/odishatv-khabar/media/post_attachments/uploadimage/library/16_9/16_9_0/IMAGE_1650980177.jpg)
BUS-TRUCK- BIKE
ଚଳନ୍ତା ବାଇକରେ ଲାଗିଲା ନିଆଁ । ଅଳ୍ପକେ ବର୍ତିଲେ ଚାଳକ । ଦେବଗଡ଼ ଜିଲ୍ଲା ୧୦ ନମ୍ବର ରାଜ୍ୟ ରାଜପଥ ବାହାଡାପୋଷି ଛକ ନିକଟରେ ଘଟିଛି ଅଘଟଣ । ସୁନ୍ଦରଗଡ଼ ଜିଲ୍ଲାର ଜାମ୍ବୁଡିଯତ ବାଇକରେ ଲହୁଣିପଡା ପଟୁ ବାହାଡିପୋଶି ଆସୁଥିବା ବେଳେ ଗାଡିରେ ହଠାତ ନିଆଁ ଲାଗି ଯାଇଥିଲା । ଗାଡ଼ିରେ ନିଆଁ ଲାଗିଥିବା ଦେଖିବା ପରେ ଗୋପବନ୍ଧୁ ଗାଡ଼ିରୁ ଓହ୍ଲାଇ ପଡିଥିଲେ । ଫଳରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଚାଳଚ । ପରେ ଖବର ପାଇ ବାରକୋଟ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ମାତ୍ର ବାଇକଟି ସମ୍ପୁର୍ଣ୍ଣ ପୋଡି ଯାଇଥିବା ଜଣାପଡିଛି ।
ସେପଟେ ଆଠଗଡ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଧବଳେଶ୍ୱର ଡିପ୍ଲୋମା କଲେଜ ପାଖ ପଡ଼ିଆରେ ଏକ ଟ୍ରକରେ ସଟସର୍କିଟରୁ ନିଆଁ ଲାଗିଯାଇଥିଲା । ଟ୍ରକର କ୍ୟାବିନଟି ସଂପୂର୍ଣ୍ଣ ପୋଡିଯାଇଛି । ଖବର ପାଇ ଆଠଗଡ଼ ଦମକଳ ବାହିନୀ ଘଟଣାସ୍ଥଳରା ପହଞ୍ଚି ନିଆଁକୁ ଆୟତ କରିଥିଲଶା ।
ସେହିଭଳି ଗଂଜାମ ବ୍ରହ୍ମପୁର ଅଂଚଳରେ ଏକ ବସ୍ରେ ମଧ୍ୟ ନିଆଁ ଲାଗିଛି । ବସ ରିଙ୍ଗ୍ କିଟରେ ନିଆଁ ଲାଗି ଧୂଆଁ ବାହାରିଥିଲା । ଏହାକୁ ଦେଖି ଲୋକେ ବସ୍ରୁ ତୁରନ୍ତ ଓହ୍ଲାଇ ପଡିଥିଲେ । ବସ୍ଟି ବ୍ରହ୍ମପୁରରୁ ଖାରିଆଗୁଡ଼ା ଯାଉଥିବା ବେଳେ ନିଆଁ ଲାଗିଯାଇଥିଲା । ଅତ୍ୟଧିକ ଗରମ ଯୋଗୁଁ ବସ ରିଙ୍ଗ୍ କିଟ୍ରେ ନିଆଁ ଲାଗିଥିଲା। ଯାତ୍ରୀ ମାନେ ଆଉ ଏକ ବସରେ ଖରିଆଗୁଡା ପହଞ୍ଚିଥିଲେ । ତେବେ ଏଥିରେ କେହି ଆହତ ହୋଇନାହାନ୍ତି । ଡ୍ରାଇଭର ପ୍ରାଥମିକ ଭାବେ ଜାଣି ଗାଡିକୁ ଅଟକାଇ ଦେବାରୁ ଗାଡ଼ିରେ ନିଆଁ ଲାଗିବାରୁ ବର୍ତ୍ତି ଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)