/odishatv-khabar/media/post_attachments/uploadimage/library/16_9/16_9_0/IMAGE_1646395871.jpg)
CPI Leader Narayan Reddy
ଚଳିତ ପଞ୍ଚାୟତ ନିର୍ବାଚନରେ ଓଡ଼ିଶାରେ ବାମ ଦଳ ମାତ୍ର ଗୋଟିଏ ଆସନ ଜିତିଛି। ନିର୍ବାଚନରେ ପରାଜୟ ନେଇ ସିପିଆଇ ନେତା ନାରୟଣ ରେଡ୍ଡୀ କହିଛନ୍ତି, ‘ବିଜେଡି ୭୦୦ରୁ ଅଧିକ ସିଟ୍ ଅକ୍ତିଆର କରିଛି। ଏହା କିଭଳି ସମ୍ଭବ ହେଉଛି, ଏହା ଆମେ ସମସ୍ତେ ଜାଣୁ। ନବୀନ ବାବୁଙ୍କ ନୂଆ ଟେକ୍ନୋଲୋଜି ବିରୋଧୀ ଦଳଙ୍କ ପାଖରେ ନାହିଁ। ନିର୍ବାଚନ ମାସେ ଥିଲା ଶାସକ ଦଳ ରାସନ୍ କାର୍ଡ ମାଧ୍ୟମରେ ହଜାର ଟଙ୍କା ଲେଖାଏ ଲୋକଙ୍କ ପାଖକୁ ପଠାଇଲେ। ଶାସକ ଦଳ ସରକାରୀ ପଇସାରେ ନିର୍ବାଚନ ଲଢ଼ୁଛି।’
ନାରୟଣ ରେଡ୍ଡୀ ଆହୁରି କହିଛନ୍ତି, ‘ନିର୍ବାଚନରେ ଶାସକ ଦଳ ପାଇଁ ବିଡିଓ ପ୍ରଚାର କଲେ, ପୋଲିସ ମଧ୍ୟ ତାଙ୍କ ପାଇଁ କାମ କଲେ। ଓଡ଼ିଶାରେ ମଜୁରୀ ବଢ଼ିବ ନାହିଁ। ହେଲେ ଭୋଟ୍ ରେଟ୍ ସରକାର ବଢ଼ାଇ ଦେବେ। କାମ ନପାଇ ଓଡ଼ିଆ ପିଲା ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ସବୁ ଖାଲି ନବୀନ ନବୀନ ନବୀନ...। ମନ୍ତ୍ରୀ ଯାଇ ଆପଣଙ୍କ ସହ କଥା ହୋଇପାରୁ ନାହାନ୍ତି। ଲାଜ ଲାଗିବା କଥା। ରାଜ୍ୟରେ ଏକଛତ୍ରବାଦ ଶାସନ ଆଉ ବେଶୀ ଦିନ ଚାଲିବ ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)