• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଆସନ୍ତାକାଲି ଗଜଲକ୍ଷ୍ମୀ ପୂଜା । ଗାଁଠୁ ସହର ସବୁଠି ସରିଲାଣି ପ୍ରସ୍ତୁତି । ଆଉ ଏଥିରୁ ଭଦ୍ରକ ଜିଲ୍ଲା ବା କେମିତି ବାଦ୍‌ ପଡ଼ନ୍ତା । ପୂଜା ପାଇଁ ବାସୁଦେବପୁର ବ୍ଲକ୍‌ ଅନ୍ତର୍ଗତ ବେତଡ଼ାର ପୂଜା ମଣ୍ଡପ ଗୁଡିକ ଏବେ ଚଳଚଞ୍ଚଳ ହୋଇପଡ଼ିଛି । ବ୍ୟବସାୟିକ ପେଣ୍ଠସ୍ଥଳ ବେତଡ଼ାର ଏହି ଗଣପର୍ବକୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରିବା ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି ।

କେଉଁ କାରିଗର ରଙ୍ଗ ଦେବାରେ ଲାଗି ପଡ଼ିଛନ୍ତି ତ ପୁଣି କେଉଁ କାରିଗର ମା’ଙ୍କ ମେଢ ସଜାଇବାରେ ବ୍ୟସ୍ତ । କିଏ ଉଚ୍ଚ ତୋରଣ କରିବାରେ ବ୍ୟସ୍ତ ତ ଆଉ କିଏ ପାର୍ଶ୍ୱ ଦେବାଦେବୀଙ୍କୁ ଚିତ୍ର କରିବାରେ ବ୍ୟସ୍ତ । ଭଳିକି ଭଳି ସୁନ୍ଦର ସୁନ୍ଦର ମୂର୍ତ୍ତି ସାଙ୍ଗକୁ ସୁଉଚ୍ଚ ତୋରଣ ପ୍ରସ୍ତୁତିକୁ ଶେଷ କରିବାକୁ ଲାଗି ପଡ଼ିଛନ୍ତି କାରିଗର ।

ଗଜଲକ୍ଷ୍ମୀ ପୂଜା ପାଇଁ ବେତଡ଼ା ବଜାର ଏବେ ସଜେଇ ହୋଇଛି । ଚଳିତ ବର୍ଷ ବେତଡ଼ାର ୫ଟି ପୂଜା ମଣ୍ଡପରେ ପୂଜା ପାଇବେ ମା' ଗଜଲକ୍ଷ୍ମୀ । ଜାକଜମକରେ ପୂଜାକୁ ପାଳନ କରିବା ପାଇଁ ଲାଗି ପଡିଛନ୍ତି ପୂଜା କମିଟିର କର୍ମକର୍ତ୍ତା । ତେବେ ପୂଜା ମଣ୍ତପରେ ଅତ୍ୟାଧୁନିକକୁ ବାଦ୍‌ ଦିଆଯାଇ ପୌରାଣିକ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି । 

  • Reported by:
  • Suryadoya Biswal