• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୌର ନିର୍ବାଚନକୁ ନେଇ ବଡ଼ ବୟାନ ରଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । କହିଲେ ପଞ୍ଚାୟତ ନିର୍ବାଚନରେ ପରାଜୟକୁ ଆମେ ସ୍ୱୀକାର କରୁଛୁ । ହେଲେ ପରାଜୟର ପ୍ରଭାବ ପୌର ନିର୍ବାଚନରେ କୌଣସି ମତେ ପଡ଼ିବ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ଏହାସହ ଭୋଟ ନ ବିକିବା ପାଇଁ ସାଢ଼େ ଚାରିଶହ ବସ୍ତି ବାସିନ୍ଦାଙ୍କୁ ହାତଯୋଡି ଅନୁରୋଧ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେ ଆହୁରି କହିଛନ୍ତି ବିଜେପି ଉପଯୁକ୍ତ କର୍ପୋରେଟର ପ୍ରାର୍ଥୀ ଦେଇଛି । ପୌର ନିର୍ବାଚନକୁ ନେଇ ବିଜେପି କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ରହିଛି । ୫ଟି ପ୍ରସଙ୍ଗକୁ ନେଇ ପୌର ନିର୍ବାଚନରେ ବିଜେପି ଲୋକଙ୍କ ପାଖକୁ ଯିବ । ପୌର ନିର୍ବାଚନରେ ବିଜେପି ନିଚିତ ଭଲ ପ୍ରଦର୍ଶନ କରିବ ।

ତେବେ ବିଜେପି ଯେଉଁ ୫ଟି ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବ, ସେହି ପ୍ରସଙ୍ଗ ଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ସରକାରଙ୍କ ଅପରାଗ ପଣିଆକୁ ଲୋକ ଲୋଚନକୁ ଆଣିବାରେ ସହାୟକ ହେବ ବୋଲି ସେ କହିଛନ୍ତି ।

ତେବେ ପ୍ରଥମ ପ୍ରସଙ୍ଗ ହେଲା ବସ୍ତି ବାସିନ୍ଦାଙ୍କ ଜୀଵନଶୈଳୀରେ ପରିବର୍ତ୍ତନ ଅଣାଯିବ । ୨୫ ବର୍ଷ ଶାସନରେ ବସ୍ତି ଜୀବନ ଶୈଳୀ ସହରୀ ଜୀବନ ଶୈଳୀ ସହିତ ସମାନ ହେଇଥାନ୍ତା । ଯାହା ହୋଇପାରି ନାହିଁ ।

ବିଜେପିର ଦ୍ୱିତୀୟ ପ୍ରସଙ୍ଗ ରହିବ ଭୁବନେଶ୍ୱରରେ ଡ୍ରେନେଜ ସମସ୍ୟା । ସହରରେ ଡ୍ରେନେଜ ଚୋକିଂ ବାରମ୍ବାର ହେଉଛି । ଏହାର ସ୍ଥାୟୀ ସମାଧାନ ଆବଶ୍ୟକ । ସେହିଭଳି ତୃତୀୟଟି ହେଉଛି, ଭେଣ୍ଡିଙ୍ଗ ଯୋନ । ମନ ଇଚ୍ଛା ଉଠା ଦୋକାନୀଙ୍କୁ ଉଚ୍ଛେଦ କରିବା ଉଚିତ୍‌ ନୁହେଁ । ଏହା ସମସ୍ୟାର ସମାଧାନର ବାଟ ମଧ୍ୟ ନୁହେଁ । ସେମାନଙ୍କ ପ୍ରଥମେ ଥଇଥାନ କରାଯିବା ଉଚିତ୍‌ ।

ସେଭହିଳି ଚତୁର୍ଥରେ ବିଜେପି ଭୁବନେଶ୍ୱରର ସୌନ୍ଦର୍ଯ୍ୟକରଣକୁ ମଧ୍ୟ ଗୁରୁତ୍ୱ ଦେବ ବୋଲି କହିଛନ୍ତି ଅପରାଜିତା । କେବଳ ସହରର ସୌନ୍ଦର୍ଯ୍ୟକରଣ ନୁହେଁ ବରଂ ସହରର ପ୍ରତିଟି ଗଳିକନ୍ଦିର ସ୍ୱଚ୍ଛତା ଓ ସୌନ୍ଦର୍ଯ୍ୟକରଣର ଆବଶ୍ୟକତା ରହିଛି । ଏହାପରେ ରାଜଧାନୀରେ ସୁରକ୍ଷା ପ୍ରସଙ୍ଗକୁ ନେଇ ମଧ୍ୟ ଗୁରୁତ୍ୱ ଦିଆଯିବ । ମହାନଗର ବାସିନ୍ଦା କିପରି ସୁରକ୍ଷିତ ରହିବେ ସେନେଇ ଅଧିକ ଗୁରୁତ୍ୱ ରହିବ । କାରଣ ଏବେ ଭୁବନେଶ୍ୱରବାସୀ ସୁରକ୍ଷିତ ନୁହଁନ୍ତି ।