• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ବ୍ୟାଗରେ ବାଣ ନେଇଯାଉଥିବା ବେଳେ ବିସ୍ଫୋରଣ

  • ବାଣ ବିସ୍ଫୋରଣରେ ଜଣେ ମୃତ, ୨ ଜଣ ଗୁରୁତର

  • ସଦର ଥାନା ଅନ୍ତର୍ଗତ ବାରଦା ଗାଁରେ ଅଘଟଣ

  • ଗାଁ ଛକରୁ ବାଣ କିଣି ବାଇକରେ ଯାଉଥିଲେ ୩ ଯୁବକ

ଭୁବନେଶ୍ୱର: ବାଣ ନେଲା ୨ ଜୀବନ। ଆଲୋକର ପର୍ବ ଦୀପାବଳିରେ ସାମ୍ନାକୁ ଆସିଲା ଦୁଃଖଦ ଘଟଣା । ଦୁଇ ଦୁଇଟି ସ୍ଥାନରେ ବାଣ ବିସ୍ଫୋରଣରେ ୨ ଜଣଙ୍କ ପ୍ରାଣହାନୀ ହୋଇଛି। ଢେଙ୍କାନାଳ ସଦର ଥାନା ଅଞ୍ଚଳରେ ଦୀପାବଳିରେ ଅଘଟଣ ହୋଇ ଜଣଙ୍କର ଜୀବନ ଯାଇଛି। ବାଣ ବିସ୍ଫୋରଣ ହେବାରୁ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ବ୍ୟକ୍ତି ହେଲେ ବାରଦା ଗାଁର ମହେଶ୍ୱର ମହାରଣା ବୋଲି ଜଣାପଡ଼ିଛି।

ସେ ବାରଦା ଗାଁ ଛକରୁ ବାଣ କିଣି ବାଇକରେ ୩ ଯୁବକଙ୍କ ସହ ଯାଉଥିଲେ । ଆଉ ଏହି ସମୟରେ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏଥିରେ ମହେଶ୍ୱରଙ୍କ ମୃତ୍ୟୁ ହୋଇଥିବାବେଳେ ବୀରେନ୍ ନାୟକ ଓ ପ୍ରସନ୍ନ ବ୍ରହ୍ମ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସେପଟେ, କେନ୍ଦ୍ରାପଡ଼ାରେ ବି ଘଟିଛି ସମାନ ଅଘଟଣ ।ଘର ଭିତରେ ବାଣ ଭିଡୁଥିବାବେଳେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ଜଣଙ୍କ ପ୍ରାଣହାନୀ ହୋଇଥିବା ସୂଚନା ମିଳିଛି। ତାସହ ବାଣ କିଣିବାକୁ ଆସିଥିବା ଜଣେ ଗ୍ରାହକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି । ଯୁଇଦାସପୁର ଗାଁରେ ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।