• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଅଭିନବ ଉପାୟରେ ବୃଦ୍ଧାଙ୍କ ଠାରୁ ଲୁଟ । ସ୍ପଷ୍ଟ ଦିବାଲୋକରେ ଦିନବେଳା ଆସିଲେ ଦୁଇ ଜଣ ଯୁବକ । ଗେଟ ଖୋଲି ଘରେ ପଶିଲେ । ଜଣେ ଘର ବାରଣ୍ଡାରେ ରହିଲେ ଆଉ ଜଣେ ବାହାରେ ରହି ସ୍ଥିତି ପରଖୁଥିଲା । ଘରେ ଥିଲେ କେବଳ ଜଣେ ବୃଦ୍ଧା । ବୃଦ୍ଧା ଜଣଙ୍କୁ କହିଲେ ଜିନିଷ ସଫା କରିବା ପାଉଡର ଆଣିଛୁ, ସମ୍ପୂର୍ଣ୍ଣ ମାଗଣାରେ ହେବ ।

ବୃଦ୍ଧା ଜଣଙ୍କ ଠାରୁ ଦସ୍ତଖତ ମଧ୍ୟ ନେଲେ । ପାଉଡର ବ୍ୟବହାର କିଭଳି କରିବେ ଜଣାଇବା ପାଇଁ ବାସନ ମାଗିଲେ । ତାପରେ ବୃଦ୍ଧା ପିନ୍ଧିଥିବା ମୁଦି ମାଗି ମଧ୍ୟ ସଫା କଲେ । ଆଉ ତାପରେ ହଠାତ ସେ ପିନ୍ଧିଥିବା ଚେନ ଛିଣ୍ଡାଇ ଦେଲେ । ବୃଦ୍ଧା ଜଣକ ଚେନ କାହିଁକି ନେଲୁ କହିବାରୁ ଆମେ କଣ ଚୋର କାହିଁକି ବ୍ୟସ୍ତ ହେଉଛନ୍ତି ମାଉସୀ ବୋଲି କହିଥିଲେ ଯୁବକ ।

ଚେନ ଓ ମୁଦିକୁ ପାଉଡରେ ଗୋଳାଇ ଏକ ଜାଗାରେ ରଖି ଦଶ ମିନିଟ ପରେ ତାକୁ ଖୋଲିବାକୁ କହିଲେ । ଏହାପରେ ଦୁଇ ଯୁବକ ସେଠାରୁ ପଳାଇଥିଲେ । ସେ ଜାଗାରେ ଆଉ ଚେନ କିମ୍ବା ମୁଦି ଦେଖିବାକୁ ପାଇନଥିଲେ । ବୃଦ୍ଧାଙ୍କୁ ଭୁଆଁ ବୁଲାଇ ସୁନା ଗହଣା ଲୁଟି ନେଇଥିଲେ ଦୁଇ ଯୁବକ ।

କଟକ ଜିଲ୍ଲା ସାଲେପୁର ଥାନା ପାଟପୁର ଗାଁରେ ଏଭଳି ଘଟଣା ଘଟିଛି । ବୃଦ୍ଧା କାଞ୍ଚନ ମହାପାତ୍ରଙ୍କ ଅଭିଯୋଗ କ୍ରମେ ପୋଲିସ ତନାଘନା କରୁଛି । ଲୁଟର ଚିତ୍ର ସିସିଟିଭି କ୍ୟାମେରାରେ କଏଦ ହୋଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।