/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651114614.jpg)
Heatwave In Odisha | SCB Medical College And Hospital Sets Up Heatstroke Ward
ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରଭାବ । ଗରମରୁ ରକ୍ଷା ପାଇବାକୁ ଲୋକେ ବିଭିନ୍ନ ଉପାୟମାନ ଆପଣାଉଛନ୍ତି । ହେଲେ ବି ଲୋକଙ୍କ ଉପରେ ଦାଉ ସାଜୁଛି ଖରା । ପ୍ରବଳ ଗ୍ରୀଷ୍ମପ୍ରବାହକୁ ନଜରରେ ରଖି କଟକ ସ୍ଥିତ ଏସସିବି ମେଡିକାଲରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଅସହ୍ୟ ତାତିରେ ପ୍ରଭାବିତ ଲୋକଙ୍କ ପାଇଁ ଏସସିବି ପରିସରରେ ଖୋଲାଯାଇଛି ସ୍ୱତନ୍ତ୍ର ଅଂଶୁଘାତ ଓ୍ୱାର୍ଡ । ଫଳରେ ଏଠାରେ ଖରାରେ ଅଂଶୁଘାତ ଶିକାର ଲୋକଙ୍କ ଚିକିତ୍ସା କରାଯ।ଇପାରିବ ।
ଏସସିବି ଟ୍ରମାକେୟାର କାଜୁଆଲିଟିରେ ୧୦ ଶଯ୍ୟା ବିଶିଷ୍ଟ ହିଟଷ୍ଟ୍ରୋକ ୱାର୍ଡ ଖୋଲାଯାଇଛି । ଏହି ୱାର୍ଡରେ ଗୁରୁତର ଅଂଶୁଘାତ ରୋଗୀଙ୍କ ଚିକିତ୍ସା କରାଯିବ । ଏହାସହ ଅଂଶୁଘାତ ରୋଗୀଙ୍କ ଅବସ୍ଥା ଗୁରୁତର ହେଲେ, ଆଇସିୟୁ ସ୍ଥାନାନ୍ତର କରାଯିବ ବୋଲି ମେଡିକାଲ କର୍ତ୍ତୃପକ୍ଷ ପକ୍ଷରୁ କୁହାଯାଇଛି ।
ଏନେଇ ଏସସିବି ମେଡିକାଲର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା କହିଛନ୍ତି, ‘ଅଂଶୁଘାତ ରୋଗୀଙ୍କ ପାଇଁ ଟ୍ରମା କାଜୁଆଲିଟିରେ ୧୦ ଟି ବେଡ୍ ରହିଛି । ଏହା ବ୍ୟତୀତ ମେଡିସିନ୍ ଡିପାର୍ଟମେଣ୍ଟର ନିୟୁ ମେଡିସିନ୍ର 4th ଫ୍ଲୋର ଓ 5th ଫ୍ଲୋରର ୨ଟି ସ୍ଥାନରେ ଫିମେଲ୍ ରୋଗୀଙ୍କ ପାଇଁ ୮ଟି ଓ ମେଲ୍ ରୋଗୀଙ୍କ ପାଇଁ ୮ଟି ବେଡ୍ ରଖିଛୁ’ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)