• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ୟୁକ୍ରେନରୁ ସୁରକ୍ଷିତ ଭାବେ ଓଡ଼ିଶା ଫେରିଲେ ଆଉ ୧୧ ଓଡ଼ିଆ ଛାତ୍ରଛାତ୍ରୀ । ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ମିଠା ଖୁଆଇ ସ୍ୱାଗତ କରିଛନ୍ତି ପରିବାର ଲୋକ । ଯୁଦ୍ଧ ଭୂମିରୁ ସୁରକ୍ଷିତ ଫେରିବା ପରେ ପରିବାର ସଦସ୍ୟଙ୍କ ଆଖିରେ ଭରିଯାଇଛି ଖୁସିର ଲୁହ । ସେପଟେ ଜନ୍ମମାଟି ଫେରିବା ପରେ ଆଶ୍ୱସ୍ତିର ନିଶ୍ୱାସ ମାରିଛନ୍ତି ଛାତ୍ରଛାତ୍ରୀ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ସମସ୍ତେ ଘରକୁ ଫେରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ଛାତ୍ରଛାତ୍ରୀ ।

ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୟୁକ୍ରେନ୍ ଯୁଦ୍ଧଭୂମିରୁ ଭାରତ ଫେରିଛନ୍ତି ୩ ହଜାରରୁ ଅଧିକ ଭାରତୀୟ । ଯୁକ୍ରେନ୍ ସୀମାକୁ ଲାଗିଥିବା ପଡ଼ୋଶୀ ରାଷ୍ଟ୍ରରୁ ଅପରେସନ୍ ଗଙ୍ଗା ଜରିଆରେ ସ୍ୱଦେଶ ଫେରିଛନ୍ତି ଏତେ ସଂଖ୍ୟକ ଭାରତୀୟ । ସେପଟେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬ ହଜାର ୪ଶହ ଭାରତୀୟ  ଫେରିଥିବା ବେଳେ ଆଗକୁ ଏହି ସଂଖ୍ୟା ବଢ଼ିବ ବୋଲି ଆଶା କରାଯାଉଛି ।

ଅପରେସନ୍ ଗଙ୍ଗାରେ ଭାରତୀୟ ବାସୁସେନାର ସ୍ୱତନ୍ତ୍ର ବିମାନ  ସମେତ ୧୫ଟି ବିମାନ ଭାରତୀୟଙ୍କୁ ନୂଆଦିଲ୍ଲୀ ଫେରାଇ ଆଣିବା କାମରେ ଲାଗିଛନ୍ତି । ୟୁକ୍ରେନ୍ ଯୁଦ୍ଧିସ୍ଥିତି ନେଇ ଭାରତ ସରକାରଙ୍କ ପକ୍ଷରୁ ଆଡଭାଇଜାରୀ ଜାରି ହେବା ପରେ ପ୍ରାୟ ୧୮ ହଜାର ଭାରତୀୟ ୟୁକ୍ରେନ୍ ଛାଡ଼ିଛନ୍ତି ।

ୟୁକ୍ରେନ୍ ବିରୋଧରେ ଋଷ ଯୁଦ୍ଧଂ ଦେହୀ ଡାକରା ସହ ଘନ ଘନ ଆକ୍ରମଣ ପରଠାରୁ ଭାରତ ସରକାରଙ୍କ ପକ୍ଷରୁ ସମସ୍ତ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରି ଆଣିବା ପାଇଁ ପ୍ରୟାସ ଜାରି ରହିଛି । ଭାରତ ସରକାରଙ୍କ ବୈଦେଶୀକ ମନ୍ତ୍ରାଳୟ ପକ୍ଷରୁ ଏନେଇ ସ୍ୱତନ୍ତ୍ର ଭାବେ ୨୪ ଘଣ୍ଟିଆ ଜରୁରୀକାଳିନ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ଗତକାଲି ସୁଦ୍ଧା ଏମଇଏର କଣ୍ଟ୍ରୋଲ ରୁମ୍‌କୁ ୧୦ ହଜାରରୁ ଉର୍ଦ୍ଧ୍ୱ କଲ୍ ଏବଂ ପାଖାପାଖି ୮ ହଜାରରୁ ଅଧିକ ଇମେଲ୍ ଆସିଛି ।