Advertisment

ରେକର୍ଡ ଭାଙ୍ଗୁଛି ଟ୍ୱିନସିଟି ତାତି; କେବେ ଏସିଆ ତ କେବେ ଦେଶରେ ସବୁଠୁ ଉତ୍ତପ୍ତ ସହର

୧୦/୧୫ ବର୍ଷ ତଳେ ରାଜଧାନୀରେ କେମିତି ବୋହୁଥିଲା ଶୀତଳ ପବନ, କେମିତି ଆରାମଦାୟକ ଥିଲା ଭୁବନେଶ୍ୱର। କିନ୍ତୁ ଆଜି ଶୀତଳ ନୁହେଁ, ଝାଞ୍ଜି ମାଡ଼ରେ ପୋଡ଼ିଯାଉଛି ସର୍ବାଙ୍ଗ। ମୁଣ୍ଡ ଉପରେ ସୂର୍ଯ୍ୟଙ୍କ ପ୍ରକୋପ, ପାଦ ତଳେ ଉତ୍ତପ୍ତ ଧରାପୃଷ୍ଠ।

author-image
Manoranjan Behera
undefined

Temperature

କେବେ ଏସିଆରେ ତ ଆଉ କେବେ ସାରା ଦେଶରେ..ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ରାଜଧାନୀ ଭୁବନେଶ୍ୱରର ତାତି। କେବଳ ଭୁବନେଶ୍ୱର କାହିଁକି, ଜଳୁଛି କଟକ ସହର। ଗତ ୩ ଦିନ ହେଲା ପାଣିପାଗ ବିଭାଗର ରେଡ୍ ଆଲର୍ଟରେ ଟ୍ୱିନସିଟି। ଛଟପଟ ହେଉଛନ୍ତି ଦୁଇ ମହାନଗରୀର ଜନତା। ବିପନ୍ନ, ଜୀବନ-ଜୀବିକା। ଭୁବନେଶ୍ୱର ରାଜମହଲ ଅଞ୍ଚଳରେ ଟ୍ରଲି ଟାଣି ପେଟ ପୋଷୁଥିବା ଜଣେ ଖଟିଖିଆ ମଣିଷ। ଆଜିକୁ ୪୦ ବର୍ଷ ହେଲାଣି ରହି ଆସୁଛନ୍ତି ରାଜଧାନୀରେ। କିନ୍ତୁ ଏଭଳି ପ୍ରଚଣ୍ଡ ତାତି ସେ କେବେ ଅନୁଭବ କରିନାହାନ୍ତି।

Advertisment

୧୦/୧୫ ବର୍ଷ ତଳେ ରାଜଧାନୀରେ କେମିତି ବୋହୁଥିଲା ଶୀତଳ ପବନ, କେମିତି ଆରାମଦାୟକ ଥିଲା ଭୁବନେଶ୍ୱର। କିନ୍ତୁ ଆଜି ଶୀତଳ ନୁହେଁ, ଝାଞ୍ଜି ମାଡ଼ରେ ପୋଡ଼ିଯାଉଛି ସର୍ବାଙ୍ଗ। ମୁଣ୍ଡ ଉପରେ ସୂର୍ଯ୍ୟଙ୍କ ପ୍ରକୋପ, ପାଦ ତଳେ ଉତ୍ତପ୍ତ ଧରାପୃଷ୍ଠ। ହଜାରେ ବର୍ଷର ସହର କଟକରେ ବି ସେହି ସମାନ ଦଶା। ଏଠି ବି ଅସହ୍ୟ ଆଉ ଅସମ୍ଭାଳ ତାତି ସହ ଝାଞ୍ଜିମାଡ଼ରେ ଡହଳବିକଳ ଜନଜୀବନ। ପୂର୍ବରୁ କେବେ ଏମିତି ଭୋଗିନଥିବା କହିଛନ୍ତି କଟକ ବାସିନ୍ଦା।

ଗ୍ରୀଷ୍ମରେ ସାଧାରଣତଃ ପଶ୍ଚିମ ଓଡ଼ିଶାରେ ଅଧିକ ଉତ୍ତପ୍ତ ଅନୁଭୂତ ହୁଏ। ଟିଟିଲାଗଡ଼କୁ ତ ଲୋକେ ତତଲାଗଡ଼ ବୋଲି କୁହନ୍ତି। ଶେଷଥର ପାଇଁ ୨୦୦୩ ମସିହାରେ ଏଠିକାର ପାରଦ ୫୦ ଡିଗ୍ରୀକୁ ଛୁଇଁଥିଲା। କିନ୍ତୁ ଟ୍ୱିନସିଟିର ଟେଂପରେଚର୍ ଉପରମୁହାଁ ଟ୍ରେଣ୍ଡରେ। ଚଳିତ ସିଜିନର ଏପ୍ରିଲରେ ଲମ୍ବା ଅବଧି ଧରି କ୍ରମାଗତ ୪୦ ଉପରେ ରହିଆସିଛି ପାରଦ। ଏହାପଛରେ ଦ୍ରୁତଗତିରେ ବଢୁଥିବା ସହରୀକରଣକୁ ଦାୟୀ କରିଛନ୍ତି ପରିବେଶବିତ୍।

Advertisment

ସୁଉଚ୍ଚ ଅଟ୍ଟାଳିକା ପାଇଁ ଟଳିପଡ଼ିଛି ଅସଂଖ୍ୟ ଗଛଲତା। ନଷ୍ଟ ହୋଇଛି ପ୍ରାକୃତିକ ଜଙ୍ଗଲ। ଜଳ ଉତ୍ସ ସହ ହ୍ରାସ ପାଇଛି ଆର୍ଦ୍ରଭୂମି। ଆଉ ତାହାରି ଭିତରେ ଦୈନିକ ଦୌଡ଼ୁଛି ଲକ୍ଷାଧିକ ଗାଡ଼ି ମଟର। ତଥ୍ୟ କହୁଛି, ୧୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଭୁବନେଶ୍ୱରରେ ଗତ ୩ ବର୍ଷରେ ଗଢ଼ିଉଠିଛି ହଜାର ହଜାର ଆପାର୍ଟମେଣ୍ଟ ସହ ସୁଉଚ୍ଚ କୋଠାବାଡ଼ି। ସେହିପରି ପ୍ରାୟ ୯ ଲକ୍ଷ ଜନସଂଖ୍ୟା ବିଶିଷ୍ଟ କଟକରେ ବି ବର୍ଷକ ଭିତରେ ଶତାଧିକ ଆପାର୍ଟମେଣ୍ଟ ନିର୍ମାଣ କରାଯାଇଛି। ତେଣୁ କଂକ୍ରିଟ୍ ଜଙ୍ଗଲ ପାଲଟିଯାଇଥିବା ଟ୍ୱିନସିଟି ଏବେ ପାଲଟିଯାଇଛି ହିଟୱେଭର ହଟସ୍ପଟ୍।

Weather News Odisha Weather Temperature Heat Wave
Advertisment
Advertisment