• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପାର୍ବଣରେ ଗହଳି ଯେତିକି ବଢ଼ୁଛି ଅପରାଧ ମଧ୍ୟ ସେତିକି ବଢ଼ୁଛି । ଆଜି ଚୋରି ତ କାଲି ଅପହରଣ । ଏମିତି କିଛି ଘଟଣା ବାରମ୍ବାର ଘଟିବା ଫଳରେ ଏବେ ସହରବାସୀ ଚିନ୍ତାରେ ପଡ଼ିଛନ୍ତି । ଆମେ କହୁଛୁ ଭଦ୍ରକ ସହର କଥା । ଦିନକୁ ଦିନ ଅଶାନ୍ତ ହେଉଛି ଭଦ୍ରକ । ପାର୍ବଣ ଋତୁ ପାଇଁ ଚଳଚଞ୍ଚଳ ସହର । ଆଉ ଏହାରି ଭିତରେ ବଢ଼ି ଚାଲିଛି ଅପରାଧ । ପୋଲିସ ଏହାକୁ ରୋକିବାକୁ ଚେଷ୍ଟା କରୁଛି ସତ ହେଲେ ଫଳ ଶୁନ ।

ପୁରା ସହରରେ ଏବେ ଯୁଆଡ଼େ ଦେଖିବ ଖାଲି ମାଆଙ୍କ ସୁଉଚ୍ଛ ତୋରଣ । ହେଲେ ଏହି ଉତ୍ସବର ମାହୋଲ ଭିତରେ ବି ଲୋକଙ୍କ ମନରେ ହିଂସାତ୍ମକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି । କିଛି ଦିନ ପୂର୍ବରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଉତ୍ତେଜନା ଦେଖାଯାଇଥିବା ବେଳେ, ସହରର ମଝିରେ ଥିବା ଏକ ହୋଟେଲରୁ ସେକ୍ସ ରାକେଟ ଧରାପଡ଼ିଥିଲା । ସେହିପରି ବେଆଇନ ମଦ ଜବତ, ଚରମ୍ପାରେ ଯୁବକଙ୍କ ବ୍ରାଉନସୁଗାର ସେବନ ଓ ଗାଁ ଲୋକେ ସେମାନଙ୍କୁ ଧରି ପୋଲିସର ଜିମା ଦେବା । ଏଭଳି ଅନେକ ଘଟଣା ପାଇଁ ଏବେ ଭଦ୍ରକବାସୀ ଚିନ୍ତାରେ ।

ଏହାରି ଭିତରେ ଭଦ୍ରକ ପୋଲିସ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି । ଅନ୍ୟପଟେ ଲୋକଙ୍କୁ ସହରରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସଚେତନ କରାଯାଇଛି । କୌଣସି ପ୍ରକାର ଅସାମାଜିକ କାର୍ଯ୍ୟକୁ ପ୍ରୋତ୍ସାହନ ଦିଆଯିବ ନାହିଁ ବୋଲି ପୋଲିସ ଚେତାବନୀ ମଧ୍ୟ ଦେଇଛି । ସାରା ସହର ଏବେଠୁ ପୋଲିସ ଛାଉଣୀ ହେଲାଣି ।

ତେବେ ପୋଲିସ ଓ ପ୍ରଶାସନ ଉପରେ ସହରବାସୀଙ୍କ ଭରସା ରହିଛି । ପାର୍ବଣରେ ପୋଲିସ କିଭଳି ଶାନ୍ତି ଶୃଙ୍ଖଳା ବଜାୟ ରଖୁଛି ତାହା ଦେଖିବାକୁ ବାକି ରହିଲା ।

 

  • Reported by:
  • Partha Sarathi nayak