Advertisment

ବିଜେଡିର ବିଜୟ, ଟଙ୍କା ମଦର ବିଜୟ : ସନ୍ତୋଷ ସିଂହ ସାଲୁଜା

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସବୁ ସିଟ୍‌କୁ ପୋଛି ନେଇଛି ବିଜେଡି। ବିଜେପି ସମେତ ବିରୋଧି କଂଗ୍ରେସ ମାଟି କାମୁଡିଛନ୍ତି । ଏହା କିପରି ସମ୍ଭବ ହେଲା? କାମ କଲା କି ଟଙ୍କା ଆଉ ମଦର ଖେଳ? ତେବେ ଏହାକୁ ନେଇ ଏମିତି କହିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସନ୍ତୋଷ ସିଂହ ସାଲୁଜା । ଓଟିଭିର ଖୋଲାକଥାରେ ଭାଗନେଇ କହିଛନ୍ତି ଗୁମର କଥା ।

author-image
Pramod Behera
ଅଦ୍ୟତନ ହୋଇଛି
BJD won panchayatraj election through money and alcohol

BJD won panchayatraj election through money and alcohol

ସରିଯାଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଗାଁ ଦାଣ୍ଡ କୋଳାହଳରୁ ମୁକ୍ତ ହୋଇଯାଇଛି। ୨୦ ବର୍ଷ ଧରି ରାଜ୍ୟରେ ନିଜର ଦବଦବା ରଖିଥିବା ଶାସକ ବିଜେଡି ରାଜ୍ୟରୁ ବିଜେପିକୁ ପୋଛି ଦେଇଛି। ସେହିପରି ବିରୋଧୀଙ୍କ ବିପର୍ଯ୍ୟୟ ଘଟିଛି। ଏହାରି ଭିତରେ ଆଗକୁ ଆସୁଛି ପୌର ନିର୍ବାଚନ। ଏହିଭଳି ଘଡିସନ୍ଧି ମୁହୂର୍ତ୍ତରେ ବିରୋଧୀଙ୍କ ଅବସ୍ଥା କ’ଣ ହେବ ତାହାକୁ ନେଇ ସମସ୍ତଙ୍କ ନଜର ରହିଛି। ତେବେ ଏହାକୁ ନେଇ ‘ଖୋଲାକଥା’ରେ କ’ଣ କହୁଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ତଥା ପିସିସି ଉପ ସଭାପତି ସନ୍ତୋଷ ସିଂହ ସାଲୁଜା ଆସନ୍ତୁ ଜାଣିବା।

Advertisment

ଓଡିଶାର ୩୦ଟି ଜିଲ୍ଲାରେ ବିଜେଡି ଜିଲ୍ଲା ପରିଷଦ ଗଢିବାକୁ ପ୍ରସ୍ତୁତ ଥିବାବେଳେ ୧୮ଟି ଜିଲ୍ଲାରେ କଂଗ୍ରେସକୁ ମିଳିଛି ଶୂନ ଫଳାଫଳ। ତେବେ କାଉନ୍‌ସିଲରରୁ ବିଧାୟକ ପର୍ଯ୍ୟନ୍ତ ଦୀର୍ଘ ଯାତ୍ରାର ଅଭିଜ୍ଞତା ରଖିଥିବା ଶ୍ରୀଯୁକ୍ତ ସାଲୁଜା ବିଜେଡି ସଫଳତାକୁ ସମର୍ଥନ କରିବା ସହ ଏହା ପଛରେ ଥିବା ଅଦୃଶ୍ୟ କାରଣକୁ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ବିଜେଡି ତା’ର ପ୍ରତ୍ୟେକ ପ୍ରାର୍ଥୀଙ୍କୁ ଅର୍ଥବଳ ସହିତ ବାହୁବଳ ଯୋଗେଇ ଦେଉଛି। ପଞ୍ଚାୟତ ନିର୍ବାଚନରେ ପ୍ରତ୍ୟେକ ପ୍ରାର୍ଥୀଙ୍କୁ ୨୦ରୁ ୪୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଦେଇଛି। ଧନବଳ, ବାହୁବଳ ଓ ସରକାରୀ ଦଳ ଏହା ହେଉଛି ବିଜେଡି ବିଜୟର ମୁଖ୍ୟ କାରଣ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ପଞ୍ଚାୟତ ନିର୍ବାଚନ ପ୍ରଚାର ବଳେ ବିଜେଡି ନେତା ଓ ମନ୍ତ୍ରୀମାନେ ଯେଉଁ ଗାଁକୁ ଯାଉଥିଲେ ସେଠାକାର ଲୋକେ ଗଣ୍ଡଗୋଳ କରୁଥିଲେ ଏବଂ ଏ ଗାଁରେ ପି‍ଇବାକୁ ପାଣି ନାହିଁ, ଗାଁରେ ବିଜୁଳି ନାହିଁ, ଗାଁକୁ ରାସ୍ତା ନାହିଁ ଆଦି କହି ଅଭିଯୋଗ କରୁଥିଲେ। ଏପରିକି ଗାଁ ଲୋକେ ସେମାନଙ୍କୁ ଗାଁ ପ୍ରବେଶ କରେଇ ଦେଉ ନଥିଲେ। ସେଭଳି ପରିତ୍ସ୍ଥିତିରେ ବିଜେଡିର ବିଜୟ ନିଶ୍ଚୟ କଳ ବଳ କୌଶଳ ଛଡା ଆଉ କିଛି ନୁହେଁ ବୋଲି ସେ କହିଛନ୍ତି।

Advertisment

ତେବେ ଏସବୁ ସତ୍ତ୍ୱେ ବି ବିରୋଧି କାହିଁକି ଫାଇଦା ଉଠେଇ ପାରିଲେ ନାହିଁ ପ୍ରଶ୍ନର ଉତ୍ତରରେ ଏ କହିଥିଲେ ଯେ ଟଙ୍କା ଓ ମଦର ବନ୍ୟା ଏତେ ହୋଇଯାଇଥିଲା ଯେ ତା’ ଆଗରେ ଆଉ କିଛି ବି କାମ ଦେଲା ନାହିଁ। ବିଜେଡିର ଏହି ବିଜୟ ଟଙ୍କା ଆଉ ମଦର ବିଜୟ ବୋଲି ସେ କହିଛନ୍ତି।

ରାଜ୍ୟରେ ବିରୋଧି କଂଗ୍ରେସ ମୂଳପୋଛକୁ ନେଇ ସେ ନିର୍ବାଚନୀ ଷ୍ଟ୍ରାଟେଜୀକୁ ଦାୟୀ କରିବା ସହିତ ଦଳକୁ ଦୋଷ ଦେଇଛନ୍ତି। ଯେଉଁଠି କଂଗ୍ରେସର ପରାଜୟ ହୋଇଛି ସେଠାକାର ନେତାଙ୍କ ଭୁଲ୍ ରଣନୀତି ଯୋଗୁଁ ଏଭଳି ହୋଇଛି ବୋଲି ସେ କହିଛନ୍ତି। ଏହା ସହ ସେ ଆହୁରି କହିଛନ୍ତି ଯେ ଦେଶରେ ଯେଉଁସବୁ ରାଜ୍ୟରେ କଂଗ୍ରେସ ଟାଣୁଆ ଅଛି ସେମାନେ ଏ ଦିଗରେ ସହଯୋଗର ହାତ ମଧ୍ୟ ବଢେଇଲେ ନାହିଁ। ଆର୍ଥିକ ଦୁର୍ବଳତା ହିଁ କଂଗ୍ରେସ ପରାଜୟର କାରଣ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଏହା ସତ୍ତ୍ୱେ ଆଗକୁ ଆସୁଥିବା ପୌର ନିର୍ବାଚନକୁ ନେଇ ଶ୍ରୀଯୁକ୍ତ ସାଲୁଜା ଆଶାବାଦୀ ଥିବା କହିଛନ୍ତି। ଯଦି ଆର୍ଥିକ ସମ୍ବଳ ମିଳେ ତେବେ ପୌର ନିର୍ବାଚନ କଂଗ୍ରେସ ହାତକୁ ଆସିଯିବ ବୋଲି ସେ ଖୋଲା ଚ୍ୟାଲେଞ୍ଜ୍ ଦେଇଛନ୍ତି।

Odisha News
Advertisment
Advertisment