Advertisment

ଅଡୁଆରେ ସରକାରୀ କର୍ମଚାରୀ; BJD ପାଇଁ କରୁଥିଲେ ଖୋଲାଖୋଲି ପ୍ରଚାର !

ସରକାରୀ କର୍ମଚାରୀ ହେବା ସତ୍ତ୍ୱେ ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ଏମାନେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରିଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଠାରେ ଅଭିଯୋଗ କରିଥିଲା ବିଜେପି।

author-image
Manoranjan Behera
ଅଦ୍ୟତନ ହୋଇଛି
Odisha govt Officials participating In BJD Election Campaign

Goverment Employee

ବିଜେଡ଼ି ପାଇଁ ପ୍ରଚାର କରି ଅଡୁଆରେ ସରକାରୀ କର୍ମଚାରୀ। ଚୌଦ୍ୱାର ଥାନା ଆଇଆଇସି ବିଶ୍ୱରଞ୍ଜନ ସାହୁ ଓ ଏସଆଇ ସରସ୍ୱତୀ ସାହୁ, ଆଠଗଡ଼ ମେଡିକାଲର କ୍ଲର୍କ ସନ୍ତୋଷ ମିଶ୍ର ଏବଂ ଭଦ୍ରକ ଜିଲ୍ଲା ସାଳନ୍ଦୀ ଡିଭିଜନ ଜଳସେଚନ ଅଫିସର କର୍ମଚାରୀ ପରମେଶ୍ୱର ମଲ୍ଲିକଙ୍କ ଉପରେ ହୋଇପାରେ ଆକ୍ସନ।

Advertisment

ସରକାରୀ କର୍ମଚାରୀ ହେବା ସତ୍ତ୍ୱେ ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ଏମାନେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରିଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଠାରେ ଅଭିଯୋଗ କରିଥିଲା ବିଜେପି। ଦଳର ରାଜ୍ୟ ନିର୍ବାଚନ ସେଲ ସଂଯୋଜକ ଜୟନ୍ତ ଜେନାଙ୍କ ଅଭିଯୋଗ ଆଧାରରେ ଏ ନେଇ ରାଜ୍ୟ ସରକାରଙ୍କୁ ଯଥାଶୀଘ୍ର ରିପୋର୍ଟ ଦେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ନିର୍ଦ୍ଦେଶ ଦେଇଛି।

ଅଧିକ ପଢ଼ନ୍ତୁ: ଝାରସୁଗୁଡ଼ା BJD ହୁଲୁସ୍ତୁଲ୍, ଅଣଦେଖା ଅଭିଯୋଗରେ ଦଳ ଛାଡ଼ିଲେ ସାଧାରଣ ସମ୍ପାଦକ

Advertisment

ସେହିପରି ବିଜେଡ଼ି ପାଇଁ ଏସଏଚ୍ଜି ମାନଙ୍କୁ ବ୍ୟବହାର ଅଭିଯୋଗରେ ବଲାଂଗୀର ଜିଲ୍ଲା ମିଶନ ଶକ୍ତି ପ୍ରୋଜେକ୍ଟ ମ୍ୟାନେଜର ସୁମନ ଦ୍ୱିବେଦୀଙ୍କ ପାଇଁ ମଧ୍ୟ ଅଡୁଆ ବଢ଼ିଛି। ଏ ବାବଦରେ ମଧ୍ୟ ରିପୋର୍ଟ ଦେବାକୁ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ସିଇଓ ଅଫିସ୍।

ସରକାରୀ ଅଧିକାରୀମାନଙ୍କୁ ଯଦି ବିଜେଡି ଏଭଳି ବାରମ୍ବାର ନିଜର ନିର୍ବାଚନୀ ପ୍ରଚାର ଓ ଭୋଟ ହାତେଇବା ପାଇଁ ନିୟୋଜିତ କରେ, ତା’ହେଲେ ରାଜ୍ୟରେ ଅବାଧ ନିର୍ବାଚନ କିଭଳି ସମ୍ଭବପର ହେବ ବୋଲି ବିଜେପି ପ୍ରଶ୍ନ କରିଛି। ବିଜେପିର ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡାଙ୍କ ସମେତ ଉର୍ମିଳା ମହାପାତ୍ର, ଜୟନ୍ତ ଜେନା, ରଶ୍ମିରଞ୍ଜନ କାନୁନଗୋ, ବିଶ୍ୱଜିତ ସ୍ୱାଇଁ ଓ ତୃପ୍ତିମୟୀ ମକଦ୍ଦମ ପ୍ରମୁଖ ସାମିଲ ଥିଲେ।

Odisha Politics Election Code Of Conduct Govt Employees General Elections 2024
Advertisment
Advertisment