• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ୟୁକ୍ରେନ୍‌ ଓ ଋଷ ମଧ୍ୟରେ ଚାଲିଛି ଜୋରଦାର ଲଢ଼େଇ । ଆଉ ଏହାର ପ୍ରଭାବ ଏବେ ସାରା ବିଶ୍ୱରେ ଦେଖିବାକୁ ମିଳିଛି । ଆନ୍ତର୍ଜାତୀୟ ବଜାରରେ ମଧ୍ୟ ଏହାର ପ୍ରଭାବ ଅନୁଭବ ହେଉଛି । ବିଶେଷକରି ତୈଳ ବଜାରରେ, ସତେ ଯେମିତି ନିଆଁ ଲାଗିଯାଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଅହେତୁକ ବୃଦ୍ଧି ପାଇଛି ।

ତେଣୁ ଏବେ ଭାରତ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବ ବୋଲି ଆଶଙ୍କା ହେଲାଣି । ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ପରେ ଦେଶରେ ବଢ଼ିପାରେ ପେଟ୍ରୋଲ ଓ ଡିଜେଲ ଦର । ଏନେଇ ଆଶଙ୍କା ପ୍ରକାଶ କରିଛି ଭାରତୀୟ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ୍ ।

ସଂଘର ସାଧାରଣ ସଂପାଦକ ସଂଜୟ ଲାଠ୍ ସୂଚନା ଦେଇଛନ୍ତି ଯେ, ଭାରତରେ ଗତ ନଭେମ୍ବର ୮ ତାରିଖରୁ ଆଉ ତୈଳ ଦର ବଢ଼ିନି । ତେବେ ଏହି ସମୟ ମଧ୍ୟରେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦଳ ବ୍ୟାରେଲ ପିଛା ୮୨ ଡଲାରରୁ ୧୦୯ ଡଲାରକୁ ବୃୃଦ୍ଧି ପାଇଲାଣି । କିନ୍ତୁ ତୈଳ କମ୍ପାନୀଗୁଡ଼ିକ ତୈଳ ଦର ବୃଦ୍ଧି କରି ନାହାନ୍ତି । ତେଣୁ ଆଗକୁ ୟୁପି ନିର୍ବାଚନ ଶେଷ ହେବା ପରେ କେନ୍ଦ୍ର ସରକାର ତୈଳ ଦର ବଢ଼ାଇବା ନେଇ ଆଶଙ୍କା କରାଯାଉଥିବା ସେ କହିଛନ୍ତି ।

ସେପଟେ ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧର ପ୍ରଭାବ ଖାଇବା ତେଲ ଉପରେ ମଧ୍ୟ ପଡ଼ିଛି । ୟୁକ୍ରେନରୁ ବହୁ ପରିମାଣର ସନଫ୍ଲାଓ୍ୱାର ତେଲ ଆମଦାନୀ ହେଉଥିବା ବେଳେ ଏବେ ଯୁଦ୍ଧ କାରଣରୁ ତାହା ବ୍ୟାହତ ହୋଇଛି । ତେଣୁ ଓଡ଼ିଶାରେ ପାମୋଲିନ୍ ଓ ସନ୍‌ଫ୍ଲାଓ୍ୱାର ତେଲ, ଲିଟର ପିଛା ପ୍ରାୟ ୨୦ ଟଙ୍କା ବୃଦ୍ଧି ଘଟିଥିବା କଟକ ମାମଲଗୋଦାମ ବ୍ୟବସାୟୀ ସଂଘର ସମ୍ପାଦକ ସୂଚନା ଦେଇଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now