Advertisment

ଫେରିଲେ ମାନ୍ୟବର? ସାରଥୀଙ୍କ ଫଟୋରୁ କୁଆଡ଼େ ବାହାରୁଛି ବିଭୂତି ଓ ଗଙ୍ଗାଜଳ, ଫଳମୂଳ ଦେଲେ ହୋଇଯାଉଛି ଉଭାନ୍‌...

ସ୍ଥାନୀୟ ଲୋକ କହୁଛନ୍ତି, କୁଆଡ଼େ ସାରଥୀଙ୍କ ଫଟୋରୁ ଝରୁଛି ବିଭୂତି ଓ ଗଙ୍ଗାଜଳ। ଏମିତି କିଛି ଦୃଶ୍ୟ ଦେଖିବା ପାଇଁ ଆଖ ପାଖ ଅଂଚଳରୁ ଲୋକଙ୍କ ଭିଡ ବି ବେଶ୍‌ ଜମୁଛି। ସ୍ଥାନୀୟ ବାସିନ୍ଦା ନୁହେଁ ବରଂ ଅନୁଗୁଳ ,ଆଠମଲ୍ଲିକ ,ତାଳଚେର ଓ ବାଲେଶ୍ୱର ଆଦି ଅଞ୍ଚଳରୁ ଲୋକଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳିଛି । ଆଜକୁ ୧୦ ଦିନ ତଳେ ଖଳିବାହାଳ ଗାଁର ସୁକାନ୍ତ କୁମାର ନାଥଶର୍ମାଙ୍କ ଘରେ ଥିବା ସାରଥୀଙ୍କ ଫଟୋରୁ ବିଭୂତି ବାହାରିବା ସହ ଗଙ୍ଗାଜଳର ଏକ ସ୍ରୋତ ବାହାରିଥିଲା ବୋଲି ସୁକାନ୍ତ ନିଜେ ପ୍ରକାଶ କରିଛନ୍ତି।

author-image
Sarbeswar
ଅଦ୍ୟତନ ହୋଇଛି
ଫେରିଲେ ମାନ୍ୟବର? ସାରଥୀଙ୍କ ଫଟୋରୁ କୁଆଡ଼େ ବାହାରୁଛି ବିଭୂତି ଓ ଗଙ୍ଗାଜଳ, ଫଳମୂଳ ଦେଲେ ହୋଇଯାଉଛି ଉଭାନ୍‌...

Sarathi baba

କାମାକ୍ଷନଗର:ପୁଣି ଚର୍ଚ୍ଚାରେ ସାରଥୀ ।କେନ୍ଦ୍ରାପଡା ବାରିମୂଳ ନୁହେଁ ବରଂ ଢେ଼ଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଖଳିବାହାଳ ଗାଁରେ ଦେଖିବାକୁ ମିଳିଛି ସାରଥୀ ପ୍ରେମ। କହିବାକୁ ଗଲେ ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ପୁଣି ଥରେ ମଣିଷ । ସ୍ଥାନୀୟ ଲୋକ କହୁଛନ୍ତି, କୁଆଡ଼େ ସାରଥୀଙ୍କ ଫଟୋରୁ ଝରୁଛି ବିଭୂତି ଓ ଗଙ୍ଗାଜଳ। ଏମିତି କିଛି ଦୃଶ୍ୟ ଦେଖିବା ପାଇଁ ଆଖ ପାଖ ଅଂଚଳରୁ ଲୋକଙ୍କ ଭିଡ ବି ବେଶ୍‌ ଜମୁଛି। ସ୍ଥାନୀୟ ବାସିନ୍ଦା ନୁହେଁ ବରଂ ଅନୁଗୁଳ ,ଆଠମଲ୍ଲିକ ,ତାଳଚେର ଓ ବାଲେଶ୍ୱର ଆଦି ଅଞ୍ଚଳରୁ ଲୋକଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳିଛି । ଆଜକୁ ୧୦ ଦିନ ତଳେ ଖଳିବାହାଳ ଗାଁର ସୁକାନ୍ତ କୁମାର ନାଥଶର୍ମାଙ୍କ ଘରେ ଥିବା ସାରଥୀଙ୍କ ଫଟୋରୁ ବିଭୂତି ବାହାରିବା ସହ ଗଙ୍ଗାଜଳର ଏକ ସ୍ରୋତ ବାହାରିଥିଲା ବୋଲି ସୁକାନ୍ତ ନିଜେ ପ୍ରକାଶ କରିଛନ୍ତି।

Advertisment

ଏଥିସହିତ ତାଙ୍କ ଫଟୋରୁ ମହୁ ଏବଂ ତାଙ୍କୁ ଦିଆଯାଉଥିବା ଖାଦ୍ୟ ଗୁଡିକ ଉଭାନ ହୋଇ ଯାଉଥିବା କହିଛନ୍ତି ସ୍ଥାନୀୟ ଲୋକ ଓ ସୁକାନ୍ତଙ୍କ ପରିବାର ଲୋକ । ଯାହାକୁ ନେଇ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ଲୋକମାନେ ନଡ଼ିଆ ,କଦଳୀ ,ଲଡୁ ନେଇ ସାରଥୀଙ୍କ ପୂଜାର୍ଚ୍ଚନା କରିଛନ୍ତି। ସାରଥୀଙ୍କୁ ନେଇ ଏତେ ଘଟଣା ଘଟିବା ପରେ ବି ଫଟୋରୁ ବିଭୂତି ନିର୍ଗତ ହେବା ସମସ୍ତଙ୍କୁ ଚକିତ କରିଛି। ଲୋକଙ୍କ ବିଶ୍ୱାସ ଏବଂ ସାରଥୀଙ୍କ ଲକେଟ ପରିଧାନ କରିବା ନିଶ୍ଚିତ ପକ୍ଷେ ଆଧ୍ୟାତ୍ମିକ ଭାବନାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Odisha Dhenkanal Sarathi Baba
Advertisment
Advertisment