• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବାରବାଟୀ କଟକରୁ କଂଗ୍ରେସ ପ୍ରାର୍ଥୀ ହୋଇପାରନ୍ତି ମହମ୍ମଦ ମୋକିମଙ୍କ ଝିଅ । ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ । ମୋକିମଙ୍କ ସମ୍ଭାବନା ଶେଷ ହେବା ପରେ ଝିଅକୁ ନେଇ ଅଙ୍କକଷା ଚାଲିଛି । ଏନେଇ ମହମ୍ମଦ ମୋକିମଙ୍କ ଘରେ ସମର୍ଥକଙ୍କୁ ନେଇ ଚାଲିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । କଟକ-ବାରବାଟୀ ବିଧାନସଭା ଆସନରେ ମହମ୍ମଦ ମୋକିମଙ୍କ ସ୍ଥାନରେ ତାଙ୍କ ଝିଅ ସୋଫିଆଙ୍କୁ ପ୍ରାର୍ଥୀ କରିବାକୁ ସହମତି ମିଳିଛି । ଏନେଇ ହାଇକମାଣ୍ଡଙ୍କୁ ଜଣାଇବାକୁ ବୈଠକରେ ସହମତି ମିଳିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ORHDC ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବାରୁ ନିର୍ବାଚନ ଲଢିପାରିବେନି ମହମ୍ମଦ ମୋକିମ୍। ତଳକୋର୍ଟଙ୍କ ଆଦେଶ ଉପରେ ରହିତାଦେଶ ଦେବାକୁ ମନାକରିଛନ୍ତି ସୁପ୍ରିମକୋର୍ଟ। ତେବେ ORHDC ଦୁର୍ନୀତି ମାମଲାରେ ମୋକିମଙ୍କୁ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ଆବେଦନକୁ ଗ୍ରହଣ କରି ଭିଜିଲାନ୍ସକୁ ନୋଟିସ କରିଛନ୍ତି ସର୍ବୋଚ୍ଚ ଅଦାଲତ ।

ଅଧିକ ପଢ଼ନ୍ତୁ: ୧୦୦କିମି ଚାଲିଲେ ପୋଲିଂ କର୍ମଚାରୀ, ରାସ୍ତା ନଥିବାରୁ ଭୋଟ୍ ଦେଲେନି ଲୋକେ

ଓଆରଏଚଡିସି ମାମଲାରେ ମୋକିମଙ୍କୁ ଜାମିନ ମିଳିଥିଲେ ବି ସେ ନିର୍ବାଚନ ଲଢିପାରିବେ ନା ନାଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସୁପ୍ରିମକୋର୍ଟ ଦଣ୍ଡାଦେଶ ଉପରେ ରହିତାଦେଶ ଦେଇନଥିବାରୁ ପ୍ରାର୍ଥୀତ୍ୱକୁ ନେଇ ଦ୍ୱନ୍ଦ୍ୱ ଲାଗିରହିଛି । ବାରବାଟୀ-କଟକ ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଏ ଯାଏଁ ଘୋଷଣା କରିନାହିଁ । ତେଣୁ ଚର୍ଚ୍ଚା ହେଉଛି, ମହମ୍ମଦ ମୋକିମଙ୍କ ସ୍ଥାନରେ ଝିଅ ସୋଫିଆ ଫିର୍ଦ୍ଦୋସ ପ୍ରାର୍ଥୀ ହୋଇପାରନ୍ତି ।

ORHDC ମାମଲାରେ ଭିଜିଲାନ୍ସ କୋର୍ଟଙ୍କ ରାୟକୁ କାଏମ ରଖିଥିଲେ ହାଇକୋର୍ଟ । ୩ ବର୍ଷ ଜେଲ୍‌ ଦଣ୍ଡାଦେଶ କରିଥିଲେ ଭିଜିଲାନ୍ସ କୋର୍ଟ । ORHDC ଦୁର୍ନୀତି ମାମଲାରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ୩ ବର୍ଷ ଜେଲ୍ ଦଣ୍ଡାଦେଶକୁ କାଏମ୍ ରଖିଥିଲେ ଉଚ୍ଚ ଅଦାଲତ । ତଳକୋର୍ଟଙ୍କ ରାୟରେ କୌଣସି ତ୍ରୁଟି ନ ଥିବା ଦର୍ଶାଇ, ମୋକିମ ପୂର୍ବରୁ ପାଇଥିବା ଜାମିନକୁ ମଧ୍ୟ ପ୍ରତ୍ୟାହାର କରିନେଇଥିଲେ ହାଇକୋର୍ଟ । ଆଉ ଏହାକୁ ଚ୍ୟାଲେଞ୍ଜ କରି ମହମ୍ମଦ ମୋକିମ ସୁପ୍ରିମକୋର୍ଟ ଯାଇଥିଲେ ।