/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697089976.jpg)
Cataract operation goes wrong for 6 patients in Odisha
ଆଖିକୁ ଠିକ୍ରେ ଦେଖାଯାଉନଥିଲା । ମୋତିଆ ବିନ୍ଦୁ ବୋଲି କହି ଅପରେସନ୍ କରାଇଦେଲେ ଡାକ୍ତର । ହେଲେ ଭଲ ହେବା ବଦଳରେ ଆଉ ଆଖିକୁ କିଛି ଦିଶିଲାନି । ଦୁନିଆକୁ ଭଲକି ଦେଖିବା ବଦଳରେ ଦିଶିଲା ସବୁ କିଛି ଅନ୍ଧାର । ଏପରି ଘଟଣା ଜଣେ କି ଦୁଇ ଜଣଙ୍କ ନୁହେଁ, ଘଟିଛି ୬ ଜଣଙ୍କ କ୍ଷେତ୍ରରେ । ଆଖି ଅପରେସନ୍ କରାଇବାପରେ ଅନ୍ଧାର ହୋଇଯାଇଛି ସବୁ କିଛି ।
ଏପରି ଏକ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲାରୁ । ସହରାଞ୍ଚଳ ୧୬ନଂ ଜାତୀୟ ରାଜପଥ ଡାହାଣୀ ଗଡିଆ ନିକଟରେ ଥିବା ଏକ ଘରୋଇ ହସ୍ପିଟାଲରେ ଘଟିଛି ଏଭଳି ଘଟଣା । ୨୮ରୁ ୩୦ତାରିଖ ମଧ୍ୟରେ ୬ ଜଣ ବରିଷ୍ଠ ଚକ୍ଷୁରୋଗୀଙ୍କ ଅପରେସନ ହୋଇଥିଲା । ହେଲେ ପରେ ଚକ୍ଷୁ ପରୀକ୍ଷା କରିବା ବେଳକୁ ସେ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇଥିବା ଜାଣିଥିଲେ । ଯାହାକୁ ନେଇ ଚିକିତ୍ସାଳୟରେ ଉତ୍ତେଜନା ଲାଗି ରହିବା ସହ ଥାନାରେ ଅଭିଯୋଗ କରିଥିଲେ ରୋଗୀ ଓ ସମ୍ପର୍କୀୟ ।
ଅଭିଯୋଗ ଅନୁସାରେ ରତ୍ନାକର ଜେନା, ସୁଲୋଚନା ନାୟକ, ରତ୍ନାକର ଦାସ ଓ ମେନକା ରାଣୀ ପଣ୍ଡା ପ୍ରମୁଖ ୬ଜଣ ବୟସ୍କ ରୋଗୀ ଆଖି ଅପରେସନ୍ କରାଇଥିଲେ । ହେଲେ ଦୃଷ୍ଟିଶକ୍ତି ହରାଇବା ପରେ ସମ୍ପୃକ୍ତ ଡାକ୍ତରଙ୍କୁ ପ୍ରଶ୍ନ କରିଥିଲେ । ତେବେ ଏନେଇ କିଛି ପ୍ରତିକ୍ରିୟା ନଦେଇ ତରବରିଆ ଭାବେ ସେଠାରୁ ଡାକ୍ତର ଲୁଚି ପଳାଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଉତ୍ତେଜନା ଲାଗି ରହିବା ସହ ରୋଗୀ ଓ ସମ୍ପର୍କୀୟମାନେ ଆଗକୁ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପଚାରିବାରୁ ତଦନ୍ତ କରାଯିବା ନେଇ ସେ ପ୍ରତିଶ୍ରୁତି ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)