/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712926038.jpg)
Cuttack BJD
କଟକ ବିଜେଡିରେ ଗୋଷ୍ଠୀ କନ୍ଦଳ । ସମାନ୍ତରାଳ ଭାବେ ବିଜେଡିର ଦୁଇ ଦୁଇଟି କାର୍ଯ୍ୟକ୍ରମକୁ ନେଇ ଚର୍ଚ୍ଚା ଜୋର । ଗୋଟିଏ ପଟେ କଟକ ସାରଳା ଭବନରେ ମହିଳା ବିଜେଡି ପକ୍ଷରୁ କର୍ମୀ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଅନ୍ୟପଟେ ବାଲିଯାତ୍ରା ପଡିଆରେ କଟକ ଇନ କଟକରେ ଇଦ ମିଳନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ।
ଉଭୟ କାର୍ଯ୍ୟକ୍ରମରେ ବିଧାୟକ ପାର୍ଥୀ ପ୍ରକାଶ ବେହେରା ଓ ସାଂସଦ ପାର୍ଥୀ ସତୃଂପ୍ତ ମିଶ୍ର ଉପସ୍ଥିତ ଥିଲେ । ମହିଳା କର୍ମୀ ସମ୍ମିଳନୀରେ ଜିଲ୍ଲା ସଭାପତି ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଉପସ୍ଥିତ ଥିବା ବେଳେ ମେୟର ସୁବାସ ସିଂ ଉପସ୍ଥିତ ନ ଥିଲେ । ଏହାସହ ସେଠାରେ ୧୦ରୁ ଅଧିକ ମହିଳା କର୍ପୋରେଟର ମଧ୍ୟ ଉପସ୍ଥିତ ନଥିଲେ ।
ମେୟର ସୁବାସ ସିଂଙ୍କ ଗୋଷ୍ଠୀଙ୍କୁ ମହିଳା କର୍ମୀ ସମ୍ମିଳନୀରେ ଡକା ଯାଇନଥିଲା ବୋଲି ଚର୍ଚ୍ଚା ହେଉଛି। ସେପଟେ କଟକ ଇନ କଟକରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ପାର୍ଥୀ ଓ ସାଂସଦ ପାର୍ଥୀ ଉପସ୍ଥିତ ଥିବାବେଳେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଉପସ୍ଥିତ ନଥିଲେ । କିମ୍ବା ତାଙ୍କ ଗୋଷ୍ଠୀର କାହାରିକୁ ଦେଖିବାକୁ ମିଳିନଥିଲା ।
ଦୁଇଟି ବୈଠକ ପରେ କଟକ ବିଜେଡିରେ ଗୋଷ୍ଠୀ କନ୍ଦଳ ବାହାରକୁ ଜଳ ଜଳ ହୋଇ ଦେଖାଯାଉଛି । ଦେବାଶିଷ କହିଛନ୍ତି ଯେ କଟକରେ ବିଜେଡିର କେବଳ ଗୋଟିଏ କାର୍ଯ୍ୟକ୍ରମ ହେଉଛି ଆଉ କେଉଁଠି ହେଉଛି ମୁଁ ଜାଣିନାହିଁ । ସେହିପରି ସୁବାସ ସିଂ କହିଛନ୍ତି ମହିଳା ସମ୍ମିଳନୀ ହେଉଥିବା ମୁଁ ଜାଣିଛି ହେଲେ ସେଠାକୁ ଯାଇନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)