Advertisment

ସରକାରୀ ଶିକ୍ଷାନୁଷ୍ଠାନରେ କାହିଁକି ନାହିଁ ସଫଳତା ? ରାଉରକେଲା NITରୁ ୫ ଛାତ୍ରଛାତ୍ରୀ IAS

ଏଥର ସିଭିଲ ସର୍ଭିସ ପରୀକ୍ଷାରେ ସମସ୍ତଙ୍କୁ ଚମକାଇ ଦେଇଛି ରାଉରକେଲା ନିଟ୍ । ପ୍ରଥମଥର ପାଇଁ ଏକାସଙ୍ଗେ ପାଂଚ ପାଂଚ ଜଣ ଛାତ୍ରଛାତ୍ରୀ ସଫଳତା ପାଇଛନ୍ତି ।

author-image
Swadesi Megha Mallhar Prusty
undefined

UPSC Result

ଏଥର ସିଭିଲ ସର୍ଭିସ ପରୀକ୍ଷାରେ ସମସ୍ତଙ୍କୁ ଚମକାଇ ଦେଇଛି ରାଉରକେଲା ନିଟ୍ । ପ୍ରଥମଥର ପାଇଁ ଏକାସଙ୍ଗେ ପାଂଚ ପାଂଚ ଜଣ ଛାତ୍ରଛାତ୍ରୀ ସଫଳତା ପାଇଛନ୍ତି । ଏଠାରେ ପଢିଥିବା ଅନିମେଶ ପ୍ରଧାନ ତ ସାରା ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ନିଟ୍ ର ସଫଳତା ସହ ପ୍ରଶ୍ନ ଉଠୁଛି, ରାଜ୍ୟରେ ଗଣ୍ଡା ଗଣ୍ଡା ସରକାରୀ ଶିକ୍ଷାନୁଷ୍ଠାନ ଥିଲେ ମଧ୍ୟ କାହିଁକି ୟୁପିଏସସି ପରୀକ୍ଷାରେ ମିଳୁନି ଆଶାତୀତ ରେଜଲ୍ଟ ?

Advertisment

ସିଭିଲ ସର୍ଭିସରେ ସର୍ବଭାରତୀୟ ସ୍ତରରେ ନାଁ ରଖିଲେ ରାଉରକେଲା ନିଟ୍ ଛାତ୍ର । ଏବର୍ଷ ୫ ଜଣ ଛାତ୍ରଛାତ୍ରୀ ପାଇଛନ୍ତି ସଫଳତା । ଆଇଏଏସ୍ ରେ ୨ ନମ୍ବର ରାଙ୍କ ପାଇଛନ୍ତି ତାଳଚେରର ଅନିମେଶ ପ୍ରଧାନ । ୨୪ ବର୍ଷୀୟ ଅନିମେଶ NIT ରାଉରକେଲାରେ ବିଟେକ୍ କଂପ୍ୟୁଟର ସାଇନ୍ସ ପଢ଼ିଛନ୍ତି । ଦେଶରେ ନମ୍ବର ୨ ଟପ୍ପର ସହ ଟେକିରୁ ଆଇଏଏସ୍ ବନି ରେକର୍ଡ କରିଛନ୍ତି ଅନିମେଶ ।

ସେହିପରି ୨୦୧୮ରେ ଇଲେକ୍ଟ୍ରିକାଲ ଇଂଜିନିୟରିଂ ପଢିଥିବା ପଦ୍ନନାଭ ମିଶ୍ର, ୨୦୧୬ରେ ଇଲେକ୍ଟ୍ରିକାଲ ଇଂଜିନିୟରିଂ କରିଥିବା ବିଶ୍ୱଜିତ୍ ପଣ୍ଡା, ୨୦୧୯ରେ ବିଟେକ୍ କରିଥିବା ଅନୁଷ୍କା ସରକାର ଏବଂ ୨୦୧୬ରେ ରାଉରକେଲା ଏନଆଇଟିରୁ ମେକାନିକାଲ ଇଂଜିନିୟରିଂ ପଢିଥିବା କାଲୁଲ ହଜାରିକା ୨୦୨୩ ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ।

Advertisment

ଗତ କିଛି ବର୍ଷ ହେଲା ୟୁପିଏସସିରେ ଉନ୍ନତ ପ୍ରଦର୍ଶନ କରିଆସୁଛନ୍ତି ରାଉରକେଲା ନାସନାଲ୍ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିର ଛାତ୍ରଛାତ୍ରୀ । ନିଟ୍ ଛାତ୍ରୀ କସ୍ତୁରୀ ପଣ୍ଡା ୨୦୨୦ରେ ରାଙ୍କ ୬୭ ସହ ଆଇଏଏସ୍ ପାଇଥିଲେ । ସେହିପରି ଆଇପିଏସ୍ ମିତ୍ରଭାନୁ ମହାପାତ୍ର ବି ରାଉରକେଲା ନିଟ୍ ଛାତ୍ର ।

ନିଟ୍ ନିର୍ଦ୍ଦେଶକ କହିଛନ୍ତି, ଆଗକୁ ଏହି ସଂଖ୍ୟା ଆହୁରି ବଢିବ । ୨୦୨୩ର ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସାରା ଦେଶରେ ମୋଟ ୧୦୧୬ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ତାମଧ୍ୟରୁ ମାତ୍ର ୧୫ ଜଣ ଓଡ଼ିଆ । ପ୍ରଶ୍ନ ଉଠୁଛି, ରାଜ୍ୟରେ ଗଣ୍ଡା ଗଣ୍ଡା ସରକାରୀ କଲେଜ୍ ଥିଲେ ମଧ୍ୟ କାହିଁକି ମିଳୁନି ସଫଳତା ?

ଛାତ୍ରଛାତ୍ରୀଙ୍କୁ ମାଗଣାରେ ଆଇଏଏସ୍ କୋଚିଂ ଦିଆଯାଉଥିବା ଏବଂ ଏନେଇ ଭିତ୍ତିଭୂମି ବଢାଯାଉଥିବା ବାରମ୍ବାର କହୁଛନ୍ତି ସରକାର, ହେଲେ ସେସବୁ ଫଳପ୍ରଦ ହେଉନି କାହିଁକି ? ନିଟରେ ଟେକନିକାଲ ଷ୍ଟଡି ଭିତରେ ପାଠ ପଢି ଛାତ୍ରଛାତ୍ରୀ ଆଇଏଏସ ପାଉଛନ୍ତି ହେଲେ ସରକାରୀ କଲେଜ୍-ୟୁନିଭର୍ସିଟି ପିଲା ସିଭିଲ ସର୍ଭିସରେ ଭଲ ରେଜଲ୍ଟ ନଆଣିବା ପଛରେ କାରଣ କଣ ?

UPSC Civil Service
Advertisment
Advertisment