Advertisment

ପଞ୍ଚାୟତ ନିର୍ବାଚନରେ କାହିଁକି ଫେଲ୍‌ ମାରିଲା ବିଜେପି ? କାରଣ କହିଲେ ପ୍ରତାପ ଷଡ଼ଙ୍ଗୀ

ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେପି ଓ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି । ବିଜେପି କାହିଁକି ଏଥର ପଞ୍ଚାୟତ ନିର୍ବାଚନରେ ଚିତପଟାଙ୍ଗ ମାରିଲା, ଓଟିଭି ଫୋରସାଇଟରେ ଅଂଶଗ୍ରହଣ କରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ସବୁ କଥା ଖୋଲିକରି କହିଛନ୍ତି ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
BJP MP Pratap Sarangi

BJP MP Pratap Sarangi

ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେପି ଓ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି। ପଞ୍ଚାୟତ ନିର୍ବାଚନରେ ବିଜେଡି ୭୦୦ରୁ ଅଧିକ ଆସନରେ ଜିତି ବାଜି ମାରି ନେଇଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ୫୦ଟି ଆସନ ମଧ୍ୟ ହାତେଇବାରେ ସଫଳ ହୋଇପାରି ନଥିଲେ।

Advertisment

ତେବେ ବିଜେପି ପରାଜୟ ପଛର କାରଣ କଣ ? କାହିଁକି ନିର୍ବାଚନରେ ଫେଲ୍‌ ମାରିଲା ବିଜେପି ? ସେନେଇ ଓଟିଭି ଫୋର୍‌ସାଇଟ୍‌ ୨୦୨୨ କାର୍ଯ୍ୟକ୍ରମରେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ମନ୍ତବ୍ୟ ରଖିଛନ୍ତି। ନିର୍ବାଚନ ନେଇ ଆମର ପ୍ରସ୍ତୁତି ତ୍ରୁଟିପୂର୍ଣ୍ଣ ଥିଲା। ଶତ୍ରୁର ମର୍ମସ୍ଥଳକୁ ଯେଉଁ ଭଳି ଭାବେ ଆଘାତ ଦେବାର ଥିଲା, ସେଭଳି ଦେଇ ପାରିଲୁନି ବୋଲି ସେ କହିଛନ୍ତି। 

ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ଏହି ନିର୍ବାଚନରୁ ଆମକୁ ବହୁତ କିଛି ଶିକ୍ଷା ମିଳିଛି। ପ୍ରତ୍ୟେକ ପରାଜୟ ନୂଆ ସୁଯୋଗ ଦିଏ। ପରାଜୟ ନେଇ ଆମେ ଚିନ୍ତିତ। କିନ୍ତୁ ହତୋତ୍ସାହିତ ନାହୁଁ। ନୂଆ ଉତ୍ସାହ ନେଇ ଯୁଦ୍ଧ ଲଢ଼ିବାକୁ ଆମେ ପ୍ରସ୍ତୁତ ହେଉଛୁ। ଏକତରଫା ବିଜୟ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ଏଭଳି ଜନାଦେଶ ପଛରେ ଧନଶକ୍ତି ପ୍ରଚୁର ଭାବେ ରହିଥିଲା। ସ୍ୱାଧୀନ ଭାବେ ଲୋକଙ୍କୁ ମତ ଦେବାକୁ ସୁଯୋଗ ଦିଆଯାଇନଥିଲା। ଆମେ ତ୍ରୁଟିର ସଂଶୋଧନ କରି ସଂଗଠିତ ଭାବେ ଆଗେଇବୁ ବୋଲି ପ୍ରତାପ ଷଡ଼ଙ୍ଗୀ କହିଛନ୍ତି।

Advertisment
BJP Odisha Panchayat Polls Odisha Panchayat Elections OTV Foresight 2022 BJP MP Pratap Sarangi
Advertisment
Advertisment