• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଭଦ୍ରକ ଆଗରପଡ଼ା ରାସ୍ତାର ଅରଞ୍ଜି ଛକରେ ମର୍ମନ୍ତୁଦ ଦୁର୍ଘଟଣା । ଆମ୍ବଲାନ୍ସକୁ ଧକ୍କା ଦେଇ ଓଲଟିଲା ଯାତ୍ରିବାହୀ ବସ୍ । ଦୁର୍ଘଟଣାରେ ୧୦ରୁ ଅଧିକ ଆହତ ହୋଇଥିବା ବେଳେ ୧୪ ଜଣ ଗୁରୁତର ହୋଇ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ୧୦୨ ଆମ୍ବୁଲାନ୍ସ ଗର୍ଭବତୀ ମହିଳାଙ୍କୁ ନେଇ ଭଦ୍ରକ ଅଭିମୁଖେ ଆସୁଥିବା ଅରଞ୍ଜି ଛକ ନିକଟରେ ଯାତ୍ରୀବାହୀ ବସ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।

ଦୁର୍ଘଟଣା ପରେ ଆମ୍ବଲାନ୍ସ ବିଲ ମଝିକୁ ଛିଟିକି ପଡିଥିବା ଥିଲା । ସେହିପରି ବସଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିପଡିଥିଲା । ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଯାତ୍ରୀ ମାନଙ୍କୁ ଔପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗୁରୁତର ମାନଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସମେତ ୧୪ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଅଛନ୍ତି । ସମସ୍ତ ଗୁରୁତରଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।