Advertisment

Sikandar: ଫିଲ୍ମ 'ସିକନ୍ଦର'କୁ ବଏକଟ୍ କରନ୍ତୁ, ଗାଜାକୁ ଦାନ କରନ୍ତୁ: ମୁସଲମାନ ସାମାଜିକ କର୍ମୀ

ଫିଲ୍ମ ‘ସିକନ୍ଦର’କୁ ବଏକଟ୍ କରିବା ନେଇ ଚର୍ଚ୍ଚା ଜୋର ଧରିଛି। ଜଣେ ମୁସଲମାନ ସାମାଜିକ କର୍ମୀ ଫିଲ୍ମକୁ ବଏକଟ୍ କରିବାକୁ ଦାବି କରିଛନ୍ତି ଏବଂ ସେ କାହିଁକି ଏମିତି କହୁଛନ୍ତି ତାହା ମଧ୍ୟ କହିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Muslim activists call for boycott of sikandar

Muslim activists call for boycott of sikandar

ଫିଲ୍ମ 'ସିକନ୍ଦର' ପାଇଁ ସଲମାନ ଖାନ ଏବେ ଚର୍ଚ୍ଚାରେ ଅଛନ୍ତି। ଇଦ୍ ଅବସରରେ ଏହି ଫିଲ୍ମ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଫିଲ୍ମଟିକୁ ମିଶ୍ରିତ ସମୀକ୍ଷା କରାଯାଉଛି। ସେପଟେ ମୁମ୍ବାଇରେ ଫିଲ୍ମ ‘ସିକନ୍ଦର’କୁ ବଏକଟ୍ କରିବା ନେଇ ଚର୍ଚ୍ଚା ଜୋର ଧରିଛି।

Advertisment

ଜଣେ ମୁସଲମାନ ସାମାଜିକ କର୍ମୀ ଫିଲ୍ମକୁ ବଏକଟ୍ କରିବାକୁ ଦାବି କରିଛନ୍ତି ଏବଂ ସେ କାହିଁକି ଏମିତି କହୁଛନ୍ତି ତାହା ମଧ୍ୟ କହିଛନ୍ତି।

ମୁମ୍ବାଇର ଓକିଲ ତଥା ସାମାଜିକ କର୍ମୀ ଶେଖ ଫାୟାଜ ଆଲମ ମୁସଲମାନ ସମାଜକୁ ସଲମାନ ଖାନଙ୍କ ଫିଲ୍ମକୁ ବଏକଟ୍ କରିବାକୁ କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଫିଲ୍ମ ନିର୍ଦ୍ଦେଶକ ଆର୍ ମୁରୁଗାଦାସଙ୍କ ଫିଲ୍ମ 'ଥୁପ୍ପକ୍କୀ'ରେ ଇସଲାମୋଫୋବିୟା ଦେଖାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ସଲମାନ ଖାନଙ୍କ ବଡ ପ୍ରଶଂସକ; ବାଣ୍ଟିଲେ ଲକ୍ଷାଧିକ ଟଙ୍କାର ଟିକେଟ୍‌

କ’ଣ ରହିଛି ଦାବି:

ଏକ ରିପୋର୍ଟ ଅନୁଯାୟୀ ଶେଖ୍ ଫାୟାଜ ଆଲମ 'ସିକନ୍ଦର'କୁ ବଏକଟ୍ କରିବାକୁ କହି ଏହା କହିଛନ୍ତି ଯେ ମନୋରଞ୍ଜନ ପାଇଁ ଖର୍ଚ୍ଚ କରିବା ପରିବର୍ତ୍ତେ ଗାଜାକୁ ଦାନ କରନ୍ତୁ ଏବଂ ମୁସଲମାନ ଶିକ୍ଷା, ଆଇନ ସହାୟତା ଏବଂ ରାଜନୈତିକ ସଶକ୍ତିକରଣରେ ବିନିଯୋଗ କରନ୍ତୁ।

ୱାକଫ୍ ସଂଶୋଧନ ବିଲ୍ ଉପରେ କଥାବାର୍ତ୍ତା:

ଆଲାମ ଆହୁରି ମଧ୍ୟ କହିଛନ୍ତି ଯେ ୱାକଫ୍‌ ସଂଶୋଧନ ବିଲ୍ ଆଗତ ହେବାକୁ ଯାଉଛି, ପ୍ରଶ୍ନ ହେଉଛି ନୀତୀଶ କୁମାର, ଚନ୍ଦ୍ରବାବୁ ନାଇଡୁ ଏବଂ ଚିରାଗ ପାସ୍‌ୱାନଙ୍କ ପରି ନେତାମାନେ ମୁସଲମାନମାନଙ୍କ ସହ ଠିଆ ହେବେ ନା ସେମାନଙ୍କ ପ୍ରତି ବିଶ୍ୱାସଘାତକତା କରିବେ।

ଇସ୍ରାଏଲର ଉତ୍ପାଦକୁ ବଏକଟ କରିବାକୁ ଆଲମ ଆହ୍ୱାନ କରିଛନ୍ତି ଏବଂ ପାଲେଷ୍ଟାଇନର ସୁରକ୍ଷା ଇସ୍‌ଲାମ୍‌ର ସୁରକ୍ଷା ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଏହା ଉତ୍ସବ ମନାଇବାର ସମୟ ନୁହେଁ, ଏହା ହେଉଛି ବଳିଦାନ କରିବାର ସମୟ।

କମୁଛି ରୋଜଗାର:

'ସିକନ୍ଦର' ବିଷୟରେ କହିବାକୁ ଗଲେ ସଲମାନ ଖାନ ଏବଂ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ଆର୍ ମୁରୁଗାଦାସ୍। ଏହା ହେଉଛି ଏକ ରୋମାଣ୍ଟିକ୍ ଆକ୍ସନ୍ ଡ୍ରାମା ଫିଲ୍ମ। ତେବେ ଫିଲ୍ମର ଦୁର୍ବଳ କାହାଣୀ କାରଣରୁ ଇଦ୍ ପରେ ଫିଲ୍ମର ଆୟ ହ୍ରାସ ପାଇଛି।

Sacnilkର ତଥ୍ୟ ଅନୁଯାୟୀ ଫିଲ୍ମ 'ସିକନ୍ଦର' ଇଦ୍ ଛୁଟି ପରେ ୨୦ କୋଟି ଟଙ୍କା ମଧ୍ୟ ରୋଜଗାର କରିପାରି ନାହିଁ। ଏହି ଫିଲ୍ମ ତିନି ଦିନ ମଧ୍ୟରେ ପ୍ରାୟ ୭୪ କୋଟି ଟଙ୍କା ରୋଜଗାର କରିଛି।

ଅଧିକ ପଢ଼ନ୍ତୁ:  ନିରାଶ କରୁଛି କି ସିକନ୍ଦର; ଜଣେ କହିଲେ, ମୁଁ ଦେଖିଥିବା ସବୁଠାରୁ ଖରାପ ଫିଲ୍ମ

Salman Khan Rashmika Mandanna Bollywood Boycott Sikandar
Advertisment
Advertisment