/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637156173.jpg)
Child Pornography
ଅନ୍ଲାଇନରେ ଶିଶୁଙ୍କୁ ଯୌନ ଶୋଷଣ ଅଭିଯୋଗ ମାମଲା । ଢେଙ୍କାନାଳ କଲୋନୀସାହିର ସୁରେନ୍ଦ୍ର ନାୟକ ନାମକ ଅଭିଯୁକ୍ତକୁ ଗିରଫ କଲା ସିବିଆଇ । ଅଶ୍ଳୀଳ ଫିଲ୍ମ ସେୟାର ଓ ସେଥିରୁ ରୋଜଗାର ଅଭିଯୋଗରେ ସୁରେନ୍ଦ୍ରକୁ ଗିରଫ କରାଯାଇଛି । ଗିରଫ ପରେ ସୁରେନ୍ଦ୍ରକୁ ସ୍ୱତନ୍ତ୍ର ସିବିଆଇ କୋର୍ଟକୁ ଚାଲାଣ କରାଯାଇଛି । ସୁରେନ୍ଦ୍ରକୁ ୭ ଦିନ ଟ୍ରାଞ୍ଜିଟ ରିମାଣ୍ଡରେ ନେବାକୁ ଦିଲ୍ଲୀ CBI ଆବେଦନ କରିଛି । ଏଥିସହ ଆସନ୍ତା ୨୬ରେ ଦିଲ୍ଲୀ ସିବିଆଇ କୋର୍ଟରେ ହାଜର ପାଇଁ ଅନ୍ୟ ଜଣେ ଅଭିଯୁକ୍ତ ମନୋରଂଜନ ଦାସକୁ ନୋଟିସ ଜାରି କରାଯାଇଛି ।
ଗତକାଲି ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କଲୋନୀ ସାହିରେ ସିବିଆଇ ଚଢ଼ାଉ କରିଥିଲା । କାଲି ସୁରେନ୍ଦ୍ରଙ୍କ ଘରେ ରେଡ୍ ବେଳେ ତମ୍ବିତୋଫାନ ହୋଇଥିଲା । ସାହି ଲୋକେ ସିବିଆଇ ଅଧିକାରୀଙ୍କୁ ଘେରି ମାରଧର୍ କରିଥିଲେ । ମହିଳାମାନେ ସିବିଆଇ ଅଧିକାରୀଙ୍କୁ ଠେଙ୍ଗା ବାଡ଼ି ଧରି ନିର୍ଧୁମ୍ ଛେଚିଥିଲେ । ମାଡ଼ ମାରିବ ସହ ଅଟକ ରଖିଥିଲେ । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିବିଆଇ ଅଧିକାରୀଙ୍କୁ ଲୋକଙ୍କ କବଳରୁ ଉଦ୍ଧାର କରିଥିଲା । ସୁରେନ୍ଦ୍ର ନାଏକ ଘରେ ପଶି ସିବିଆଇ ଅଧିକାରୀ ଦୀର୍ଘ ସମୟ ଧରି ପଚରାଉଚରା କରିବାରୁ ଏଭଳି ଉତ୍ତେଜନା ମୂଳକ ପରିସ୍ଥିତି ଉପୁଜିଥିଲା ।
ସେପଟେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ରୋକିବାକୁ ନିଆଯିବ ପଦକ୍ଷେପ । ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବା ବେଳେ ଓଡ଼ିଶାର ତିନୋଟି ଜିଲ୍ଲା ଭଦ୍ରକ, ଯାଜପୁର ଓ ଢେଙ୍କାନାଳରେ ଏନେଇ ରେଡ୍ ଖବର ସାମ୍ନାକୁ ଆସିଛି । ତେବେ ସିବିଆଇ ଓ କ୍ରାଇମବ୍ରାଞ୍ଚ ଯାହା ତଦନ୍ତ କରିଛନ୍ତି ଏନେଇ ରିପୋର୍ଟ ମାଗିବେ ବୋଲି କହିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଅଧିକାର କମିଶନ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ । ଚାଇଲ୍ଡ ପର୍ଣ୍ଣୋଗ୍ରାଫି ବା ଶିଶୁଙ୍କ ଯୌନ ଶୋଷଣର ଚିତ୍ରକୁ ନେଇ ବେପାର କିପରି ରୋକି ହେବ, ସେ ଦିଗରେ କାମ କରିବା ସହ ଆସନ୍ତା ନଭେମ୍ବର ୨୦ରୁ ଡିସେମ୍ବର ୧୦ ଯାଏ ଶିଶୁ ଅଧିକାର ଓ ସୁରକ୍ଷା ଅଭିଯାନ ଜରିଆରେ ଲୋକଙ୍କୁ ସଚେତନ କରାଯିବ ବୋଲି ସେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)