Advertisment

ବଦଳିନି ମାନସିକତା କି ଚିନ୍ତାଧାରା; ଆଜି ବି ଅଲୋଡ଼ା ଶିଶୁ କନ୍ୟା

ଶିଶୁ କନ୍ୟା ସନ୍ତାନ ଦିବସରେ ବି ଅଲୋଡ଼ା । ଟମକା ଚମ୍ପାଝରରେ ଶିଶୁକନ୍ୟାକୁ ମାଆ ଗଳା ଚିପି ହତ୍ୟା ଅଭିଯୋଗ ହୋଇଛି । ସୁନ୍ଦରଗଡ଼ ମୁକ୍ତିଢିପାରେ ବୁଦାମୂଳରୁ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି । ସେପଟେ ପୁଣି ଝିଅ ହେବାରୁ ଚାନ୍ଦବାଲି ମେଡିକାଲରେ ପତ୍ନୀ ଓ କନ୍ୟାକୁ ଛାଡ଼ି ବାପା ଛୁ ।

author-image
Manoranjan Behera
ଅଦ୍ୟତନ ହୋଇଛି
Internatinal Girl Child Day

Internatinal Girl Child Day

ଗୋଟିଏ ପଟେ ଆଜି ବିଶ୍ୱ କନ୍ୟା ସନ୍ତାନ ଦିବସ ପାଳନ କରୁଥିବାବେଳେ ଆମ ରାଜ୍ୟରୁ କିନ୍ତୁ ମିଳିଚାଲିଛି ଗୋଟିଏ ପରେ ଗୋଟିଏ କନ୍ୟା ସନ୍ତାନକୁ ଅବହେଳା ଓ ଉପେକ୍ଷାର ଖବର । ଯାଜପୁର ଟମକା ଥାନା ଚମ୍ପାଝର ପାର୍କ ନିକଟ ବସ୍ତିରେ ଜଣେ ଜନ୍ମଦାତ୍ରୀ ମାଆ ନିଜର ୩ଦିନ ଶିଶୁ କନ୍ୟାକୁ ଗଳା ଚିପି ହତ୍ୟା କରିଥିବା ଅଭିଯୋଗ ଆସିଛି । ଦ୍ୱିତୀୟ ସନ୍ତାନ ଭାବେ କନ୍ୟା ଜନ୍ମ ହେବାରୁ ରବୀନ୍ଦ୍ର ମହାନ୍ତ ନାମକ ବ୍ୟକ୍ତିଙ୍କ ପତ୍ନୀଙ୍କୁ ପୋଲିସ୍ ଗିରଫ କରି ଖୋଳତାଡ଼ ଚଳାଇଛି ।

Advertisment

ସେପଟେ ସୁନ୍ଦରଗଡ଼ ଭସ୍ମା ଥାନା ମୁକ୍ତିଢିପାରେ ଏକ ବୁଦାମୂଳରୁ ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର ହୋଇଛି ଶିଶୁକନ୍ୟା । ତେବେ ଜନ୍ମଦେଇ ଫେରାର ଥିବା ମାଆକୁ ପରେ ଲୋକେ ଠାବ କରି ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି ସ୍ଥାନୀୟ ଲୋକେ । ମରିଗଲା ମା’ର ମମତା। ଶିଶୁକନ୍ୟାକୁ ପ୍ରସବ କରିବାର ମାତ୍ର କେଇ ମୂହୁର୍ତ୍ତ ପରେ ସବୁ ସମ୍ପର୍କ ତୁଟାଇ କନ୍ୟା ରତ୍ନକୁ ମରଣ ମୁହଁକୁ ଠେଲି ଦେଲା ମାଆ । ବୁଦା ମୂଳେ ନବଜାତ ଶିଶୁକନ୍ୟାକୁ ଜନ୍ମ ଦେଇ ଛାଡ଼ି ପଳାଇଥିଲା । ଶେଷରେ ପୁଲିସ ହାତରେ ଧରାପଡ଼ିଲା ମାଆ ।

ସେହିପରି ଭଦ୍ରକ ଚାନ୍ଦବାଲିରେ ଦ୍ୱିତୀୟ ସନ୍ତାନ ବି ଝିଅ ହେବାରୁ ମେଡିକାଲରେ ନବଜାତ କନ୍ୟା ଓ ସ୍ତ୍ରୀକୁ ଛାଡ଼ି ବାପା ଛୁ । ସ୍ଥାନୀୟ ମାତୋମାଳ ଅଞ୍ଚଳର ମୋହନ ସାହୁଙ୍କ ପତ୍ନୀ ଅନିମାଙ୍କର ମେଡିକାଲରେ ଏକ ଝିଅ ଜନ୍ମ ହୋଇଥିଲା । ହେଲେ ପୁଣି ଝିଅ ହେବାରୁ ମୋହନ ତାଙ୍କ ପତ୍ନୀ ଓ ଝିଅକୁ ଛାଡ଼ି ନିଜ ଘରକୁ ପଳାଇଛନ୍ତି । ପରେ ଅନିମାଙ୍କ ବାପ ଘର ଲୋକେ ଶିଶୁ କନ୍ୟା ଓ ତା ମାଆକୁ ଘରକୁ ନେଇଛନ୍ତି ।

Advertisment
Girl Child
Advertisment
Advertisment