Advertisment

ଜମି କେଳେଙ୍କାରୀ ମାମଲା: ତତ୍କାଳୀନ ଅତିରିକ୍ତ ତହସିଲଦାର ଓ ଦଲାଲ ଦମ୍ପତିଙ୍କୁ ଉଠାଇ ନେଲା ପୋଲିସ୍‌

ଜମି କେଳେଙ୍କାରୀ ମାମଲାରେ ଜଣେ ତତ୍କାଳୀନ ଅତିରିକ୍ତ ତହସିଲଦାର ଓ ଦଲାଲ ସାଜିଥିବା ସ୍ୱାମୀ-ସ୍ତ୍ରୀଙ୍କୁ ଉଠାଇ ନେଲା ପୋଲିସ।ଢେଙ୍କାନାଳ ସଦର ତହସିଲ ଅନ୍ତର୍ଗତ ସାନଷାଠିଏବାଟିଆ ଜମି କେଳେଙ୍କାରୀ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Land Scam

Land Scam

ଢେଙ୍କାନାଳ: ଜମି କେଳେଙ୍କାରୀ ମାମଲାରେ ଜଣେ ତତ୍କାଳୀନ ଅତିରିକ୍ତ ତହସିଲଦାର ଓ ଦଲାଲ ସାଜିଥିବା ସ୍ୱାମୀ-ସ୍ତ୍ରୀଙ୍କୁ ଉଠାଇ ନେଲା ପୋଲିସ।ଢେଙ୍କାନାଳ ସଦର ତହସିଲ ଅନ୍ତର୍ଗତ ସାନଷାଠିଏବାଟିଆ ଜମି କେଳେଙ୍କାରୀ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। 

Advertisment

ସୂଚନାଥାଉ କି, ସାନଷାଠିଏବାଟିଆ ଅଞ୍ଚଳର ୫୨୨ନମ୍ବର ପ୍ଲଟର ୩୧ ଡେସିମିଲ ପରିମିତ ଜଳାଶୟ ଜମିକୁ ଦଲାଲଙ୍କ ସହ ମିଳିମିଶି ତତ୍କାଳୀନ ଅତିରିକ୍ତ ତହସିଲଦାର ଓ ରାଜସ୍ୱ କର୍ମଚାରୀ ବେଆଇନ ଭାବରେ ଶାରଦରେ ପରିବର୍ତ୍ତନ କରିଥିଲେ। ଏନେଇ ଓଟିଭିରେ ଖବର ପ୍ରସାରଣ ହୋଇଥିଲା ପରେ ଜିଲ୍ଲାପାଳ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ତହସିଲଦାରଙ୍କ ପକ୍ଷରୁ ଟାଉନ ଥାନାରେ ୧୧ ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଏମାନଙ୍କ ମଧ୍ୟରେ ତତ୍କାଳୀନ ଅତିରିକ୍ତ ତହସିଲଦାର, ୫ ଜଣ ଅମିନ, ୨ଜଣ ଡାଟା ଏଣ୍ଟ୍ରି ଅପରେଟର, ୨ଜଣ ରେକର୍ଡ଼ କିପର ଓ ଆବେଦନକାରୀ ଜମି ଦଲାଲ୍ ଅଛନ୍ତି।

Advertisment

ଟାଉନ ଥାନା ଅଧିକାରୀ ମାମଲା ରୁଜୁ କରିବା ସହିତ ପୂର୍ବତନ ଅତିରିକ୍ତ ତହସିଲଦାର ଓ ଦଲାଲ ସାଜି ଜମି କେଳେଙ୍କାରୀ କରିଥିବା ସ୍ୱାମୀ-ସ୍ତ୍ରୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଘଟଣାକୁ ନେଇ ପୂର୍ବରୁ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ପ୍ରାୟ ଦେଢ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ହେଲେ ଏବେ ଘଟଣା ସାମ୍ନାକୁ ଆସିବା ପରେ ପ୍ରଶାସନ ତତ୍ପରତା ଦେଖାଇଛି ।

Dhenkanal Land Scam In Odisha Land Scam
Advertisment
Advertisment