ମାଟି ସୁରକ୍ଷିତ ରହିଲେ, ଜୀବନ ସୁରକ୍ଷିତ ରହିବ। କାରଣ ମାଟିରୁ ହିଁ ସୃଷ୍ଟି ହୁଏ ଗଛ ଲତା ଆଉ ଏଥିରୁ ମିଳେ ଖାଦ୍ୟ। ଜାଣନ୍ତୁ ମାଟି ଯତ୍ନ ନେବାର ୬ଟି ଉପାୟ।
ମାଟି ସୁରକ୍ଷିତ ରହିଲେ ହିଁ, ଜୀବନ ରହିବ ସୁରକ୍ଷିତ। କାରଣ ମାଟିରୁ ହିଁ ସୃଷ୍ଟି ହୁଏ ଗଛ ଲତା ଆଉ ଏଥିରୁ ମିଳେ ଖାଦ୍ୟ। ଲୋକମାନଙ୍କୁ ମୃତ୍ତିକାର ଏହି ମହତ୍ତ୍ୱକୁ ଜଣାଇବା ଏବଂ ମାଟିର ଗୁଣ ବିଷୟରେ ଅବଗତ କରାଇବା ପାଇଁ ପ୍ରତିବର୍ଷ ୫ ଡିସେମ୍ବରରେ ‘ବିଶ୍ୱ ମୃତ୍ତିକା ଦିବସ’ ପାଳନ କରାଯାଏ।
ଆମେ ଭୁଲି ଯାଉଛୁ ଯେ ମାଟି ହେଉଛି ପୃଥିବୀର ସବୁଠାରୁ ଜୀବନ୍ତ ଜିନିଷ। ଏହା ଆମ ଜୀବନର ସମସ୍ତ ଜିନିଷର ଆଧାର। ମାଟି ସମୃଦ୍ଧ ହେଲେ ଉଦ୍ଭିଦ ବଢିବ ଓ ବାୟୁ ଶୁଦ୍ଧି ହୋଇଯିବ।
ମୃତ୍ତିକା କ୍ଷୟର ସବୁଠୁ ଭୟଙ୍କର ପରିଣାମ ହେଉଛି ଜଳ ସଂକଟ। ମାଟିରୁ ଆମେ ପାଣି ଶୋଷି ଚାଲିଚେ, କିନ୍ତୁ ମାଟିକି ପାଣି ଯାଉଛି କେମିତି, ସେକଥା ଥରେ କେବେ ଚିନ୍ତା କରିନେ.. ମାଟିର ଉପରି ଭାଗକୁ ଆମେ ଏଭଳି ରଖିଛେ ଯେ, ତା’ ଭିତରକୁ ପାଣି ଯିବାକୁ ବାଟ ନାହିଁ..। ସୁତରାଂ ମାଟି ତଳେ ଥିବା ସଂଚିତ ପାଣି ଶେଷ ହବାକୁ ବସିଲାଣି। ଆଗ ଭଳି ଆଉ କମ୍ ଗଭୀରତାରୁ ପାଣି ବାହାରୁନି। ସେପଟେ ଗଛକଟା ଚାଲିଚି, ଯାହା ମୃତ୍ତିକା କ୍ଷୟର ଆଉ ଏକ ପ୍ରମୁଖ କାରଣ...
ଇଶା ଫାଉଣ୍ଡେସନର ପ୍ରତିଷ୍ଠାତା ସଦଗୁରୁ ମୃତ୍ତିକା ସଂରକ୍ଷଣ ପାଇଁ ଅଭିଯାନ ଆରମ୍ଭ କରିଛନ୍ତି । ଲଣ୍ଡନର ଟ୍ରାଫାଲଗଡ ସ୍କୋୟାରରୁ ସେ ୧୦୦ ଦିନିଆ ବାଇକ୍ ଯାତ୍ରା ଆରମ୍ଭ କରିଥିଲେ
ମା’ ମାଟି ଉପରେ ପ୍ରଦୂଷଣ ପ୍ରହାର । ଦିନକୁ ଦିନ ପ୍ରଦୂଷଣ ବଢ଼ୁଥିବା ବେଳେ ମୃତ୍ତିକା କ୍ଷୟ ମଧ୍ୟ ହେବାରେ ଲାଗିଛି । ଏବେ ଠାରୁ ସାବଧାନ ନହେଲେ ଆଗାମୀ ସମୟରେ ସ୍ଥିତି ଭୟଙ୍କର ହୋଇପାରେ ।
ଦିନକୁ ଦିନ ମାଟିର ମାନ କମି କମି ଯାଉଛି। ଏହା ଭବିଷ୍ୟତ ବଂଶଧର ପାଇଁ ସତର୍କ ଘଣ୍ଟି। ଏହାକୁ ନେଇ କ’ଣ କୁହନ୍ତି ସନ୍ଥ ସଦଗୁରୁ ଆସନ୍ତୁ ଜାଣିବା…
ପ୍ରତିବର୍ଷ ବିଶ୍ୱରେ ୨୭ ହଜାର ଉଦ୍ଭିଦ ପ୍ରଜାତି ନିଶ୍ଚିହ୍ନ ହୋଇଯାଉଛନ୍ତି। ଏହାକୁ ରୋକିବା ପାଇଁ ଏବେଠୁ ଆମେ ଚେଷ୍ଟା ନକଲେ ଆମ ପରପିଢ଼ି ସାଂଘାତିକ ଅସୁବିଧା ଭୋଗିବେ।