Advertisment

ଯେତେ ଖୋଳିଲେ ସେତେ ନୂଆ କାହାଣୀ, ନକଲି ଡାକ୍ତର ରମେଶ ନାଁରେ ପୁଣି ଦୁଇ ମାମଲା

୬୯ ହଜାର ଟଙ୍କା ଠକେଇ ଅଭିଯୋଗରେ ପାହାଳ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ କାର ନମ୍ବର ରେଜିଷ୍ଟ୍ରେସନ୍‌ ପାଇଁ ଜାଲ୍ ଡକ୍ୟୁମେଣ୍ଟ ଦେଇଥିବାରୁ ସହିଦନଗର ଥାନାରେ ରୁଜୁ ହୋଇଛି ମାମଲା ।

author-image
Satyendu Shekher Mishra
undefined

Fake doctor Ramesh Swaini

ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି, ନକଲି ଡାକ୍ତର ରମେଶ ସ୍ୱାଇଁ ନାଁରେ ଲମ୍ବି ଚାଲିଛି ଅଭିଯୋଗର ଫର୍ଦ୍ଦ । ୧୮ ପତ୍ନୀଙ୍କୁ ବିବାହ କରି ଚର୍ଚ୍ଚାରେ ରହିଥିବା ନକଲି ଡାକ୍ତର ରମେଶ ସ୍ୱାଇଁ ନାଁରେ ପୁଣି ଦୁଇଟି ଥାନାରେ ରୁଜୁ ହୋଇଛି ମାମଲା । ଗୋଟିଏ ମାମଲା ପାହାଳ ଥାନାରେ ରୁଜୁ ହୋଇଥିବା ବେଳେ ଅନ୍ୟ ମାମଲାଟି ସହିଦ ନଗର ଥାନାରେ ରୁଜୁ ହୋଇଛି ।

Advertisment

୬୯ ହଜାର ଟଙ୍କା ଠକେଇ ଅଭିଯୋଗରେ ପାହାଳ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ କାର ନମ୍ବର ରେଜିଷ୍ଟ୍ରେସନ୍‌ ପାଇଁ ଜାଲ୍ ଡକ୍ୟୁମେଣ୍ଟ ଦେଇଥିବାରୁ ସହିଦନଗର ଥାନାରେ ରୁଜୁ ହୋଇଛି ମାମଲା । ତେବେ ଏହି ଅଭିଯୋଗ ପାଇବା ପରେ ପୋଲିସ ଆହୁରି ତତ୍ପରତା ଦେଖାଇଛି । ରମେଶକୁ ପୁଣି ଥରେ ରିମାଣ୍ଡରେ ନେବାକୁ ଆବେଦନ କରିଛି ।

ଏହି ସବୁ ମାମଲା ସାମ୍ନାକୁ ଆସିବା ପରେ ନକଲି ଡାକ୍ତରଙ୍କୁ ପୁଣି ୭ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଛି ପୋଲିସ । ଭୁବନେଶ୍ୱର SDJM କୋର୍ଟରେ ଆବେଦନ କରିଚି ମହିଳା ଥାନା ପୋଲିସ । ଗୌହାଟୀ ପତ୍ନୀଙ୍କୁ ଠକେଇ ଅଭିଯୋଗର ତଦନ୍ତ ପାଇଁ ରିମାଣ୍ଡ ଆବେଦନ କରିଛି ପୋଲିସ ।

Advertisment

ବିବାହ ନାଁରେ ମହିଳାଙ୍କୁ ଠକେଇ, ଚାକିରି କରାଇ ଦେବା ନାଁରେ ଠକେଇ ଭଳି ସଙ୍ଗୀନ ଅପରାଧିକ ମାମଲା ଏହି ନକଲି ଡାକ୍ତର ରମେଶ ନାଁରେ ରହିଛି । ସମସ୍ତ ଅପରାଧର ତଦନ୍ତ ପାଇଁ ସାଇବର ଅଧିକାରୀ, ଆଣ୍ଟି ଫ୍ରଡ୍ ସେଲକୁ ନେଇ ଗୋଟିଏ ଟିମ୍ ଗଠନ ହୋଇଛି । ତେବେ ରମେଶ ଯେଉଁ ୧୮ ଜଣ ମହିଳାଙ୍କୁ ବିବାହ କରିଛନ୍ତି, ସେହି ସବୁ ବାହାଘରର ଏକମାତ୍ର ସାକ୍ଷୀ ଓ ଠକେଇରେ ସଂପୃକ୍ତ ହେଉଛନ୍ତି ତାଙ୍କ ଭଉଣୀ ଓ ଭିଣେଇ । ଏବେ ସେମାନଙ୍କୁ ମଧ୍ୟ ଗିରଫ କରି ଜେଲ୍‌ରେ ରଖାଯାଇଛି ।

Crime Fraud Fake Doctor Ramesh Swain
Advertisment
Advertisment