATM LOOT

ATM LOOT

ଢେଙ୍କାନାଳ: ATM ଭ୍ୟାନ୍ ଲୁଟ୍ ଉଦ୍ୟମ ବେଳେ ୩ ଦୁର୍ବୃତ୍ତ କାବୁ ହୋଇଛନ୍ତି। ATM ଭ୍ୟାନରୁ ଟଙ୍କା ଲୁଟି ଫେରାର ବେଳେ ଧରାପଡ଼ିଗଲେ ୩ ଜଣ ଦୁର୍ବୃତ୍ତ। ଢେଙ୍କାନାଳ ସଦାଶିବପୁର ଭୋଜଦେଇପୁରରୁ ଅପରାଧୀମାନଙ୍କୁ ପୋଲିସ ଧରିଛି। ଆଠଗଡ଼ ଖୁଣ୍ଟକଟା ନିକଟରେ ଟଙ୍କା ଲୁଟ୍‌ କରି ଚମ୍ପଟ ମାରିଥିଲେ ଦୁର୍ବୃତ୍ତ। ସୂଚନା ଅନୁସାରେ, ଭ୍ୟାନ୍ ଡ୍ରାଇଭର ଓ ଗାର୍ଡଙ୍କୁ ଆକ୍ରମଣ କରି ଚମ୍ପଟ ମାରିଥିଲେ ଅପରାଧୀ।

Advertisment

କିନ୍ତୁ ଫେରାର୍‌ ପରେ ସେମାନେ ଅନୁଗୁଳ ଆଡ଼କୁ ଯାଉଥିବା ନେଇ କୌଣସି ପ୍ରକାର ସୂଚନା ପାଇଥିଲା ପୋଲିସ। ପରେ ଅପରାଧୀଙ୍କୁ ପିଛା କରିଥିଲା ଏବଂ ସେମାନଙ୍କୁ ଧରିବାରେ ସଫଳ ମଧ୍ୟ ହୋଇଥିଲା। ହେଲେ ଦୁର୍ବୃତ୍ତଙ୍କ ମଧ୍ୟରୁ ୩ ଜଣଙ୍କୁ ପୋଲିସ ଧରିବାରେ ସଫଳ ହୋଇଥିବା ବେଳେ ପୋଲିସ ହାତରୁ ଜଣେ ଅପରାଧୀ ଖସି ଯାଇଛି। କିନ୍ତୁ ଦୁର୍ବୃତ୍ତମାନେ କେତେ ଟଙ୍କା ଲୁଟ୍‌ କରିଥିଲେ ସେନେଇ କୌଣସି ସୂଚନା ମିଳିପାରିନାହିଁ।

Advertisment

UPDATE- ସୂଚନା ଅନୁସାରେ, ଢେଙ୍କାନାଳ ସଦାଶିବପୁର ଭୋଜଦେଇପୁରରୁ ଅପରାଧୀଙ୍କୁ ପୋଲିସ ଧରିଲା । ଆଠଗଡ଼ ଖୁଣ୍ଟକଟା ନିକଟରେ ଟଙ୍କା ଲୁଟି ଚମ୍ପଟ ମାରିଥିଲେ ଦୁର୍ବୃତ୍ତ। ଭ୍ୟାନ୍ ଡ୍ରାଇଭର ଓ ଗାର୍ଡଙ୍କୁ ଭୁଜାଲିରେ ହାଣି ଟଙ୍କା ନେଇ ଚମ୍ପଟ ମାରିଥିଲେ। କିନ୍ତୁ ପୋଲିସ ସେମାନଙ୍କୁ ଗୋଡ଼ାଇ ଧରିଛି। ବ୍ୟାଙ୍କ ଗାଡ଼ିରୁ ୧ କୋଟି ୨୯ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ। ୩ ଦୁର୍ବୃତ୍ତଙ୍କୁ କାବୁ କରିବା ସହ ୧ କୋଟି ୫ ଲକ୍ଷ ଉଦ୍ଧାର କଲା ପୋଲିସ

Odisha Dhenkanal ATM Loot Crime
Advertisment
Advertisment