/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699350125.jpg)
cancer treatment
କ୍ୟାନସର..ରୋଗ ନାଁ ଶୁଣିଲେ ମନରେ ଆପେ ଆପେ ଛନକା ପଶିଯାଏ । ବେପରଓ୍ୱା ଜୀବନଶୈଳୀ ଏବଂ ରୋଗ ନିରୁପଣରେ ବିଳମ୍ବ ହିଁ କ୍ୟାନସରର ଭୟାବହତାକୁ ବଢାଇଥାଏ । ସେପଟେ ସଚେତନତାର ଅଭାବ ଏବଂ ଦାରିଦ୍ରତା ହିଁ ଆଉ ଏକ ପ୍ରମୁଖ କାରଣ ବୋଲି କୁହାଯାଇପାରେ ।
ଆଜି ଜାତୀୟ କର୍କଟ ସଚେତନତା ଦିବସରେ ଅର୍ଥାଭାବରୁ ଅବହେଳିତ ଏକ ଜୀବନର ଖବର ସାମ୍ନାକୁ ଆସିଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମାଧପୁର ଗାଁର ନାରାୟଣ ଦାସଙ୍କ ପତ୍ନୀ ମନୋରମା 4 ବର୍ଷ ହେଲା ସ୍ତନ କର୍କଟର ଶିକାର ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି । ନାରାୟଣ ଦିନ ମଜୁରିଆ ହୋଇଥିବାବେଳେ ସ୍ତ୍ରୀ କୁ ଚିକିତ୍ସା କରାଇବାରେ ବି ଅସମର୍ଥ ହେଉଛନ୍ତି । ଯାହାଫଳରେ ମନୋରମା ଶଯ୍ୟାଶାୟୀ ହୋଇ ରୋଗ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ।
ମନୋରମାଙ୍କ ଦୁଇ ପିଲା ମାଆର କ୍ୟାନସର ପାଇଁ ଅସହାୟ ହୋଇପଡିଛନ୍ତି । ସ୍ୱାମୀ ଦିନ ମଜୁରିଆ ହୋଇଥିବାବେଳେ ପିଲାମାନେ ଭଲରେ ନା ଦି’ଟା ଖାଇବାକୁ ପାଉଛନ୍ତି ନା ପାଠ ପଢିପାରୁଛନ୍ତି । ମନୋରମାଙ୍କ ଏଭଳି ଦୁଃସ୍ଥିତିରେ ଯଦି କୌଣସି ସହୃଦୟ ବ୍ୟକ୍ତି କିମ୍ବା ପ୍ରଶାସନ ସହଯୋଗର ହାତ ବଢାନ୍ତେ ତାହେଲେ ସେ ଆରୋଗ୍ୟ ହୋଇପାରନ୍ତେ ବୋଲି କହିଛନ୍ତି ଗ୍ରାମବାସୀ । ସେପଟେ ସ୍ଥାନୀୟ ସରପଞ୍ଚ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।
ଯଦି ମନୋରମାଙ୍କୁ ଆପଣ ସାହାଯ୍ୟ କରିବାକୁ ଚାହୁଁଥାନ୍ତି ତାହେଲେ ଏଇ ଠିକଣାରେ ସାହାଯ୍ୟ କରନ୍ତୁ
ମନୋରମା ଦାସ
ଗ୍ରାମ- ମାଧପୁର
ପୋଷ୍ଟ- ମାଧପୁର
ଜିଲ୍ଲା- ଭଦ୍ରକ
ପିନ୍- ୭୫୬୧୩୨
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)