ଡହଡହ ଖରା, ଆଉ ତା ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଲୋକେ। ଏହି ସମୟରେ ପାଠାଗାରରେ ଅଧ୍ୟୟନ କରୁଛନ୍ତି ଛାତ୍ରଛାତ୍ରୀ। କଟକ ଖାନନଗର ନେତାଜୀ ବସ ଟର୍ମିନାଲ ନିର୍ମାଣ ହେବା ପରେ ସେଠାରେ ଅସ୍ଥାୟୀ ଭାବେ ଚାଲିଛି ପାଠାଗାର।
ପାଠକଙ୍କ ପାଇଁ ପାଠାଗାର ହେଉଛି ଜ୍ଞାନର ଏନ୍ତୁଡ଼ିଶାଳ । ହେଲେ କଟକସ୍ଥିତ ପୁରାତନ ବିଶ୍ୱନାଥ ପଣ୍ତିତ କେନ୍ଦ୍ରୀୟ ପାଠାଗାର ଏବେ ଧିରେ ଧିରେ ତାର ଅସ୍ତିତ୍ୱ ହରାଇବାକୁ ବସିଲାଣି ।
କଟକ ବିଶ୍ୱନାଥ ପଣ୍ତିତ କେନ୍ଦ୍ରୀୟ ପାଠାଗାରର । କଟକ ଖାନନଗରଠାରେ ପ୍ରସ୍ତାବିତ ବସ୍ ଟର୍ମିନାଲ ପାଇଁ ଗତବର୍ଷ ପାଠାଗାରକୁ ଉଛେଦ କରାଯାଇଥିଲା । ପାଠାଗାରର ନୂତନ ଗୃହ ଖୁବଶୀଘ୍ର ପୁରୀ ବସଷ୍ଟାଣ୍ଡ ନିକଟରେ ଥିବା ସରକାରୀ ଯାଗାରେ ନିର୍ମାଣ ପାଇଁ ପ୍ରତିଶ୍ରୁତି ମିଳିଥିଲା । ଏଥିପାଇଁ ଜାଗା ମଧ୍ୟ ଚିହ୍ନଟ ହୋଇଥିଲା ।