• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜନ ଔଷଧି ସପ୍ତାହ ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ସାଧାରଣ ଲୋକଙ୍କ ସହ କଲେ ଆଲୋଚନା । ଜନ ଔଷଧିକୁ ନେଇ ଲୋକଙ୍କ ମତାମତ ନେଲେ । ଜନ ଔଷଧିର ଫାଇଦା, ଜନ ଔଷଧିର ଉପଯୋଗ ସମ୍ପର୍କରେ ଆଜି ସିଧାସଳଖ ହିତାଧିକାରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଭିଡିଓ କନ୍‌ଫରେନସିଂରେ ଦେଶର ବିଭିନ୍ନ କୋଣ ଅନୁକୋଣରେ ଥିବା ଲୋକଙ୍କ ସହ ଆଲୋଚନା କଲେ ମୋଦି । ଜନ ଔଷଧି ଦ୍ୱାରା ଲୋକଙ୍କୁ ଆର୍ଥିକ ସହାୟତା ମିଳିଛି । ଯେଉଁ ଔଷଧକୁ କିଣିବାକୁ ଲୋକଙ୍କୁ ୧୫ ଶହରୁ ୧୬ ଶହ ଟଙ୍କା ମାସିକ ଖର୍ଚ୍ଚ ହେଉଥିଲା ତାହା ଜନ ଔଷଧି କେନ୍ଦ୍ରରୁ ମାତ୍ର ୨୫୦ରୁ ୩୦୦ ଟଙ୍କାରେ ମିଳିପାରୁଛି ବୋଲି ସେ କହିଛନ୍ତି ।

ଖାଲି ସେତିକି ନୁହେଁ, କ୍ୟାନସର, ମଧୁମେହ ଏବଂ ଟିବିରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କ ମେଡିସିନ୍ ବାବଦକୁ ଅନେକ ଖର୍ଚ୍ଚ ହେଉଥିଲା । ହେଲେ ଜନ ଔଷଧି କେନ୍ଦ୍ର ଖୋଲାଯିବା ପରେ ଏଥିରେ ସେହି ସବୁ ଔଷଧ ଅତ୍ୟନ୍ତ ସୁଲଭ ମୂଲ୍ୟରେ ମିଳିପାରୁଛି । ଆଉ ଔଷଧ ବାବଦକୁ ଖର୍ଚ୍ଚ ବୋଝ ମଧ୍ୟ କମିଛି । ଏନେଇ ଲୋକମାନେ ବହୁତ ଖୁସି ଥିବା ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି । 

ଅନ୍ୟପଟେ ଆଜିର ଜନ ଔଷଧି ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସହ ସିଧାସଳଖ କଥା ହୋଇଛନ୍ତି ଓଡ଼ିଶାର ସୁରେଶ ଚନ୍ଦ୍ର ବେହେରା । ଭୁବନେଶ୍ୱରରୁ ଭର୍ଚୁଆଲ୍ ମୋଡ୍‌ରେ ପ୍ରଧାନମନ୍ତ୍ରୀଙ୍କ ସହ ସେ ଆଲୋଚନା କରିଥିଲେ । ସୁରେଶ ଜନ ଔଷଧି ଦ୍ୱାରା ମିଳୁଥିବା ଫାଇଦା ସମ୍ପର୍କରେ ମୋଦିଙ୍କ ସହ ଅନୁଭୂତି ବାଣ୍ଟିଥିଲେ । ପ୍ରଧାନମନ୍ତ୍ରୀ ବି ସୁରେଶଙ୍କ ସ୍ୱାସ୍ଥ୍ୟବସ୍ଥା ସହ ପରିବାରର ହାଲଚାଲ ସମ୍ପର୍କରେ ପଚାରି ବୁଝିଥିଲେ ।