/odishatv-khabar/media/post_attachments/uploadimage/library/16_9/16_9_0/IMAGE_1713546029.jpg)
Biswanath Pandit Central Library
କଟକର ଖାନନଗରରେ ଅତ୍ୟାଧୁନିକ ବସ୍ ଟର୍ମିନାଲ୍ ନିର୍ମାଣ ପରେ ନିଜର ସ୍ଥାୟୀ ସ୍ଥିତି ଖୋଜୁଛି ପଣ୍ଡିତ ବିଶ୍ୱନାଥ ପାଠାଗାର। ଅସହ୍ୟ ତାତିରେ ବସ ଟର୍ମିନାଲ ଉପରେ ଖୋଲା ଯାଇଥିବା ଅସ୍ଥାୟୀ ପାଠାଗାରରେ ଏବେ ଛାତ୍ରଛାତ୍ରୀ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଅନ୍ୟପଟେ ସିଏମସି କମିଶନର କହିଛନ୍ତି ଏହି ଅସ୍ଥାୟୀ ପାଠାଗାରରେ ଥିବା ବିଭିନ୍ନ ସମସ୍ୟାକୁ ସମାଧାନ କରିବା ପାଇଁ ନିଶ୍ଚିତ ଭାବେ ପଦକ୍ଷେପ ଗ୍ରହଣ କରାଯିବ।
ଡହଡହ ଖରା, ଆଉ ତା ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଲୋକେ। ଏହି ସମୟରେ ପାଠାଗାରରେ ଅଧ୍ୟୟନ କରୁଛନ୍ତି ଛାତ୍ରଛାତ୍ରୀ। କଟକ ଖାନନଗର ନେତାଜୀ ବସ ଟର୍ମିନାଲ ନିର୍ମାଣ ହେବା ପରେ ସେଠାରେ ଅସ୍ଥାୟୀ ଭାବେ ଚାଲିଛି ପାଠାଗାର। ତେବେ ପାଠାଗାରର ଅଧିକାଂଶ ଫ୍ୟାନ ଅଚଳ, ଏମିତିକି ଥଣ୍ଡା ପିଇବା ପାଣି ମିଳୁନି। ପୂର୍ବରୁ ପାଠାଗାରରେ ଏୟାର କଣ୍ଡିସିନିଂ ଲାଗି ଯୋଜନା ଥିଲା ତେବେ ତାହା କେବଳ ଯୋଜନାରେ ସୀମିତ। ଅନ୍ୟପଟେ ବସଷ୍ଟାଣ୍ତରେ ବହୁ ସଂଖ୍ୟାରେ ଗାଡ଼ି ଚଳାଚଳ କରୁଥିବା ବେଳେ ଧୂଆଁ ଯୋଗୁଁ ତାତି ବଢୁଛି। ଏ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
1987 ମସିହାରେ ଆରମ୍ଭ ହୋଇଥିଲା ପଣ୍ଡିତ ବିଶ୍ବନାଥ ପାଠାଗାର। ପ୍ରତିଦିନ ଏଠାକୁ ୩୦୦ରୁ ଅଧିକ ପାଠକ ଆସି ଅଧ୍ୟୟନ କରୁଥିଲେ। ଏବେ ଏହି ଅସ୍ଥାୟୀ ପାଠାଗାରରେ ପାଠକଙ୍କ ସଂଖ୍ୟା ଢେର୍ କମିଯାଇଛି। ଅପରପଟେ କଟକ ନଗର ନିଗମର କମିଶନର ପାଠକଙ୍କ ଏହି ସମସ୍ୟା ବାବଦରେ ଅବଗତ ରହିଛନ୍ତି ବୋଲି କହିଛନ୍ତି। ଗରମକୁ ଦୃଷ୍ଟିରେ ରଖି ପାଠାଗାରକୁ ଅଧିକ ସଂଖ୍ୟକ ଷ୍ଟାଡିଂ ପଙ୍ଖା ଯୋଗାଇ ଦିଆଯାଇଛି। ସେଠାରେ ଏସି ଲଗାଇବା ପାଇଁ ବିଶେଷ କିଛି ସୁବିଧା ନାହିଁ, ଆଗକୁ ଆହୁରି ଅଧିକ ସଂଖ୍ୟକ ୱାଲ ପଙ୍ଖା ଲଗାଯିବବ ବୋଲି ସେ କହିଛନ୍ତି।
ତାତିକୁ ଦୃଷ୍ଟିରେ ରଖି କେବେଳ ଯେ ଦୁଇଟି ପଙ୍ଖା ଲଗାଗଲେ ସମସ୍ୟାର ସମାଦାନ ହୋଇଯିବା ତା ନୁହେଁ, ଅସ୍ଥାୟୀ ପାଠାଗାରକୁ ସ୍ଥାୟୀ କୋଠା ଯୋଗାଇବା ସହ ଆନୁସାଙ୍ଗିକ ସୁବିଧା ଯୋଗାଇଲେ କଟକ ତଥା ଆଖପାଖ ଜିଲ୍ଲାର ଛାତ୍ରଛାତ୍ରୀ ଉପକୃତ ହୋଇପାରନ୍ତେ ବୋଲି ମତ ପ୍ରକାଶ ପାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)