Advertisment

‘ହିନ୍ଦୁଙ୍କୁ ଦିଆଯିବ ସବୁ ପ୍ରକାର ସହଯୋଗ, ଜାରି ହେବ ଟୋଲ୍ ଫ୍ରି ହିନ୍ଦୁ ହେଲ୍ପ ଲାଇନ୍ ନମ୍ବର’

ହିନ୍ଦୁଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଦେବାକୁ ଜାରି କରାଯିବ ଟୋଲ୍ ଫ୍ରି ହିନ୍ଦୁ ହେଲ୍ପ ଲାଇନ୍ ନମ୍ବର । ହିନ୍ଦୁଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ନିୟୋଜିତ ହେବେ ୧୦ ହଜାର ଡାକ୍ତର ।

author-image
Satyendu Shekher Mishra
Prabeen Togadia

Prabeen Togadia

ତିନି ଦିନିଆ ଓଡିଶା ଗସ୍ତରେ ଆସିଥିବା ଅନ୍ତଃ ରାଷ୍ଟ୍ରୀୟ ବିଶ୍ୱ ହିନ୍ଦୁ ପରିଷଦ ଅଧ୍ୟକ୍ଷ ପ୍ରବୀଣ ତୋଗାଡ଼ିଆ କଟକ ଶତାବ୍ଦୀ ଭବନରେ ହିନ୍ଦୁ ହୁଙ୍କାର ସମାବେଶ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ସେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦର ପାଞ୍ଚଟି ଆକ୍ସନ ପ୍ଲାନ ବିଷୟରେ ଆଲୋଚନା କରିଥିଲେ ।

Advertisment

ଆଗାମୀ ଦିନରେ ବିଶ୍ୱ ହିନ୍ଦୁ ପରିଷଦର ୫ଟି ଆକ୍ସନ ପ୍ଲାନ ରହିଛି । ହିନ୍ଦୁଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଦେବାକୁ ଜାରି କରାଯିବ ଟୋଲ୍ ଫ୍ରି ହିନ୍ଦୁ ହେଲ୍ପ ଲାଇନ୍ ନମ୍ବର । ହିନ୍ଦୁଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ନିୟୋଜିତ ହେବେ ୧୦ ହଜାର ଡାକ୍ତର । କୌଣସି ଗରିବ ହିନ୍ଦୁ ଯେମିତି ଭୋକରେ ନ ରୁହନ୍ତି, ସେଥିପାଇଁ ମାଗଣାରେ ଏକ ଲକ୍ଷ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ ।

ଆଗରୁ ୨୫ ଲକ୍ଷ ପରିବାରକୁ ମାଗଣାରେ ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ବିଶ୍ୱ ପରିଷଦର ଅଧ୍ୟକ୍ଷ ପ୍ରବୀଣ ତୋଗାଡ଼ିଆ । ଏହା ସହିତ ରୋଜଗାର ଯୋଗାଇ ଦେବା ପାଇଁ ହିନ୍ଦୁ ସ୍ୱରୋଜଗାର ଯୋଜନା କରାଯାଉଛି । ଏଦିଗରେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ କାମ କରୁଥିବା ପ୍ରବୀଣ ତୋଗାଡ଼ିଆ ସୂଚନା ଦେଇଛନ୍ତି । ଚାଷୀଙ୍କ ରୋଜଗାର ବୃଦ୍ଧି ପାଇଁ ଧାନର ଏମ୍ଏସ୍‌ପି କ୍ୱିଣ୍ଟାଲ ପିଛା ୩ ହଜାର ଟଙ୍କା କରିବାକୁ ସେ ଦାବି କରିଛନ୍ତି । ତା’ସହିତ ରାଜ୍ୟରେ ଗୋହତ୍ୟା ଓ ଧର୍ମାନ୍ତରୀକରଣ ଆଇନକୁ କଡ଼ାକଡ଼ି କରିବାକୁ କହିଛନ୍ତି ତୋଗାଡ଼ିଆ । କଟକ ଶତାବ୍ଦୀ ଭବନରେ ହୋଇଥିବା ହିନ୍ଦୁ ହୁଙ୍କାର ସମାବେଶରେ ଯୋଗ ଦେବାକୁ ଆସିଥିଲେ ପ୍ରବୀଣ । ... 

Advertisment
Pravin Togadia
Advertisment
Advertisment