/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745060875.jpg)
NCL Technician Recruitment 2025
ଭାରତ ସରକାର ଅଧିନସ୍ଥ ନର୍ଦନ କୋଲ୍ଫିଲ୍ଡସ୍ ଲିମିଟେଡ୍ (NCL)ରେ ଚାକିରି ସୁଯୋଗ। ଏଠାରେ ଅନେନ ପଦବୀ ପୂରଣ ହେବ। ଏନେଇ NCL ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।
Advertisment
ଏହି ନିଯୁକ୍ତି ମାଧ୍ୟମରେ ଟେକ୍ନିସିଆନ୍ ପଦବୀ ପୂରଣ ହେବ। ଏନେଇ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଦଶମ ପାଶ୍ କରିଥିବା ପ୍ରାର୍ଥୀମାନେ ଏହାର ସୁଯୋଗ ନେଇ ପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୨୦୦ ପଦବୀ ପୂରଣ ହେବ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ NCL ର ଅଫିସିଆଲ୍ ୱେବ୍ସାଇଟ୍ nclcil.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ NCL Technician Recruitment 2025 apply for 200 post Notificationରେ କ୍ଲିକ୍ କରି ଦେଖିପାରିବେ।
Advertisment
ଅଧିକ ପଢ଼ନ୍ତୁ: ଚାକିରି ହରାଇ ଚାପରେ ଅଛନ୍ତି କି… ଏହି ସମୟରେ କ’ଣ କରିବେ ଜାଣନ୍ତୁ
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନ ଆରମ୍ଭ – ୧୭ ଏପ୍ରିଲ୍ ୨୦୨୫
- ଅନ୍ଲାଇନ୍ ଆବେଦନ ଶେଷ – ୧୦ ମେ ୨୦୨୫
- ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଖାଲି ପଦବୀ:
- ଟେକ୍ନିସିଆନ୍ ଫିଟର (ଟ୍ରେନୀ) – ୯୫ଟି ପୋଷ୍ଟ୍
- ଟେକ୍ନିସିଆନ୍ ଇଲେକ୍ଟ୍ରିସିଆନ୍ (ଟ୍ରେନୀ) – ୯୫ଟି ପୋଷ୍ଟ୍
- ଟେକ୍ନିସିଆନ୍ ୱେଲଡର (ଟ୍ରେନୀ) – ୧୦ଟି ପୋଷ୍ଟ୍
- ମୋଟ ପଦବୀ – ୨୦୦ଟି ପୋଷ୍ଟ
- ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଯୋଗ୍ୟତା:
- ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ପାଶ
- ସମ୍ପୃକ୍ତ ଟ୍ରେଡ୍ରେ ୨ ବର୍ଷର ITI ପାଠ୍ୟକ୍ରମ ପ୍ରମାଣପତ୍ର ପ୍ରାପ୍ତ
- ୧ ବର୍ଷର ଆପ୍ରେଣ୍ଟିସ୍ ତାଲିମ ପ୍ରମାଣପତ୍ର ହାସଲ
- ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ବୟସ ସୀମା:
- ସର୍ବନିମ୍ନ ବୟସ – ୧୮ବର୍ଷ
- ସର୍ବାଧିକ ବୟସ – ୩୦ ବର୍ଷ
- ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଦରମା:
- ଗୋଟିଏ ବର୍ଷର ତାଲିମ ଅବଧି ମଧ୍ୟରେ, ଟେକ୍ନିସିଆନ୍ ଫିଟର ଏବଂ ଟେକ୍ନିସିଆନ୍ ଇଲେକ୍ଟ୍ରିସିଆନ୍ ପ୍ରତିଦିନ ୧୫୮୩.୩୨ ଟଙ୍କା ଦରମା ପାଇବେ।
- ଟେକ୍ନିସିଆନ୍ ୱେଲ୍ଡରଙ୍କୁ ଦୈନିକ ୧୫୩୬.୫୦ ଟଙ୍କା ଦରମା ଦିଆଯିବ।
- ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଆବେଦନ ଶୁଳ୍କ:
- ସାଧାରଣ ବର୍ଗ/OBC/EWS – ୧୧୮୦ଟଙ୍କା
- /SC/ST/PwBD – ଦେୟମୁକ୍ତ
- ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଚୟନ ପ୍ରକ୍ରିୟା:
- କମ୍ପ୍ୟୁଟର ଆଧାରିତ ପରୀକ୍ଷା
- ସାକ୍ଷାତକାର
- ଡକ୍ୟୁମେଣ୍ଟ୍ ଯାଞ୍ଚ
କିପରି କରିବେ ଆବେଦନ:
- ଅଫିସିଆଲ୍ ୱେବସାଇଟ୍ www.nclcil.in କୁ ଯାଆନ୍ତୁ
- ଭର୍ତ୍ତି ଲିଙ୍କରେ କ୍ଲିକ୍ କନ୍ତୁ
- ଏହା ପରେ ଆବେଦନ ଫର୍ମ ପୂରଣ କରନ୍ତୁ
- ଫଟୋ ଏବଂ ଡକ୍ୟୁମେଣ୍ଟ୍ ଅପ୍ଲୋଡ୍ କରନ୍ତୁ
- ଆବେଦନ ଫିସ୍ ଦିଅନ୍ତୁ
- ‘Submit’ ବଟନ୍ରେ କ୍ଲିକ୍ କରନ୍ତୁ
- ଭବିଷ୍ୟତ ପ୍ରମାଣ ପାଇଁ ଦାଖଲ ହୋଇଥିବା ଆବେଦନର ଏକ କପି ପ୍ରିଣ୍ଟ୍ କରି ରଖନ୍ତୁ
ଅଧିକ ପଢ଼ନ୍ତୁ: ଚାକିରି ହୋଇଯିବ ପକ୍କା, ଯଦି ଏହି ଗୋଟିଏ ପ୍ରଶ୍ନର ଠିକ୍ ଉତ୍ତର ଦେଇଦେବେ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)