Advertisment

ଅପରେସନ୍‌ ପରେ ଦୃଷ୍ଟିଶକ୍ତି ହରାଇଲେ ୬ ବରିଷ୍ଠ ନାଗରିକ

ମୋତିଆବିନ୍ଦୁର ସଫଳ ଅପରେସନ କରାଇ ପୁଣିଥରେ ଭଲ ଭାବରେ ସବୁକିଛି ଦିଶିବ ବୋଲି ଆଶା କରିଥିଲେ। ହେଲେ ଭଲ କ’ଣ ହେବେ ଓଲଟା ଦୃଷ୍ଟିଶକ୍ତି ହରାଇଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
6 elderly patients lose their vision due to wrong operation

6 elderly patients lose their vision due to wrong operation

ଆଖିକୁ ଭଲ ଦିଶୁ ନଥିଲା। କାରଣ ବୟସାଧିକ ଯୋଗୁ ଆଖିରେ ମୋତିଆ ବିନ୍ଦୁର ପରଳ ହୋଇଯାଇଥିଲା। ତେଣୁ ମୋତିଆବିନ୍ଦୁର ସଫଳ ଅପରେସନ କରାଇ ପୁଣିଥରେ ଭଲ ଭାବରେ ସବୁକିଛି ଦିଶିବ ବୋଲି ଆଶା କରିଥିଲେ। ହେଲେ ଭଲ କ’ଣ ହେବେ ଓଲଟା ଦୃଷ୍ଟିଶକ୍ତି ହରାଇଲେ। ଭୁଲ୍‌ ଅପରେସନ ଯୋଗୁ ଏଭଳି ହୋଇଥିବା ଅଭିଯୋଗ ହୋଇଛି। ଭଦ୍ରକ ଜିଲ୍ଲାରେ ଏହି ଘଟଣା ଘଟିଛି।

Advertisment

ସୂଚନା ଅନୁସାରେ, ଭଦ୍ରକ ସହର ଡାହାଣୀ ଗଡ଼ିଆ ନିକଟରେ ଥିବା ଏକ ଘରୋଇ ଚକ୍ଷୁ ଚିକିତ୍ସାଳୟରେ ଗତ ୨୮ରୁ ୩୦ତାରିଖ ମଧ୍ୟରେ ୬ ଜଣ ବୟସ୍କ ରୋଗୀଙ୍କ ଆଖି ଅପରେସନ କରାଯାଇଥିଲା। ମୋତିଆବିନ୍ଦୁର ସଫଳ ଅପରେସନ ପାଇଁ ରୋଗୀଙ୍କୁ ଉକ୍ତ ଚକ୍ଷୁ ଚିକିତ୍ସାଳୟକୁ ଅଣାଯାଇ ଅପରେସନ କରାଯାଇଥିଲା। ତେବେ ଅପରେସନ୍ ପରେ ସମସ୍ତ ୬ ଜଣଯାକ ଦୃଷ୍ଟିଶକ୍ତି ହରାଇଥିବା ଅଭିଯୋଗ ହୋଇଛି।

ଯାହାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏନେଇ ଭଦ୍ରକ ଟାଉନ ଥାନାରେ ଆଖି ହରାଥିବା ୬ ଜଣ ବ୍ୟକ୍ତି ଅଭିଯୋଗ କରିଛନ୍ତି। ଏନେଇ  ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ଯେ, ତଦନ୍ତ କରାଯିବ। 

Advertisment
Advertisment
Advertisment