• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାର କରିଛନ୍ତି ଅନେକ ଯୋଜନା । ଚାଷୀ ମଣ୍ଡିରେ ଧାନ ବିକ୍ରି ପାଇଁ ଅନଲାଇନ ବ୍ୟବସ୍ଥା ରହିଛି । କଳାବଜାରୀ ରୋକିବା ଲାଗି ଟୋକନ ସାଙ୍ଗକୁ ମୋବାଇଲକୁ ମେସେଜ ସିଷ୍ଟମ କରାଯାଇଛି । ସବୁ ଯୋଜନା କରି ଶେଷରେ ସରକାର ନିଜେ ଅଧାରୁ ମଣ୍ଡି ବନ୍ଦ କରିଦେଇଥିବା ଅଭିଯୋଗ କରିଛନ୍ତି ଚାଷୀ । ଫଳରେ ଚାଷୀ କେମିତି ଋଣ ସୁଝିବ, ସେହି ଚିନ୍ତା ଘାରିଛି ।

ଧାନ ମଣ୍ଡିକି ନଯାଉଣୁ ମଣ୍ଡି ବନ୍ଦ । ମେସେଜ ଆସିଥିଲା, ଆଉ ଦିନ ଧାର୍ଯ୍ୟ ବି ହୋଇଥିଲା । ହେଲେ ଚାଷୀ ଧାନ ବିକ୍ରି ଲାଗିି ମଣ୍ଡିକୁ ଗଲା ବେଳକୁ ବନ୍ଦ । ଏଭଳି ସମସ୍ୟାରେ ପଡିଛନ୍ତି କଟକ ଜିଲ୍ଲା ନିଆଳି ଓ କଣ୍ଟାପଡା ବ୍ଲକ ସହ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅଞ୍ଚଳର ଚାଷୀ । ଚାଷୀ ଏବେ ଧାନ ଅମଳ କରି ଖଳାରେ ନହେଲେ ଭାଡିରେ ଧାନବସ୍ତା ଗଦା କରି ରଖିଛି । କିନ୍ତୁ ବିକ୍ରି ହୋଇପାରି ନଥିବା ଅଭିଯୋଗ କରିଛନ୍ତି ଚାଷୀ ।

ନିଆଳି, କଣ୍ଟାପଡା ଓ ବାଲିପାଟଣା ଅଞ୍ଚଳର ଚାଷୀ ସାରଦ ଧାନ ଫସଲ କରି ଜୀବିକା ନିର୍ବାହ କରନ୍ତି । ଏଠାରେ କେବଳ ସାରଦ ଧାନ ଏକମାତ୍ର ଚାଷୀର ଭରଷା । ବର୍ଷ ତମାମର ତେଲଲୁଣଠାରୁ ଆରମ୍ଭ କରି ସମସ୍ତ ଖର୍ଚ୍ଚ ଏହି ଧାନ ଫସଲରୁ ହିଁ ରୋଜଗାର କରିଥାଏ ଚାଷୀ । ସରକାର ଧାନ କ୍ରୟ କରନ୍ତୁ ନଚେତ୍ ଋଣ ଛାଡ଼ କରନ୍ତୁ ବୋଲି ଦାବି ଉଠାଇଛନ୍ତି ଚାଷୀ । ଏନେଇ ଯୋଗାଣ ଅଧିକାରୀ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।