• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କୁହନ୍ତି ନା ସ୍ୱାସ୍ଥ୍ୟ ହିଁ ସଂପଦ । ସ୍ୱାସ୍ଥ୍ୟ ଠିକ୍ ଥିଲେ ସବୁ ଠିକ୍, ସ୍ୱାସ୍ଥ୍ୟ ବିଗିଡିଲେ ସବୁ ସମସ୍ୟା । ତେଲଲୁଣର ସଂସାରରେ ବେଳେବେଳେ ସ୍ୱାସ୍ଥ୍ୟ ସମସ୍ୟା ହିଁ ବିଗାଡି ଦିଏ ପୁରା ପରିବାର । ଧନ ସଂପତ୍ତି ସବୁ ଚାଲିଯାଏ ଚିକିତ୍ସାରେ । ଭଦ୍ରକ ପୌରପାଳିକାର ସୁରେଶ ବିଶ୍ୱାଳ ଓ ଚାନ୍ଦବାଲି ମାଧପୁର ମନୋରମା ଦାସଙ୍କ କ୍ଷେତ୍ରରେ ବି ନିଷ୍ଠୁର ହୋଇଛି ଦଇବ । ଦୁରାରୋଗ୍ୟ କର୍କଟରେ ପୀଡିତ ହେବା ପରେ ଏମାନଙ୍କ ଜୀବନ ପାଲଟିଛି ଦୁର୍ବିସହ ।

ଭଦ୍ରକ ପୌରପାଳିକା ୨୦ ନଂ ୱାର୍ଡର ସୁରେଶ ବିଶ୍ୱାଳ । ଘରେ ସ୍ତ୍ରୀ, ଦୁଇ ଝିଅ ଓ ବୁଢୀ ମାଆ । ଗାଁକୁ ଗାଁ ବୁଲି ବାରମଜା, ବିସ୍କୁଟ ବିକି ଯେଉଁ ୨ ପଇସା ମିଳେ ସେଥିରେ ପରିବାର ଯେଣେତେଣେ ଚଳିଯାଉଥିଲା । ହେଲେ ୭ ମାସ ତଳେ ହଠାତ ଖରାପ ହୋଇପଡିଥିଲା ଦେହ । ପରୀକ୍ଷା ପରେ ଜଣାପଡିଲା କ୍ୟାନସର ବୋଲି । ନିଅଣ୍ଟିଆ ପରିବାର ଉପରେ ସତେ ଯେମିତି କଳାବାଦଲ ଘୋଟି ଆସିଲା । ପେଟ କାଟି ଯେଉଁ ଦୁଇ ପଇସା ସଞ୍ଚିଥିଲେ ସେତକ ବି ସରିଗଲା । ଏବେ ଥରେ କେମୋ ପାଇଁ ଭୁବନେଶ୍ୱର ଗଲେ ୭ ହଜାର ଟଙ୍କା ଲାଗୁଛି । ରୋଗ ରୋଜଗାର ନେଇଯିବା ପରେ ଏବେ ଏ ପଇସା ଯୋଗଡ଼ କରିବା ଭାରି କଷ୍ଟକର । ଏଣୁ ସରକାରୀ କିମ୍ବା ବଦାନ୍ୟ ବ୍ୟକ୍ତି ସହାୟତା ଅପେକ୍ଷାରେ ପୁରା ପରିବାର ।

ଅଧିକ ପଢ଼ନ୍ତୁ: ମହିଳାଙ୍କ କ୍ଷେତ୍ରରେ ବଢ଼ୁଛି ଓଭାରିଆନ କ୍ୟାନସର; ହେଲେ କ’ଣ ପାଇଁ ?

ଚାନ୍ଦବାଲି ବ୍ଲକ ମାଧପୁରର ମନୋରମା ଦାସଙ୍କ ପାଇଁ ବି ସଂସାର ଯାକର ଦୁଃଖ ଦେଇଛି ସ୍ତନ କର୍କଟ । ଥରେ ନୁହେଁ ଦୁଇ ଦୁଇ ଥର ସେ କର୍କଟରେ ଆକ୍ରାନ୍ତ ହୋଇଛନ୍ତି । ଦୀର୍ଘ ୪ ବର୍ଷ ହେଲା ବିଛଣାରେ ପଡିପଡି ବଞ୍ଚିବାର ରାହା ଖୋଜୁଛନ୍ତି ସେ । ସ୍ୱାମୀ ମୁଲମଜୁରୀ କରି ଯାହା ଆଣନ୍ତି ତାହା ପେଟପାଟଣାକୁ ନିଅଣ୍ଟ ଚିକିତ୍ସା କଥା ତ ଭାବିବା ବି ମୁସକିଲ । ପୂର୍ବରୁ ଗାଁ ଲୋକ, ସାହିପଡିଶା ସାଧ୍ୟ ମତେ ସାହାଯ୍ୟ କରିଥିଲେ । ସେଥିରେ ଅପରେସନ ହୋଇ ଟିକେ ସୁସ୍ଥ ହୋଇଥିଲେ, ମାତ୍ର ପୁଣି ୨ ମାସ ପରେ ମାଡିବସିଲା ଏ ଦୂରାରୋଗ୍ୟ ।...

ଜୀବନ ଯୁଦ୍ଧର ଏ ଦୁଇ ନିରାଶ ଯୋଦ୍ଧାଙ୍କୁ ଲୋଡ଼ା ସହାୟତାର ହାତ । ସରକାରୀ କିମ୍ବା ବଦାନ୍ତ ବ୍ୟକ୍ତିଙ୍କ ସାହାର୍ଯ୍ୟ ଏମାନଙ୍କୁ ପୁଣି ଥରେ ସୁସ୍ଥ ଜୀବନର ସୁଯୋଗ ଆଣିଦିଅନ୍ତା ।

  • Reported by:
  • Partha Sarathi nayak