Advertisment

କିଏ କଟକିଆ, କିଏ ବାହାର ନେତା... ନୂଆ ପ୍ରସଙ୍ଗକୁ ନେଇ କଟକ ରାଜନୀତି ସରଗରମ

କଟକ ରାଜନୀତିରେ ଏଥର ନୂଆ ପ୍ରସଙ୍ଗ କଟକିଆ ନେତା । ବାହାର ନେତାଙ୍କୁ ବଡ଼ ପ୍ରସଙ୍ଗ କରିଛନ୍ତି ବିରୋଧୀ ।

author-image
Santosh Kumar Sahoo
Cuttack Politics

Cuttack Politics

କଟକରେ ରୋଚକ ହେଉଛି ରାଜନୈତିକ ଲଢେଇ । ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଦେଇଥିବା ବେଳେ ବିଜେପି ପ୍ରାର୍ଥୀ ଘୋଷଣା କରିନି । ଏହାରି ଭିତରେ ଆରମ୍ଭ ହୋଇଛି କାଦୁଅ ଫିଙ୍ଗା । କିଏ କଟକିଆ, କିଏ ବାହାର ନେତା । ତାକୁ ନେଇ ଏବେ କଟକ ରାଜନୀତି ସରଗରମ। ବାରବାଟୀ କଟକରୁ ବିଜେଡି ପ୍ରକାଶ ବେହେରାଙ୍କୁ ପ୍ରାର୍ଥୀ କରିଥିବା ବେଳେ ସାଂସଦ ପାର୍ଥୀ ହୋଇଛନ୍ତି ସଂତୃପ୍ତ ମିଶ୍ର। ବାହାର ନେତାଙ୍କୁ ବିଜେଡି ପ୍ରାର୍ଥୀ କରିଥିବା କହି ବଡ଼ ପ୍ରସଙ୍ଗ କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି।

Advertisment

କଟକ ରାଜନୀତିରେ ଏଥର ନୂଆ ପ୍ରସଙ୍ଗ କଟକିଆ ନେତା । ବାହାର ନେତାଙ୍କୁ ବଡ଼ ପ୍ରସଙ୍ଗ କରିଛନ୍ତି ବିରୋଧୀ । ବାରବାଟୀ-କଟକ ପାଇଁ ବିଜେଡି ପ୍ରକାଶ ବେହେରାଙ୍କୁ ପ୍ରାର୍ଥୀ କରିଛି । ପ୍ରକାଶଙ୍କ ଘର କେଉଁଠି, ସେ କଟକିଆ ନା ନୁହେଁ । ସେହିଭଳି ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କୁ ଦଳ କଟକ ପାଇଁ ଚେହେରା କରିଛି । ସଂତୃପ୍ତଙ୍କ ଘର କଟକରେ ନୁହେଁ । କଟକ ସହ ତାଙ୍କର କୌଣସି ସମ୍ପର୍କ ନାହିଁ । ବର୍ଷ ବର୍ଷ ଧରି ସେ ରାଜ୍ୟ ବାହାରେ ରହିଛନ୍ତି। ଏହାକୁ ନେଇ ନିର୍ବାଚନୀ ପ୍ରସଙ୍ଗ କରିଛନ୍ତି କଂଗ୍ରେସ ଓ ବିଜେପି । କଟକିଆ ଲୋକ ସ୍ୱାଭିମାନୀ, ବାହାର ଲୋକଙ୍କୁ ଉଚିତ ଜବାବ ଦେବେ ବୋଲି କହିଛନ୍ତି ମୋକିମ୍। ବିଜେପି ନଗର ସଭାପତି କହିଛନ୍ତି ଭାଇଚାରାର ସହର ଏଠି ଦଳ କିମ୍ବା ପ୍ରାର୍ଥୀ ଦେଖି ନୁହେଁ ବରଂ ଭାଇଚାରା ରକ୍ଷା କରି ସୁଖଦୁଃଖରେ ଠିଆ ହେଉଥିବା ଲୋକଙ୍କୁ ଭୋଟ ଦିଅନ୍ତି ଭୋଟର ।

ବିରୋଧୀ ଉଠାଇଥିବା ପ୍ରସଙ୍ଗକୁ କାଉଣ୍ଟର କରିଛି ବିଜେଡି । ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ କହିଛନ୍ତି, ମୋକିମ ନିଜେ କେନ୍ଦ୍ରାପଡାର । ସେ ଜଣେ ଅପରାଧୀ ଓ ବିଶ୍ୱାସଘାତକ ନେତା । ତାଙ୍କ ଝିଅ ସୋଫିଆ ଫିର୍ଦ୍ଦୋଶଙ୍କୁ ଏବେ କଂଗ୍ରେସ ପ୍ରାର୍ଥୀ କରି ନିଜ ବ୍ୟବସାୟକୁ ସୁରକ୍ଷା ଦେବାପାଇଁ ଚାହୁଁଛନ୍ତି ବୋଲି କହିଛନ୍ତି । ଅନ୍ୟପଟେ ସାଂସଦ ପାର୍ଥୀ ସଂତୃପ୍ତ ମିଶ୍ର କହିଛନ୍ତି ସଂଙ୍କୀର୍ଣ୍ଣ ମନୋଭାବ ନରଖି ଉପରକୁ ଉଠିବାକୁ ପଡ଼ିବ ।

Advertisment

କଟକ ରାଜନୀତିରେ ଏହି ପ୍ରସଙ୍ଗ ଆଗାମୀ ଦିନରେ ଭୋଟରଙ୍କୁ ପ୍ରଭାବ ପକାଉଛି ନା କେବଳ ରାଜନୈତିକ ବୟାନବାଜୀରେ ସୀମିତ ରହୁଛି, ଫଳାଫଳ ପରେ ଜଣାପଡିବ।

BJD Congress General Elections 2024
Advertisment
Advertisment