Advertisment

ବାରବାଟୀ-କଟକରୁ ଲଢ଼ିବେ କି ମୋକିମଙ୍କ ଝିଅ ସୋଫିଆ ?

ଦଳୀୟ କର୍ମକର୍ତ୍ତା ବୈଠକରେ ଯୋଗଦେଲେ ସୋଫିଆ ଫିର୍ଦ୍ଦୋସ । ସୋଫିଆଙ୍କ ପ୍ରାର୍ଥୀତ୍ବ ପ୍ରସ୍ତାବକୁ ସର୍ବସମ୍ମତି: ମହମ୍ମଦ ମୋକିମ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Sofia Firdous to contest in election

Sofia Firdous

ବିଧିର ବିଧାନ କିଏ କରିବ ଆନ । କଂଗ୍ରେସ କର୍ମକର୍ତ୍ତାଙ୍କ ସହ ବୈଠକରେ ଏଭଳି କହି ସମ୍ବୋଧନ କରିଛନ୍ତି ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ। ବାରବାଟୀ-କଟକରେ କଂଗ୍ରେସ ପ୍ରାର୍ଥୀ ହୋଇପାରନ୍ତି ସୋଫିଆ ଫିର୍ଦ୍ଦୋସ। ଦଳୀୟ କର୍ମକର୍ତ୍ତାଙ୍କ ସହ ବସିଥିବା ବୈଠକରେ ଏନେଇ ସହମତି ପ୍ରକାଶ ପାଇଛି ଏବଂ ଏନେଇ ହାଇକମାଣ୍ଡଙ୍କୁ ଜଣାଇବୁ ବୋଲି କହିଛନ୍ତି ମୋକିମ୍ ।

Advertisment

ଏହି ବୈଠକରେ ନିଜେ ସୋଫିଆ ମଧ୍ୟ ଯୋଗ ଦେଇଥିଲେ। ଅଦାଲତି ଝିନଝଟରେ ଫସିଥିବାରୁ ବାପାଙ୍କ ନିର୍ବାଚନ ଲଢ଼ିବା ସମ୍ଭାବନା ଏକପ୍ରକାର ଶେଷ ହେବା ପରେ, ଝିଅ ସୋଫିଆ ନିଜେ ରାଜନୀତିକୁ ଓହ୍ଲାଇବାକୁ ଅଣ୍ଟା ଭିଡ଼ିଛନ୍ତି। ଆଇନ ଜାଲରେ ଛନ୍ଦି ହୋଇଥିବା ମୋକିମଙ୍କ ରାଜନୈତିକ ଭବିଷ୍ୟତ ଏବେ ଅନିଶ୍ଚିତତା ଘେରରେ ଥିବା ବେଳେ, ତାଙ୍କ ଜାଗାରେ ସୋଫିଆଙ୍କ ପ୍ରାର୍ଥିତ୍ୱକୁ ନେଇ ବୈଠକରେ ପ୍ରସ୍ତାବ ଦେଇଛନ୍ତି ଦଳୀୟ କର୍ମୀ ଓ ବୁଦ୍ଧିଜୀବୀ ।

ଅଧିକ ପଢ଼ନ୍ତୁ: ଏଥର ଲକ୍ଷ୍ମୀପୁରରେ କିଏ, କଂଗ୍ରେସ ଗଡ଼ରେ ବାଜି ମାରିବେ କି ବିଜେଡି-ବିଜେପି

Advertisment

ତେବେ କଂଗ୍ରେସ ଏଯାଏଁ ବାରବାଟୀ-କଟକ ଟିକେଟ୍ ଘୋଷଣା କରିନଥିବା ବେଳେ, ସୋଫିଆଙ୍କୁ ଟିକେଟ୍ ମିଳୁ ବୋଲି ଦାବି ଉଠିଛି।  ପ୍ରଥମ ଥର ୨୦୧୪ରେ ବିଧାନସଭା ନିର୍ବାଚନ ଲଢ଼ି ପରାଜିତ ହେବା ପରେ, ୨୦୧୯ରେ ବାରବାଟୀ-କଟକ ବିଧାୟକ ବନିଥିଲେ କଂଗ୍ରେସ ନେତା ମହମ୍ମଦ ମୋକିମ। ତେବେ ତାଙ୍କ ପାଇଁ ଏବେ ଅଡ଼ୁଆ ସାଜିଛି- ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ ବା ORHDC ଦୁର୍ନୀତି ମାମଲା। ।

ଅନ୍ୟପଟେ ଗତକାଲି ଓଡ଼ିଶା କଂଗ୍ରେସ ଏକ ଅଜବ ରାଜନୀତି ଖେଳ ଖେଳିଛି । ଦିନବେଳେ ଉତ୍ସାହ ଆଉ ଉତ୍କଣ୍ଠାର ସହ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଭରିଥିଲେ ଦିଗପହଣ୍ଡି ପ୍ରାର୍ଥୀ । କିନ୍ତୁ ଭାଗ୍ୟର ବିଡ଼ମ୍ବନା, କେଇ ଘଣ୍ଟା ପରେ ଖବର ପାଇଲେ ତାଙ୍କ ଟିକଟ କଟିଯାଇଛି। ଘଟଣା ଘଟିଛି କଂଗ୍ରେସର ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ଶ୍ରୀଧର ଦେବଙ୍କ ସହ।

ତାଙ୍କ ସ୍ଥାନରେ କଂଗ୍ରେସ ସାକା ସୁଜିତ କୁମାରଙ୍କୁ ଟିକଟ ଦେଇଛି। ଅର୍ଥାତ ସାକା ସୁଜିତ କୁମାର ହେଉଛନ୍ତି ଦିଗପହଣ୍ଡିର ନୂଆ କଂଗ୍ରେସ ବିଧାୟକ ପ୍ରାର୍ଥୀ। ଏନେଇ ସୋସିଆଲ୍ ମିଡ଼ିଆ Xରେ ଦର୍ଶାଇଛି ଓଡ଼ିଶା କଂଗ୍ରେସ। ୨୦୧୪ରେ ମଧ୍ୟ ସେ ଦିଗପହଣ୍ଡିରୁ କଂଗ୍ରେସ ଟିକେଟରେ ଲଢ଼ିଥିଲେ ଏବଂ ଦ୍ବିତୀୟ ସ୍ଥାନରେ ଥିଲେ। ତେବେ କାହିଁକି ପ୍ରାର୍ଥୀ ବଦଳାଇଥିଲା କଂଗ୍ରେସ, ସେନେଇ ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Congress Odisha Politics Mohammed Moquim General Election 2024
Advertisment
Advertisment