• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରୁଛନ୍ତି ଅସନ୍ତୁଷ୍ଟ । ପ୍ରଥମେ ସୁନୀତା ଓ ରଘୁନନ୍ଦନଙ୍କ ପରେ ବର୍ତ୍ତମାନ ଅସନ୍ତୋଷ ଝାଡ଼ିଛନ୍ତି ସୁରେନ୍ଦ୍ର ସେଠୀ । ତୁଷାରକାନ୍ତିଙ୍କୁ ଟିକେଟ ପରେ ବର୍ଷିଛନ୍ତି ସୁରେନ୍ଦ୍ର ସେଠୀ । କାକଟପୁରରୁ ଟିକେଟ ଆଶାୟୀ ଥିଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ । ତେବେ ତାଙ୍କୁ ଟିକେଟ ଦେଇନଥିଲା ଦଳ ।

ସୁରେନ୍ଦ୍ରଙ୍କ ବଦଳରେ ତୁଷାରକାନ୍ତିଙ୍କୁ ଟିକେଟ ଦେଇଛି ଦଳ । ଫଳରେ କାକଟପୁରବାସୀଙ୍କ ହୃଦୟ କାନ୍ଦୁଛି ବୋଲି କହିଛନ୍ତି ସୁରେନ୍ଦ୍ର । ପ୍ରାର୍ଥୀ ହୋଇଥିବା ବ୍ୟକ୍ତି କାକଟପୁର ଯାଆନ୍ତିନି, ଭୁବନେଶ୍ୱରରେ ରୁହନ୍ତି । ଲୋକଙ୍କ ସୁଖଦୁଃଖରେ ସେ ନଥାନ୍ତି, ଲୋକ ତାଙ୍କୁ ଦେଖିବାକୁ ମଧ୍ୟ ପାଆନ୍ତିନି ବୋଲି କହିଛନ୍ତି ସୁରେନ୍ଦ୍ର ।

ଅଧିକ ପଢ଼ନ୍ତୁ: ମୋ ଟିକେଟ କାଟି ଗୁଣ୍ତା, ବଦମାସକୁ ଦେଲେ; ତାଙ୍କଠାରୁ କ’ଣ ମିଳିବ: ବରୀ ବିଧାୟିକା

୨୦୧୯ରେ ଟିକେଟ ନପାଇ ବି ଦଳ ସହ ରହିଥିଲି । ଅନ୍ୟ ଦଳରୁ ଅଫର ଥିଲେ ବି ବିଜେଡି ପାଇଁ କାମ କରିଛି । ଅନ୍ୟ ଦଳରୁ ହେଉ ବା ସ୍ୱାଧୀନ ଭାବେ କାକଟପୁରରୁ ହିଁ ନିର୍ବାଚନ ଲଢ଼ିବି ବୋଲି କହିଛନ୍ତି ସୁରେନ୍ଦ୍ର । ଟିକେଟ୍ କଟିବା ପରେ ଆଜି କିଛି ବିଜେଡି ବିଧାୟକ ଓ ନେତା ଖୋଲାଖୋଲି ଭାବେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସେପଟେ ଟିକେଟ କଟିବା ପରେ ଦଳ ଉପରେ ବର୍ଷିଛନ୍ତି ବରୀ ବିଧାୟକ ସୁନନ୍ଦା ଦାସ । ମୁଖ୍ୟମନ୍ତ୍ରୀ ରିପୋର୍ଟ ଦେଖିଥିଲେ ଟିକେଟ କଟିନଥାନ୍ତା ବୋଲି ସେ କହିଛନ୍ତି । ଏକାଧିକ ଚକ୍ରାନ୍ତକାରୀ ମିଶି ଏମିତି କରିଛନ୍ତି । ତାଙ୍କ କଥା ଜଗନ୍ନାଥ ବୁଝିବେ ବୋଲି କହିଛନ୍ତି ବରୀ ବିଧାୟିକା । ରିପୋର୍ଟ ମୋ ସପକ୍ଷରେ ଥିଲା, ଟିକେଟ କାଟିବାକୁ ବାରମ୍ବାର ରିପୋର୍ଟ ଦେଲେ ।

ମୁଖ୍ୟମନ୍ତ୍ରୀ ଯଦି ମୋ ରିପୋର୍ଟ ଦେଖିଥାନ୍ତେ, କେବେ ଟିକେଟ କଟିନଥାନ୍ତା । ମୋ ଟିକେଟ କାଟି ଜଣେ ଗୁଣ୍ଡା, ବଦମାସଙ୍କୁ ଟିକେଟ ଦିଆଯାଇଛି । ତାଙ୍କଠାରୁ କଣ ପାଇଥିବେ ବୋଲି ତାଙ୍କୁ ଟିକେଟ ଦେଇଛନ୍ତି ବୋଲି କହିଛନ୍ତି ସୁନନ୍ଦା । ୫ ବର୍ଷ ନିଷ୍ଠାର ସହ କାମ କରିଚି କିନ୍ତୁ ଦଳ ମୋ ପ୍ରତି ବିଚାର କଲାନି ବୋଲି ଅତି କ୍ଷୋଭର ସହ କହିଛନ୍ତି ବରୀ ବିଧାୟିକା ।

ସେହିପରି ଟିକେଟ କଟିବା ପରେ ବିଜେଡି ଉପରେ ବର୍ଷିଛନ୍ତି ରଘୁନନ୍ଦନ । ଟିକେଟ କଟିବା ଏକ ଚକ୍ରାନ୍ତ ବୋଲି କହିଲେ ବିଧାୟକ ରଘୁନନ୍ଦନ ଦାସ । କିଛି କୁଚକ୍ରୀ ଗୋଷ୍ଠୀଙ୍କ ଚକ୍ରାନ୍ତ ଯୋଗୁଁ ଟିକେଟ କଟିଥିବା କହିଲେ । ଅସୁସ୍ଥ ଥିବା ବେଳେ ବିରୋଧୀ ହାୱା ସୃଷ୍ଟି ହୋଇଥିବା କୁହାଗଲା । ସେଥିପାଇଁ ମୋତେ ଟିକେଟ ନଦେଇ ସାରଦା ଜେନାଙ୍କୁ ଦେଲେ । ମୁଁ ଅସୁସ୍ଥ ଥିବା ବେଳେ କୁଚକ୍ରୀ ଗୋଷ୍ଠୀ ଏମିତି ହାୱା ସୃଷ୍ଟି କରିଛନ୍ତି ।

ମୁଁ ତ ଏବେ ସୁସ୍ଥ, କିନ୍ତୁ ବହୁତ ଅସୁସ୍ଥ ଲୋକଙ୍କୁ ଦଳ ଟିକେଟ ଦେଇଛି । ଚ୍ୟାଉପଟ୍ଟନାୟକ, ବଦ୍ରି ପାତ୍ର, ପ୍ରସନ୍ନ ଆଚାର୍ଯ୍ୟ, ଅଶ୍ୱିନୀ ପାତ୍ର ଟିକେଟ ପାଇଛନ୍ତି । ତିନି ତୁଣ୍ଡରେ ଛେଳି କୁକୁର ଭଳି ଅବସ୍ଥା ହୋଇଛି । ମୋ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସଠିକ ଖବର ପହଞ୍ଚି ପାରିନି । ଏବେ ତ ଦଳ ସହ ଅଛି, ଆବଶ୍ୟକ ପଡ଼ିଲେ ସବୁକିଛି ତ୍ୟାଗ କରିବି ବୋଲି କହିଛନ୍ତି ରଘୁ ।