• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଝୁଲନ୍ତା ଅବସ୍ଥାରେ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର । କଟକ ସଦର ଥାନା ଶଙ୍ଖତ୍ରାସ ୟୁପି ସ୍କୁଲ ପରିସରରୁ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି । ଯୁବକ ଯୁବତୀ ସ୍ଥାନୀୟ ଅଞ୍ଚଳ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଆଜି ସକାଳେ କଟକ ସଦର ଥାନା ଅନ୍ତର୍ଗତ ଶଙ୍ଖତ୍ରାସ ସ୍କୁଲ ବାରଣ୍ଡାରେ ଯୁବକ ଯୁବତୀଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖି ଗାଁ ଲୋକେ ତାଙ୍କ ପରିବାର ଓ ପୋଲିସ କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

ତେବେ କେଉଁ ପରିସ୍ଥିତିରେ ଉଭୟଙ୍କ ମୃତ୍ୟୁ ଘଟିଛି ବର୍ତ୍ତମାନ ସୁଦ୍ଧା ତାହାର କାରଣ ଅସ୍ପଷ୍ଟ ରହିଛି ।