ପ୍ରେମ ଶାଶ୍ୱତ, ପବିତ୍ର, ଚିରନ୍ତନ। ହେଲେ ପ୍ରେମରେ ବିଫଳ ହେଲେ କିଛି ବ୍ୟକ୍ତି ଚରମ ପଦକ୍ଷେପ ନେବାକୁ ପଛାନ୍ତି ନାହିଁ। ପ୍ରେମରେ ବିଫଳ ହେବା ପରେ ଜଣେ ଯୁବକ ବ୍ଲେଡ୍ରେ ନିଜର ହାତ ଓ ଗଳା କାଟି ଦେଇଥିବା ସୂଚନା ମିଳିଛି।
ମଦ୍ୟପାନ କରି ବସ ଚଲାଇବା ପଡିଲା ମହଙ୍ଗା । ଖବର ପାଇ ଅଧାବାଟରେ ଢେଙ୍କାନାଳ ଟାଉନ ଥାନା ପୋଲିସ ବସକୁ ଜବତ କରିବା ସହ ମଦ୍ୟପ ଡ୍ରାଇଭରକୁ ଅଟକ ରଖି ପଚରା ଉଚରା କରୁଛି ।
ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ବିରାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାଗ୍ରସ୍ତ ବିମାନଟି ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ।
ଖୁସିରେ ଘରକୁ ଫେରୁଥିଲେ, ହେଲେ ଜାଣି ନଥିଲେ ଅଧା ବାଟରେ ଚାଲି ଯିବ ଜୀବନ। ବସ୍ ଚକା ତଳେ ଚାପି ହୋଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି।
ଛବି ମହାନ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।
କଥା କହି ପାରୁନଥିବା ଜୀବଙ୍କ କଷ୍ଟକୁ ଅନୁଭବ କରି ସେମାନଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରୁଛନ୍ତି କିଛି ଯୁବଗୋଷ୍ଠୀ ।
ଆଜି ବି ରାଜ୍ୟର ଅନେକ ଗାଁରେ ଚିକିତ୍ସା ସୁବିଧା ନାହିଁ । କେଉଁଠି ହସ୍ପିଟାଲ ନାହିଁ ତ କେଉଁଠି ହସ୍ପିଟାଲ ଥିଲେ ଡାକ୍ତର ନାହାନ୍ତି । କେଉଁଠି ଷ୍ଟାଫ୍ ନାହାନ୍ତି ।
ପ୍ରିଆକ୍ଟିଭେଟେଡ୍ ସିମ୍ କାରବାର ନେଇ ନଜର ରଖିବାକୁ ସବୁ ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ଚଢ଼ାଉ ପାଇଁ ଏସ୍ପିମାନଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ନିର୍ଦ୍ଦେଶ ରହିଛି ।
ଆଦିବାସୀ ଅଧ୍ୟୁଷିତ ଇଲାକାରେ ଆୟୋଜିତ ହୋଇଛି ଆୟୁଷ୍ମାନ ଭାରତ ଗୋଷ୍ଠୀ ସ୍ତରୀୟ ସ୍ୱାସ୍ଥ୍ୟ ମେଳା । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଅନ୍ତର୍ଗତ ଏକୁଲସେକୁଲ ଇଲାକାରେ ଆରମ୍ଭ ହୋଇଛି ଏହି ମେଳା ।
ଢେଙ୍କାନାଳର ବିଭିନ୍ନ ଜଙ୍ଗଲରେ ପ୍ରାୟ ୧୦ରୁ ଅଧିକ କଲରାପତରିଆ ବାଘ ଥିବା ଅନୁମାନ କରାଯାଉଛି ।
ରୋଷେୟା ମୃତ୍ୟୁକୁ ୪ ଦିନ ବିତିଯାଇଥିଲେ ବି ସମସ୍ତେ ନୀରବ ରହୁଥିବାରୁ ଘଟଣା ଆହୁରି ରହସ୍ୟମୟ ଲାଗୁଛି ।
ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଝାରସୁଗୁଡ଼ା ବାସଭଭନରେ କାର୍ଯ୍ୟରତ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଏବେ ରାଜନୀତି ଉଷ୍ମ ହେବାରେ ଲାଗିଛି ।
ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କନ୍ଧପାଳ ଗାଁରେ ଗୁଳିମାଡ଼ରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ପ୍ରତି ଆକ୍ରମଣ କରିଛନ୍ତି। ମୃତକଙ୍କ ପରିବାର ଲୋକ ଫେରାର ମୁଖ୍ୟ ଅଭିଯୁକ୍ତର ସ୍ତ୍ରୀ ଓ ୩ ବର୍ଷର ଶିଶୁପୁତ୍ରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଆକାଂକ୍ଷୀ ଜିଲ୍ଲା ସମୀକ୍ଷା ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଅସିଥିବା ବେଳେ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ଢଙ୍ଗରେ ବର୍ଷିଛନ୍ତି ।
ନବ ନିର୍ବାଚିତ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଘର ବାହାରେ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିବା ସୂଚନା ମିଳିଛି। ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ବୋମାମାଡ଼ରେ ଘରର ପାଚେରୀ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି।
ଥାନା ପରିସରରେ ପୋଲିସ ଉପସ୍ଥିତିରେ ବିଜେପି-ବିଜେଡି କର୍ମୀ ପିଟାପିଟି। । ଢେଙ୍କାନାଳ ଟାଉନ୍ ଥାନା ପରିସରରେ ହାତାହାତି ହୋଇଛନ୍ତି ଉଭୟ ଦଳର କର୍ମୀ। ପୂର୍ବତନ ବିଜେପି ବିଧାୟକଙ୍କ ପୁତୁରା ଏବଂ ସଦର ବିଜେଡି ବିଧାୟକଙ୍କ ସମର୍ଥକ ମୁହାଁମୁହିଁ ହୋଇଥିଲେ।
ଟୁକୁର ଘର ପରଜଙ୍ଗ ଥାନା ଗଡ଼ପଳାଶୁଣି ଗାଁରେ । ସେ ଗତ ଦୁଇ ବର୍ଷ ହେବ ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ପୁରୁକିଆ ଗାଁର ଦିଲ୍ଲୀପ କୁମାର ଜେନାଙ୍କ ସ୍ତ୍ରୀ ସୁନିତା ଜେନାଙ୍କୁ ଭଲ ପାଇ ଆସୁଥିଲେ ।
ପିଶାଚ ସ୍ୱାମୀର ଉନ୍ମତ୍ତ କାଣ୍ଡ। ସ୍ତ୍ରୀକୁ ମାଡ଼ ମାରି ଲହୁଲୁହାଣ କରିବା ପରେ ଜିଅନ୍ତା ପୋତି ଦେଲା ସ୍ୱାମୀ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଶୀତଳବସା ଗାଁରେ ଏଭଳି ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି।
ଆହତ ଦନ୍ତା ଆକ୍ରମଣରେ ଏଲିଫ୍ୟାଣ୍ଟ ସ୍କ୍ୱାଡ୍ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ବିଶ୍ରଞ୍ଜନ ପାଣିଗ୍ରାହୀ ବୋଲି ଜଣାପଡିଛି ।
ଆଦିବାସୀ ସମ୍ପ୍ରଦାୟରେ ଶିଶୁକନ୍ୟା ଜନ୍ମ ନେବା ପରେ ପ୍ରଥମେ ଦାନ୍ତ ଉପର ମାଢ଼ିରେ ଉଠିଲେ , ଏହାକୁ ଅଶୁଭ ବୋଲି ଧରାଯାଇଥାଏ । ଯାହାର ପ୍ରତିକାର ସଦୃଶ ତାକୁ ଏକ କୁକୁର ସହିତ ବିବାହ କରାଗଲେ ରିଷ୍ଟ ଖଣ୍ଡନ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି ।
ରାତି ଅଧରେ ଫୁଲିଟା ବୋମା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ ଗାଁରେ ବୋମା ଫୁଟିଥିଲା ଫଳରେ ଗୋଟିଏ ପରିବାରର ୫ ଜଣ ସଦସ୍ୟ ଅଳ୍ପକେ ବର୍ତ୍ତିଛନ୍ତି । ଗୁଣି ଗାରେଡି ସନ୍ଦେହକୁ ନେଇ ବୋମା ମାଡ଼ ହୋଇଥିବା ଅଭିଯୋଗ ହୋଇଛି ।
ରସିକିଆ ନକଲି ଡାକ୍ତରଙ୍କଠାରୁ ୨ଟି ଗାଡ଼ି ଠାବ କରିଛି ପୋଲିସ । ଖଣ୍ଡଗିରି ଥାନା ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ପୋଲିସ ରେଡ୍ ମଧ୍ୟ କରିଛି । ଗିରଫ ହେବା ପୂର୍ବରୁ ଉକ୍ତ ଆପାର୍ଟମେଣ୍ଟରେ ରହୁଥିଲେ ସଂପୃକ୍ତ ଡାକ୍ତର ।
ବ୍ରିଜ୍ ବାଡ଼ ଭାଙ୍ଗି ନଦୀକୁ ଖସିପଡ଼ିଲା ଲୁହା ବୋଝେଇ ଟ୍ରେଲର। ଏଥିରେ ଗାଡ଼ି ହେଲ୍ପର୍ଙ୍କ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆଜି ଭୋର ସମୟରେ ଢେଙ୍କାନାଳ ଜିଲ୍ଲାରେ ଏହି ଘଟଣା ଘଟିଛି।
ପ୍ରାୟ ୪୮ ଘଣ୍ଟା ପରେ ମିଳିଲେ ଢେଙ୍କାନାଳର ନିଖୋଜ ସମିତି ସଭ୍ୟ ପ୍ରାର୍ଥିନୀଙ୍କ ସ୍ୱାମୀ। ଓଭରବ୍ରିଜ୍ ତଳୁ ପୋଲିସ ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରିଛି।
ସମିତି ସଭ୍ୟା ପ୍ରାର୍ଥିନୀଙ୍କ ସ୍ୱାମୀ ନିଖୋଜ। ଗତକାଲି ରାତିରୁ ସମିତି ସଭ୍ୟା ପ୍ରାର୍ଥିନୀଙ୍କ ସ୍ୱାମୀ ନିଖୋଜ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଢେଙ୍କାନାଳ ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି।