Advertisment

‘କବି ବସନ୍ତ ମୁଦୁଲି କବିତା’ ପୁରସ୍କାର ଘୋଷଣା: ପୁରସ୍କୃତ ହେବେ କବି ନରେନ୍ଦ୍ର ଭୋଇ, କବି ଚିତ୍ତରଞ୍ଜନ ନାୟକ

୨୦୨୨ ପାଇଁ କବି ନରେନ୍ଦ୍ର ଭୋଇ(୧୯୭୯) ଯୋଗ୍ୟ ବିବେଚିତ ହୋଇଥିବା ବେଳେ ୨୦୨୩ ପାଇଁ କବି ଚିତ୍ତରଞ୍ଜନ ନାୟକ(୧୯୭୮) ଏହି ପୁରସ୍କାର ପାଇବେ ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Kabi Basant Muduli Poetry Award Announced

Kabi Basant Muduli Poetry Award Announced

କବି ବସନ୍ତ ମୁଦୁଲି ସ୍ମୃତି ସଂସଦର ସଭାପତି ପବିତ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଭଦ୍ରକ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ବସନ୍ତ ମୁଦୁଲି ସ୍ମୃତି ସଂସଦ ପକ୍ଷରୁ ପ୍ରଦାନ କରାଯାଉଥ‌ିବା ମର୍ଯ୍ୟାଦାଜନକ ତଥା ଯୁବପିଢ଼ିଙ୍କ ବହୁ ଆକାଂକ୍ଷିତ 'କବି ବସନ୍ତ ମୁଦୁଲି କବିତା ପୁରସ୍କାର’ର ଫଳାଫଳ ଘୋଷଣା କରାଯାଇଛି । ଦୁଇ ବର୍ଷ ପାଇଁ ଏହି ପୁରସ୍କାର ଦିଆଯିବ ।

Advertisment

୨୦୨୨ ପାଇଁ କବି ନରେନ୍ଦ୍ର ଭୋଇ(୧୯୭୯) ଯୋଗ୍ୟ ବିବେଚିତ ହୋଇଥିବା ବେଳେ ୨୦୨୩ ପାଇଁ କବି ଚିତ୍ତରଞ୍ଜନ ନାୟକ(୧୯୭୮) ଏହି ପୁରସ୍କାର ପାଇବେ । ୨୦୨୨ରେ ଉତ୍ସବ ହୋଇ ପାରିନଥିବାରୁ ଚଳିତ ବର୍ଷକୁ ମିଶାଇ ୨ ବର୍ଷ ପାଇଁ ଏହି ପୁରସ୍କାର ଦିଆଯିବ ବୋଲି ସଂସଦ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସମ୍ପାଦକ କୃଷ୍ଣ କୁମାର ମହାନ୍ତି ଘୋଷଣା କରିଛନ୍ତି ।

ଭଦ୍ରକ ଠାରେ ଅନୁଷ୍ଠିତ ବୈଠକରେ ଗାଳ୍ପିକ ରଜନୀକାନ୍ତ ମହାନ୍ତି, କବି କିଶୋର ପାଣିଗ୍ରାହୀ ଓ ଅରୁଣ ଖିଲାର ପ୍ରମୁଖ ଉପସ୍ଥିତ ଥାଇ ବିଚାରକ ମାନଙ୍କ ଠାରୁ ପ୍ରାପ୍ତ ମତ ଭିତ୍ତିରେ ଅଧିକ ମତ ଆସିଥିବା କବିଙ୍କୁ ଯୋଗ୍ୟ ଘୋଷଣା କରାଯାଇଥିଲା । ଏଥିରେ ଅନୁଷ୍ଠାନର କୌଣସି ଭୂମିକା ନଥାଏ ଏବଂ ବିଚାରକଙ୍କ ମତାମତକୁ ଗ୍ରହଣ କରାଯାଇ ଫଳାଫଳ ଘୋଷଣା କରାଯାଏ ବୋଲି ସଂସଦ ପକ୍ଷରୁ ସଂଯୋଜକ ଅରୁଣ ଖିଲାର ସ୍ପଷ୍ଟ କରିଛନ୍ତି । ୟ

Advertisment

ସୂଚନାଥାଉ କି, ନଭେମ୍ବର ୫ରେ ଭଦ୍ରକ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହେବାକୁ ଥ‌ିବା ୩୭ତମ କବି ବସନ୍ତ ମୁଦୁଲି ସ୍ମୃତି ସମାରୋହ ପାଳନ ଅବସରରେ ଉପରୋକ୍ତ ବିଜେତାଙ୍କୁ ପୁରସ୍କାର ସ୍ୱରୂପ ନଗଦ ଅର୍ଥରାଶି ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯିବ । ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥ‌ିବା ଏହି ୨ ଜଣ ଓଡ଼ିଆ ଯୁବକବି ଓଡ଼ିଆ କବିତା କ୍ଷେତ୍ରରେ ବେଶ ପରିଚିତ ନାମ । ସେମାନେ ଓଡ଼ିଆ କବିତାରେ ନିଜସ୍ୱ ସ୍ଵର ଓ ସ୍ଵାକ୍ଷର ଛାଡିଛନ୍ତି ।

ବୌଦ୍ଧ ଜିଲ୍ଲାରେ ଜନ୍ମିତ ନରେନ୍ଦ୍ରଙ୍କ ୩ଟି କବିତା ପୁସ୍ତକ ଥିବା ବେଳେ କେନ୍ଦୁଝର ଜିଲ୍ଲାରେ ଜନ୍ମିଥିବା ଚିତ୍ତରଞ୍ଜନ ୪ଟି କବିତା ପୁସ୍ତକର ସ୍ରଷ୍ଟା । ପ୍ରତିବର୍ଷ ୫୦ ବର୍ଷ ବୟସ ସୀମା ମଧ୍ୟରେ ଜଣେ ଯୁବ କବିଙ୍କୁ ବିଚାରକ ମଣ୍ଡଳୀଙ୍କ ମନୋନୟନ ପ୍ରକ୍ରିୟା ଅନୁସାରେ ଏହି ପୁରସ୍କାର ଗତ ୩୦ ବର୍ଷ ଧରି ପ୍ରଦାନ କରାଯାଇ ଆସୁଛି । 

Advertisment
Advertisment