/odishatv-khabar/media/post_attachments/uploadimage/library/16_9/16_9_0/s_1646389818.jpg)
Congress Leader Ganeswar Behera
ପଞ୍ଚାୟତ ନିର୍ବାଚନରେ ବିପର୍ଯ୍ୟୟ ପାଇଁ ସ୍ୱୟଂ କଂଗ୍ରେସ ଦାୟୀ। ଓଟିଭି ଫୋର୍ସାଇଟ୍ ୨୦୨୨ କାର୍ଯ୍ୟକ୍ରମରେ ଯୋଗ ଦେଇ କଂଗ୍ରେସ ନେତା ଗଣେଶ୍ୱର ବେହେରା ଏହା କହିଛନ୍ତି। ଏହି ଭୟଙ୍କର ବିପର୍ଯ୍ୟୟ ପାଇଁ ଆମେ ଦାୟୀ, ସ୍ୱୟଂ କଂଗ୍ରେସ ଦାୟୀ ବୋଲି ସେ କହିଛନ୍ତି।
Advertisment
‘ଆମେ ଘର ସଜାଡ଼ି ପାରିଲୁନି। ଅସଜଡ଼ା ଘରକୁ କେହି ଚାହାଁନ୍ତିନି। ନିର୍ବାଚନ ଲଢ଼ିବା ପାଇଁ ଆମେ ସମ୍ବଳ ବି ସଂଗ୍ରହ କରିପାରିଲୁନି। ଅସଜଡ଼ା ଘର, ଅଭାବ ସମ୍ବଳ କାରଣ ପାଇଁ ଏମିତି ଅବସ୍ଥା ହେଲା’ ବୋଲି ଗଣେଶ୍ୱର ବେହେରା କହିଛନ୍ତି।
ସେ ଆହୁରି କହିଛନ୍ତି, ‘ଆତ୍ମସମୀକ୍ଷା କରି ସଂଶୋଧନ କଲେ ଲୋକ ବିଶ୍ୱାସକୁ ନେବେ। ଆତ୍ମସମୀକ୍ଷାରେ ତ୍ରୁଟି କରିଛୁ, ତ୍ରୁଟିର ଦଣ୍ଡ ଅଛି, ଦଣ୍ଡ ବି ମିଳିଛି। ଆମେ ଧରାଶାୟୀ, କିନ୍ତୁ ପାତାଳି ହୋଇନୁ। ପରିବର୍ତ୍ତନ ଆଣିବୁ।’
Advertisment
Congress
Odisha Panchayat Polls
Odisha Panchayat Elections
OTV Foresight 2022
Congress Leader Ganeswar Behera
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)