Advertisment

ଇମ୍ଫା କାରଖାନାର ଶ୍ରମିକ ମାନଙ୍କୁ ନେଇ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ

ଶ୍ରମିକ ପ୍ରତିନିଧି ସୁଶାନ୍ତ ନାୟକଙ୍କ ନେତୃତ୍ବରେ ଆୟୋଜିତ ସଭାରେ ଇମ୍ଫାର ଭି.ପି. ବିନୟ ଅଗ୍ରୱାଲ ଓ ସିନିୟର୍ ମ୍ୟାନେଜର ସାରଦା ପ୍ରସାଦ ରାଓ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଶ୍ରମିକ ମାନଙ୍କ ଅଧିକାର ସମ୍ପର୍କରେ ଆଲୋଚନା କରାଯାଇଥିଲା । କୁଶଳୀ ଶ୍ରମିକ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Labour DAy celebrated in IMFA

IMFA Labour DAy

ଇମ୍ଫା ତରଫରୁ ଶ୍ରମିକ ଦିବସ ପାଳନ କରାଯାଇଛି। କଟକ ଚୌଦ୍ୱାରରେ ଥିବା ଇମ୍ଫା କାରଖାନାର ଶ୍ରମିକ ମାନଙ୍କୁ ନେଇ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ କରାଯାଇଛି। ଶ୍ରମିକ ମାନେ ରହୁଥିବା କଲୋନୀ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରମିକ ଓ ସେମାନଙ୍କ ପରିବାର ଯୋଗ ଦେଇଥିଲେ।

Advertisment

ଶ୍ରମିକ ପ୍ରତିନିଧି ସୁଶାନ୍ତ ନାୟକଙ୍କ ନେତୃତ୍ବରେ ଆୟୋଜିତ ସଭାରେ ଇମ୍ଫାର ଭି.ପି. ବିନୟ ଅଗ୍ରୱାଲ ଓ ସିନିୟର୍ ମ୍ୟାନେଜର ସାରଦା ପ୍ରସାଦ ରାଓ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଶ୍ରମିକ ମାନଙ୍କ ଅଧିକାର ସମ୍ପର୍କରେ ଆଲୋଚନା କରାଯାଇଥିଲା । କୁଶଳୀ ଶ୍ରମିକ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

ତେବେ ଏଠି ଆମେ କହି ରଖୁଛୁ ଯେ, ଦେଶ ଗଢିବାରେ ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କ ଯେତିକି ଭୂମିକା ରହିଛି, ଜଣେ ଶ୍ରମିକର ମଧ୍ୟ ସେତିକି ଭୂମିକା ରହିଛି । ବିନା ଶ୍ରମିକରେ ସବୁ କଳ କବ୍‌ଜା ଅଚଳ । ସେଥିପାଇଁ କୁହାଯାଏ “ଶ୍ରମିକ ହେଉଛି ପ୍ରତ୍ୟେକ କ୍ଷେତ୍ର ପାଇଁ ଆଶୀର୍ବାଦ”। ଏନେଇ ଶ୍ରମିକମାନଙ୍କୁ ସମ୍ମାନ ଦେବା ଏବଂ ସେମାନଙ୍କ ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ‘ଶ୍ରମିକ ଦିବସ’ ପାଳନ କରାଯାଏ। ଏହି ଦିନ ସମାଜର ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସେହି ପରିଶ୍ରମୀ ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ଦିନ।

Advertisment

ଅଧିକ ପଢ଼ନ୍ତୁ: କର୍ମଚାରୀଙ୍କ ପାଇଁ ୫ ସୁବିଧା; ବଞ୍ଚିତ ହେଲେ କରିପାରିବେ ଅଭିଯୋଗ

ପ୍ରତିବର୍ଷ ମେ ୧ରେ ‘ଆନ୍ତର୍ଜାତୀୟ ଶ୍ରମିକ ଦିବସ’ ପାଳନ କରାଯାଏ। ଏହି ଦିନ ଶ୍ରମିକମାନଙ୍କୁ ସମ୍ମାନ ଦେବା ଏବଂ ସେମାନଙ୍କର ଅଧିକାର ପାଇଁ ସଚେତନତା ସୃଷ୍ଟି କରିବା ଏକ ଗୁରୁତ୍ୱପୂର୍ଣ୍ଣ ଅବସର। ଏହି ଦିନ ଆମକୁ ଶ୍ରମିକମାନଙ୍କ ଅବଦାନ ଏବଂ ବଳିଦାନକୁ ମନେ ରଖିବାର ଏକ ସୁଯୋଗ ପ୍ରଦାନ କରେ। ଏହା ସମଗ୍ର ବିଶ୍ୱର ଶ୍ରମିକମାନଙ୍କୁ ଏକତ୍ର କରେ।

ଇତିହାସ:

୧୮୮୯ରେ ପ୍ରଥମ ଥର ପାଇଁ ଶ୍ରମିକମାନଙ୍କ ପାଇଁ ଉତ୍ସର୍ଗୀକୃତ ଏହି ଦିନ ପାଳନ କରିବାକୁ ନିଷ୍ପତ୍ତି ନିଆଗଲା। ୧୮୮୬ ମସିହାରେ ଆମେରିକାର ଶ୍ରମିକମାନେ ୮ ଘଣ୍ଟିଆ କାର୍ଯ୍ୟ ଦିବସ ଦାବି କରିବାକୁ ଧର୍ମଘଟ କରିଥିଲେ। ସେହି ସମୟରେ ଶ୍ରମିକମାନେ କଠିନ ପରିସ୍ଥିତିରେ କାମ କରିବାକୁ ବାଧ୍ୟ ହେଉଥିଲେ। କମ୍ ମଜୁରୀ ପାଇ ମଧ୍ୟ ସେମାନେ ପ୍ରାୟତଃ ଦିନକୁ ୧୫ ଘଣ୍ଟା କାମ କରୁଥିଲେ। ଏଭଳି ପରିସ୍ଥିତିରେ ଶ୍ରମିକମାନେ ସେମାନଙ୍କର ଅଧିକାର ପାଇଁ ଧର୍ମଘଟ କରିଥିଲେ।

ମେ ୪ ରେ, ଚିକାଗୋର ହେୟମାର୍କେଟ୍‌ ସ୍କୋୟାରରେ ଏକାଠି ହୋଇଥିବା ଶ୍ରମିକ ଭିଡ଼ ଉପରେ ପୋଲିସ ଗୁଳି ଚଳାଇବାରୁ ଅନେକ ଶ୍ରମିକଙ୍କ ଜୀବନ ନଷ୍ଟ ହୋଇଥିଲା ଓ ଶହ ଶହ ଲୋକ ଆହତ ହୋଇଥିଲେ। ଏହି ଦୁଃଖଦ ଘଟଣାର ସ୍ମୃତିରେ୧୮୮୯ ମସିହାରେ ପ୍ୟାରିସରେ ଆୟୋଜିତ ଦ୍ୱିତୀୟ ଅନ୍ତର୍ଜାତୀୟ ସମାଜବାଦୀ କଂଗ୍ରେସ ପ୍ରତିବର୍ଷ ମେ ୧କୁ ‘ଆନ୍ତର୍ଜାତୀୟ ଶ୍ରମିକ ଦିବସ’ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା।

ତେବେ ଏହି ଅବସରରେ ଆସନ୍ତୁ ଭାରତର ସମ୍ବିଧାନ ଶ୍ରମିକମାନଙ୍କୁ ପ୍ରଦାନ କରିଥିବା କେତେକ ସୁବିଧା ବିଷୟରେ ଜାଣିନେବା। ଏହି ସୁବିଧାରୁ ବଞ୍ଚିତ ହେଉଥିବା ଯେକୌଣସି ଶ୍ରମିକ ସେହି କମ୍ପାନୀ ବିରୁଧରେ ମଧ୍ୟ ଅଭିଯୋଗ କରିପାରିବ।

IMFA Labour Day
Advertisment
Advertisment