• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲା । ଅଭିଯୁକ୍ତ ଶିବ ସାହୁକୁ ୩ ଦିନିଆ ରିମାଣ୍ଡରେ ଆଣିଲା ମାହାଙ୍ଗା ପୋଲିସ । ଶିବର ମେଡିକାଲ ଟେଷ୍ଟ କରାଇବା ପରେ ଜେରା କରିବ ପୋଲିସ । ଘଟଣାସ୍ଥଳକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିପାରେ ମାହାଙ୍ଗା ପୋଲିସ । ବଡ଼ ଭାଇ ପରିବାରର ୫ ଜଣଙ୍କୁ ହତ୍ୟା କରିଥିବା ସ୍ୱୀକାର କରି ସାରିଛି ଶିବ ।

ପୈତୃକ ସମ୍ପତ୍ତି ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି । ଏହି ଗଣହତ୍ୟା ପଛରେ ଯେଉଁ ଜାଗାବାଡ଼ି ବିବାଦ କଥା ଉଠୁଛି, ଏବେ ବି ସମସ୍ତଙ୍କ ମୁହଁରୁ ସେହି ସମାନ କଥା ଶୁଣିବାକୁ ମିଳିଛି । ହେଲେ ପାଞ୍ଚ ପାଞ୍ଚ ଜଣ ବ୍ୟକ୍ତିଙ୍କୁ ବନ୍ଦ ଘରେ କେମିତି ଏକୁଟିଆ ହତ୍ୟା କଲା ସାନ ଭାଇ ଶିବ ?

୫ ଜଣଙ୍କୁ ନୃଶଂସ ଭାବେ ହାଣିବା ସତ୍ତ୍ୱେ, ଶିବ ଦେହରେ ଟିକିଏ ବି ରକ୍ତ ଲାଗିଲାନି କେମିତି ? ଆଜିକୁ ୨ଦିନ ହେଲା, ସମସ୍ତଙ୍କ ମୁଣ୍ଡରେ ଘୁରିବୁଲୁଛି ଏମିତି ଅସମାହିତ ପ୍ରଶ୍ନ । ଏସବୁ ଭିତରେ ଅଭିଯୁକ୍ତ ଶିବର ପତ୍ନୀ ସେହି କାଳରାତିର କାହାଣୀ ବଖାଣିଛନ୍ତି । ଅଭିଯୁକ୍ତ ଶିବ ସାହୁକୁ ୩ ଦିନ ରିମାଣ୍ଡରେ ନେଇଛି ପୋଲିସ । ୩ ଦିନିଆ ରିମାଣ୍ଡରେ ନେବାକୁ ସାଲେପୁର JMFCଙ୍କ ଅନୁମତି ଦେଇଛନ୍ତି । ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ପୋଲିସ ।

ଗଣହତ୍ୟାର ମୁକସାକ୍ଷୀ ଘର ଆଜି ଜନଶୂନ୍ୟ । ପିତୃ ପୁରୁଷ ଅର୍ଜିତ ଘରକୁ ଆଜି ଯିଏ ବି ଦେଖୁଛି, ଭୟ କରୁଛି । ମାହାଙ୍ଗା କୁସୁପୁର ଗାଁର ସେହି ଘରେ ମଙ୍ଗଳବାର ରାତିରେ ସଂଘଟିତ ହୋଇଥିଲା ମରଣର ମହାଭାରତ । ଭାତ୍ରୁ ବିବାଦରୁ ଗଡ଼ିଥିଲା ପାଞ୍ଚ ପାଞ୍ଚଟି ମୁଣ୍ଡ । ଆଜି ସେହି ଘରେ ତାଲା ପଡ଼ିଛି, ସିଲ୍ କରିଛି ପୋଲିସ । ରାତିର ନିସ୍ତବ୍ଧ ପହରରେ ସୈତାନ ସାଜି ବଡ଼ଭାଇ, ଭାଉଜ, ଜଣେ ଝିଆରୀ ଓ ୨ ପୁତୁରାକୁ ଶିବ ନିଶ୍ଚିହ୍ନ କରିଦେଇଥିଲା ଏହି ଘରେ । 

ନିଜର ନାବାଳିକା ଝିଅ ଓ ସୁନୀତାଙ୍କୁ ଧରି କୁସୁପୁର ନିକଟ ଏକ ଗାଁରେ ଭଡ଼ା ଘରେ ରହୁଥିଲା ଶିବ । ମଝିରେ ମଝିରେ ନିଜ ପୈତୃକ ଘରକୁ ମଧ୍ୟ ଆସୁଥିଲା । ଯେଉଁ ଘରକୁ ନେଇ ବଡ଼ଭାଇ ସହ ବିବାଦ ଲାଗିରହିଥିଲା ।