ଦାୟିତ୍ୱରେ ଅବହେଳା ପାଇଁ କିଶନନଗର ଥାନା IIC ସସ୍ମିତା ରଣାଙ୍କୁ ପୋଲିସ ଡିଜି ନିଲମ୍ବିତ କରିଛନ୍ତି। ଘଟଣାକୁ ନେଇ IICଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ SP ସୁପାରିସ କରିଥିଲେ।
କିଶନନଗର ଥାନା ସାମ୍ନାରେ ନିଜ ଦେହରେ ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ମୃତ୍ୟୁ । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ।
ଆତ୍ମାହୁତି ଭଳି ଚରମ ନିଷ୍ପତ୍ତି ନେଇଥିବା ଇଷାଣିବରମପୁର ଗାଁର ଗୁଣନିଧି ବିଶୋଇଙ୍କ ପରିବାର ଓ ସ୍ଥାନୀୟ ଲୋକଙ୍କ ଅଭିଯୋଗ, ଜମିବାଡ଼ି ଗଣ୍ଡଗୋଳକୁ ନେଇ ଗୁଣନିଧିଙ୍କ ଭାଇଙ୍କ ପରିବାର ତାଙ୍କ ଉପରେ ଆକ୍ରମଣ କରିବାରୁ ଗଲା ରବିବାର ସେ କିଷନନଗର ଥାନାରେ ଏତଲା ଦେଇଥିଲେ ।
ନିଜକୁ ଜାଳିବା ପରେ ଜୀବନ ସହ ଜୁଝୁଛନ୍ତି ଆଉ ଜଣେ ଅସହାୟ । ପୋଲିସ୍ ଉପରୁ ତୁଟୁଛି ସାଧାରଣ ଲୋକଙ୍କ ଆସ୍ଥା ?
ଗତକାଲି ଗଞ୍ଜାମ ଏସପି ଅଫିସ ସାମ୍ନାରେ ଦେହରେ ପେଟ୍ରୋଲ ଢାଳି ଜଳିଗଲେ ରମ୍ଭା ଥାନା ବୋରିଗାଁର ୨୬ ବର୍ଷୀୟ ଯୁବକ ବାଦଲ ସାହୁ ।
ଜଣେ ବ୍ୟକ୍ତି ତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଏବଂ ଏହାର ତଦନ୍ତ ଜାରି ରହିଥିଲା । ପ୍ରକୃତରେ କେଉଁ କାରଣ ଲାଗି ସେ ଏତେବଡ଼ କଠୋର ନିଷ୍ପତ୍ତି ନେଲେ ତାହାର ତଦନ୍ତ ଚାଲିଛିି ।
ଦିନ ଦ୍ୱିପହରେ ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା ଏଭଳି ଅଭାବନୀୟ ଦୃଶ୍ୟ । ନିଜର ଏକ ଚକ ଜମି ବିକ୍ରି ଅନୁମତି ପାଇଁ ୩ ମାସ ହେଲା ବାର ଦୁଆର ଦୌଡୁଛନ୍ତି ସ୍ଥାନୀୟ ନେଉଳପୁର ଗାଁର ଅନିମା ରାଉତ ।
ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ, ଜଣକୁ କାବୁ କଲା ପୋଲିସ।