• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ପୂର୍ବ ଶତ୍ରୁତାରୁ ଗୁଳି କରାଯାଇଥିବା ସନ୍ଦେହ

  • ପୋଲିସର ତଦନ୍ତ ଆରମ୍ଭ

ଢେଙ୍କାନାଳ : ଢେଙ୍କାନାଳ ତୁମୁସିଙ୍ଗା ଥାନା ଅଧିନ ବାରୁଆଁ ସମିତି ସଭ୍ୟ ଦୀପକ ମାହୁନ୍ତଙ୍କୁ ଗୁଳିକରି ହତ୍ୟା ଅଭିଯୋଗ । ଗତ ରାତିରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଗୁଳିମାଡ କରି ଦୁର୍ବୃତ୍ତ ଫେରାର ଅଛି । ଆଜି ସକାଳୁ ଜାମୁଝରା ପାଖରେ ଦୀପକଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବାର ସ୍ଥାନୀୟ ଲୋକେ ଦେଖିଥିଲେ । ପରେ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲା । ଢେଙ୍କାନାଳ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପୂର୍ବ ଶତୃତାକୁ କେନ୍ଦ୍ର କରି ଗୁଳିମାଡ ହୋଇଥିବା ଆଶଙ୍କା କରାଯାଉଛି । ବାରୁଆଁ ଗାଁ ନିକଟ ଜାମୁଝରା ଠାରେ ଗାଡି ଭିତରକୁ ଗୁଳିମାଡ କରାଯାଇଛି । ଦୀପକ ମାହୁନ୍ତଙ୍କ ସ୍ତ୍ରୀ ମମତା ମାହୁନ୍ତ ବାରୁଆଁ ପଞ୍ଚାୟତର ସରପଞ୍ଚ ଅଛନ୍ତି । ତେବେ ରାଜନୈତିକ ଶତୃତା ଅବା ଖଣି ଖାଦାନ ସମ୍ବନ୍ଧୀୟ ବ୍ୟବସାୟିକ ଶତୃତାରୁ ଗୁଳିମାଡ ହୋଇଥିବା ତାଙ୍କ ପୁଅ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପହଞ୍ଚି ପୋଲିସର ତଦନ୍ତ ଆରମ୍ଭ କରିଛି ।

ରାଜନୈତିକ ଏବଂ ବ୍ୟବସାୟିକ ଶତ୍ରୁତା କାରଣରୁ ବାପାଙ୍କୁ ହତ୍ୟା କରାଯାଇଛି ବୋଲି ଦୀପକଙ୍କ ପୁଅ ଦିବ୍ୟଦର୍ଶନ ମାହୁନ୍ତ ଅଭିଯୋଗ କରିଛନ୍ତି । ସକାଳେ ଢ଼େଙ୍କାନାଳରୁ ଫେରୁଥିବାବେଳେ ଜାମୁହାରା ନିକଟରେ ଆମ ଗାଡି କ୍ଷତିଗ୍ରସ୍ତ ହୋଇ ପଡ଼ିଥିଲା । ପ୍ରଥମେ ଦୁର୍ଘଟଣା ହୋଇଥିବା ଭାବିଥିଲି । ହେଲେ ବାପାଙ୍କୁ ଗୁଳି କରି ହତ୍ୟା କରାଯାଇଛି ବୋଲି ପରେ ଜାଣିଛି କହିଛନ୍ତି ଦିବ୍ୟଦର୍ଶନ ।

ତେବେ ବର୍ତ୍ତମାନ ତଦନ୍ତ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ୍ । ମୃତ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଛି ବୋଲି ଡାକ୍ତରୀ ରିପୋର୍ଟରୁ ଜଣାପଡ଼ିଛି । ପରବର୍ତ୍ତୀ ପର୍ଯ୍ୟାୟରେ ତଦନ୍ତ ପରେ ଅଧିକ ସୂଚନା ମିଳିପାରେ ବୋଲି କାମାଖନଗର ଏସଡିପିଓ ରଂଜନ କୁମାର ଦେ କହିଛନ୍ତି।