/odishatv-khabar/media/post_attachments/uploadimage/library/16_9/16_9_0/IMAGE_1650354430.jpg)
Fake detergent powder Factory Busted In Cuttack
ନକଲି...ନକଲି...ନକଲି...ଏଠି ସବୁକିଛି ନକଲି । କଟକରେ ତେଲ, ଘିଅ, ଧୁପ, ସସ୍, ସାବୁନ୍ ପରେ ଏବେ ଡିଟରଜେଣ୍ଟ । ବଡ଼ ବ୍ରାଣ୍ଡ ଷ୍ଟିକର ଲଗାଇ ବିକୁଥିଲେ ନକଲି ୱାସିଂ ପାଉଡର୍ । କଟକ ମାଲଗୋଦାମ ଥାନା ପୋଲିସ୍ ଏହି ଫ୍ୟା୍ରି ଉପରେ ଚଢ଼ାଉ କରି ନକଲି ଓ୍ବାସିଂ ପାଉଡର, ଷ୍ଟିକର, ପ୍ୟାକିଂ ମେସିନ୍ ପ୍ରଭୃତି ଜବତ କରିଛି ।
( ନକଲି ଡିଟରଜେଣ୍ଟ ) ବସ୍ତା ବସ୍ତା ଡିଟରଜେଣ୍ଟ ପାଉଡର ଥୁଆ ହୋଇଛି । ପାଖରେ ନାମଦାମୀ ବ୍ରାଣ୍ଡର ଏକ ଓ୍ବାସିଂ ପାଉଡର କମ୍ପାନିର ଷ୍ଟିକର୍ ମଧ୍ୟ ରହିଛି । ଏଥିରେ ଏସବୁ ପ୍ୟାକିଂ ହୋଇ ବିକ୍ରି ହେଉଥିଲା । ଆଉ ଲୋକେ ବି ଏହାକୁ ଦାମୀ କମ୍ପାନିର ଡିଟରଜେଣ୍ଟ ଭାବି କିଣୁଥିଲେ ।
ସୂଚନା ଅନୁସାରେ, ଗତ କିଛି ଦିନ ତଳେ ମାଲଗୋଦାମ ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କୁ ନକଲି ଷ୍ଟିକର ସହ ଧରିଥିଲା ପୋଲିସ୍ । ତାଠୁ ସୁରାକ ପାଇବା ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଅଭିଯୁକ୍ତ ଫ୍ୟାକ୍ଟ୍ରି ମାଲିକ କଟକ ଟାଙ୍ଗି ଓ ମାହାଙ୍ଗାରେ ଦୁଇଟି ୟୁନିଟ୍ରେ ଏସବୁ ପ୍ରସ୍ତୁତ କରୁଥିଲା । ନକଲି ଡିଟରଜେଣ୍ଟ କଟକ ସମେତ ଆଖପାଖ ଅଞ୍ଚଳରେ ବିକ୍ରି କରାଯାଉଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)