/odishatv-khabar/media/post_attachments/uploadimage/library/16_9/16_9_0/IMAGE_1639216686.jpg)
Acid Attack
ବରଗଡ଼: ଘରୋଇ କଳହକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏସିଡ୍ ଫିଙ୍ଗାଫିଙ୍ଗିରେ ଉଭୟ ପରିବାରରୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ବରଗଡ଼ ସହରର ନୂଆପଡ଼ାରେ ଏହି ଗଣ୍ଡଗୋଳ ଘଟିଛି। ବରଗଡ଼ ସହର ଉପକଣ୍ଠ ୧୧ ନମ୍ବର ଓ୍ୱାର୍ଡରେ ଏହି ଗଣ୍ଡଗୋଳ ଘଟିଥିବା ଜଣାପଡ଼ିଛି।
Advertisment
ସୂଚନା ଅନୁସାରେ, ନୂଆପଡା ୱାର୍ଡ ୧୧ର ମନୋଜ ସୋନି ଓ ପବନ ସୋନି ଝଗଡା ହେଉଥିବା ବେଳେ ବଡ଼ ଭାଇ ପବନ ରାଗିଯାଇ ସାନ ଭାଇ ମନୋଜଙ୍କ ଉପରକୁ ଏସିଡ ମାଡ଼ କରିଥିଲେ। ଏହି ଝଗଡା ଦେଖି ୩ ଜଣ ପଡୋଶୀ ସମାଧାନ କରିବା ପାଇଁ ଆସିଥିଲେ। ହେଲେ ଏହି ସମୟରେ ସେମାନଙ୍କ ଉପରକୁ ମଧ୍ୟ ପବନ ଏସିଡ୍ ମାଡ଼ କରିଥିବା ଅଭିଯୋଗ ହୋଇଛି।
ଏସିଡ୍ ମାଡରେ ଗୁରୁତର ହୋଇଥିବା ବ୍ୟକ୍ତିମାନେ ହେଲେ-ମନୋଜ ସୋନି,ଗୀତା ଦେବୀ, ଗୁଣ୍ଡୁ ଭୋଇ ଓ ପିଙ୍କୁ ଶର୍ମା। ସେମାନଙ୍କୁ ବରଗଡ ଟାଉନ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)