• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଓଟିଭିର ଦ୍ୱାଦଶ ବାର୍ଷିକ ସମ୍ମିଳନୀ ଫୋରସାଇଟ୍- ୨୦୨୨ । ଆରମ୍ଭ ହୋଇଛି ଓଟିଭିର ଦ୍ୱାଦଶ ବାର୍ଷିକ ସମ୍ମିଳନୀ ଫୋରସାଇଟ୍- ୨୦୨୨ । ଭୁବନେଶ୍ୱରସ୍ଥିତ ହୋଟେଲ୍‌ ତାଜ ଭିଭାନ୍ତାରେ ଆରମ୍ଭ ହୋଇସାରିଛି କାର୍ଯ୍ୟକ୍ରମ । ଏଥିରେ ଶାସକ, ପ୍ରଶାସକ, ରାଜନେତା, ଫିଲ୍ମ ନିର୍ମାତା ଓ ଅନେକ ବୁଦ୍ଧିଜୀବୀ ଯୋଗଦେଇଛନ୍ତି । ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ସ୍ୱାଗତ ଜଣାଇଛନ୍ତି ଓଟିଭି MD ଜଗି ମଙ୍ଗତ ପଣ୍ଡା । ଓଟିଭିର ୨୫ ବର୍ଷର ଯାତ୍ରାକୁ ସେ ସ୍ୱାଗତ ଜଣାଇବା ସହ ଦୀର୍ଘ ୨୫ ବର୍ଷ ଧରି ଓଟିଭିକୁ ଏକ ନମ୍ବର ଚ୍ୟାନେଲର ମାନ୍ୟତା ଦେଇଥିବାରୁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

‘Winners & The Disadvantaged In The New World Order’ ଶୀର୍ଷକକୁ ନେଇ ଫୋରସାଇଟ୍‌ ୨୦୨୨ରେ ବିଶେଷ ଆଲୋଚନା ହେବ । ଏଥିରେ ମୁଖ୍ୟଅତିଥି ରହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । ଅନେକ ବ୍ୟସ୍ତ ଥାଇ ମଧ୍ୟ ଓଟିଭି ଫୋର୍‌ସାଇଟ୍‌ ୨୦୨୨ ପାଇଁ ସମୟ ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା । ସେ କହିଛନ୍ତି ମୁଣ୍ଡ ଉପରେ ୟୁପି ନିର୍ବାଚନ ଥିବା ବେଳେ ଶ୍ରୀ ତୋମାର ୟୁପିରୁ ଭର୍ଚୁଆଲ୍‌ ମୋଡ୍‌ରେ ଆମ ସହ ଯୋଡ଼ି ହୋଇଛନ୍ତି । ୟୁପିରେ ଏବେ କ୍ୟାମ୍ପେନ୍‌ ଚାଲିଛି । ତଥାପି ଫୋର୍‌ସାଇଟ୍‌ ପାଇଁ ସମୟ ଦେଇଥିବାରୁ ଧନ୍ୟବାଦ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ତୋମାର ଓଟିଭିର ୨୫ ବର୍ଷର ଯାତ୍ରାକୁ ସ୍ୱାଗତ ଜଣାଇଛନ୍ତି । ରାଜ୍ୟର ନମ୍ବର ୱାନ ଚ୍ୟାନେଲ ଭାବେ ଓଟିଭି କାର୍ଯ୍ୟ ସମ୍ପାଦନ କରୁଛି । ଓଟିଭି ରାଜ୍ୟର ଅଗଣିତ ଜନତାଙ୍କ ହୃଦୟରେ ସ୍ଥାନ ପାଇଛି । ଏଥିପାଇଁ ଓଟିଭି ପରିବାର ସଦସ୍ୟ ପ୍ରଶଂସାର ପାତ୍ର ବୋଲି କହିଛନ୍ତି ଶ୍ରୀ ତୋମାର । ଏହାସହ ଆଧ୍ୟାତ୍ମିକ ଗୁରୁ ସଦ୍‌ଗୁରୁଙ୍କ ଯୋଗଦାନ ନେଇ ଆନନ୍ଦ ପ୍ରକଟ ମଧ୍ୟ କରିଛନ୍ତି ଏବଂ ସଦ୍‌ଗୁରୁଙ୍କଠାରୁ ବହୁତ କିଛି ଶିଖିବାକୁ ମିଳିବ ବୋଲି କହିଛନ୍ତି ତୋମାର ।